sambulpur
ସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାର ଆଜି ଅନ୍ତିମ ଦିନରେ ଶିବ ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ମହାସମାରୋହରେ ଶେଷ ହୋଇଛି। ପ୍ରବଳ ଗରମ ସତ୍ତ୍ୱେ ବି ପ୍ରବଳ ଜନସମାଗମ ହୋଇଥିଲା।
ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବା, ଝଡୁଆପଡାର ଲୋକନାଥ ବାବା, ମୁଦିପଡାର ଜଗେଶ୍ୱର ବାବାଙ୍କ ସମେତ ଅନ୍ୟପଡାରୁ ବାହାରିଥିଲା ହର-ପାର୍ବତୀଙ୍କ ଶୋଭାଯାତ୍ରା।ଗତକାଲି ବିଳମ୍ୱିତ ରାତିରେ ବାହାରିଥିବା ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଭୋରରେ କିଛି ଘଣ୍ଟାର ବିରତି ପରେ ପୁଣି ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ସନ୍ଧ୍ୟାରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଦେବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍ତି।
ଗତକାଲି ରାତି ପ୍ରାୟ ୧୧ଟା ପରେ ବିଭିନ୍ନ ଶିବ ମନ୍ଦିରରୁ ଶିବପାର୍ବତୀଙ୍କ ବିଶାଳ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା। ପୂଜାର୍ଚ୍ଚନା ଓ ଆଳତୀପରେ ମଧ୍ୟରାତିରେ ହରପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇ ବିମାନରେ ବିଜେ କରାଯାଇଥିଲା। ମହାଦେବଙ୍କୁ ତାଙ୍କ ବାହନ ବୃକ୍ଷଭ ଓ ମାତା ପାର୍ବତୀଙ୍କୁ ସିଂହ ଉପରେ ଆସୀନ କରାଯାଇଥିଲା। ପାରମ୍ପରିକ ଲୋକ ବାଦ୍ୟ, ନୃତ୍ୟ ଓ ଗୀତ ସାଙ୍ଗକୁ ବାଜା ରୋଷଣୀରେ ଶୋଭାଯାତ୍ରା ଆଗେଇ ଚାଲିଥିଲା। ହରପାର୍ବତୀଙ୍କର ଏହି ଯୁଗଳ ବେଶ ଦର୍ଶନ କଲେ, କୋଟି ଜନ୍ମର ପୁଣ୍ୟପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୋଭାଯାତ୍ରା ଦେଖିବା ପାଇଁ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/06/sambulpur-3.jpg)