Advertisment

ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ସଞ୍ଜୟ: ପ୍ରସାଦ

ବଲାଙ୍ଗିର/ପୁରୀ: ପାଜେରୋ ଗାଡ଼ି ପ୍ରସଙ୍ଗରେ ସିବିଆଇ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ଯୋଗୁଁ ସେ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍ ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଶନିବାର ବଲାଙ୍ଗିରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ସେ ଏହି ଦାବି କରିଛନ୍ତି। ସେ କହିଛନ୍ତି,“ଏ ଘଟଣା ରାଜ୍ୟବାସୀଙ୍କୁ ଆଲୋଡ଼ିତ କରିଛି। ଯେହେତୁ ତାଙ୍କର ସଂପୃକ୍ତି ତଦନ୍ତ ପରିସରଭୁକ୍ତ ହୋଇଛି ଓ ସେ ନିଜେ ଏନେଇ […]

ଅଦ୍ୟତନ ହୋଇଛି
ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ସଞ୍ଜୟ: ପ୍ରସାଦ

prasad

Advertisment

prasadବଲାଙ୍ଗିର/ପୁରୀ: ପାଜେରୋ ଗାଡ଼ି ପ୍ରସଙ୍ଗରେ ସିବିଆଇ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ଯୋଗୁଁ ସେ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍ ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଶନିବାର ବଲାଙ୍ଗିରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ସେ ଏହି ଦାବି କରିଛନ୍ତି।

Advertisment

ସେ କହିଛନ୍ତି,“ଏ ଘଟଣା ରାଜ୍ୟବାସୀଙ୍କୁ ଆଲୋଡ଼ିତ କରିଛି। ଯେହେତୁ ତାଙ୍କର ସଂପୃକ୍ତି ତଦନ୍ତ ପରିସରଭୁକ୍ତ ହୋଇଛି ଓ ସେ ନିଜେ ଏନେଇ କାଗଜପତ୍ର ଦାଖଲ କଲେଣି, ତେଣୁ ତାଙ୍କର ମନ୍ତ୍ରୀ ପଦରେ ରହିବାର ନୈତିକ ଅଧିକାର ନାହିଁ।”

ପ୍ରସାଦ କହିଛନ୍ତି ,“ପ୍ରଦୀପ ସେଠୀ (ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ସଂସ୍ଥାର ମୁଖ୍ୟ) ଜେରା ବେଳେ କହିଛନ୍ତି ଯେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସେ ଏକ ପାଜେରୋ ଗାଡ଼ି ଦେଇଛନ୍ତି। ଏବେ କେବଳ ଏ ଘଟଣାକୁ ତଦନ୍ତ ପରିସରଭୁକ୍ତ କରିବା କଥା ନୁହେଁ, ତାଙ୍କୁ (ସଞ୍ଜୟ ଦାସବର୍ମା) ତଦନ୍ତ ପରିସରଭୁକ୍ତ କରାଯିବ ଉଚିତ୍।”

Advertisment

ସେ କହିଛନ୍ତି,“ସିବିଆଇ ତାଙ୍କୁ ଡାକି ତୁରନ୍ତ ଜେରା କରିବା ଦରକାର। କାଗଜପତ୍ର ମଗାଇ ତଦନ୍ତ କଲେ ଚଳିବ ନାହିଁ।

ସଞ୍ଜୟଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରି ଆଜି କଂଗ୍ରେସ କର୍ମୀମାନେ ପୁରୀ ବଡ଼ଦାଣ୍ଡରେ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ତାଙ୍କୁ ବ୍ୟକ୍ତିଗତ ଭାବେ ଜେରା କରାଯିବାର ଆବଶ୍ୟକତା ରହିଛି। ସିବିଆଇ ନିଶ୍ଚିତ ଏହାକୁ ତା’ର ତଦନ୍ତ ପରିସରରେ ରଖିବ। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ସେ ଇସ୍ତଫା ଦିଅନ୍ତୁ।”

ଅନ୍ୟପକ୍ଷରେ ମନ୍ତ୍ରୀ ଦାମୋଦର ରାଉତ ପରୋକ୍ଷରେ ସଞ୍ଜୟଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାଜନୈତିକ ଜୀବନରେ ଯେଉଁମାନେ ସ୍ୱଚ୍ଛତା ରଖୁ ନାହାନ୍ତି, ସେମାନେ ରାଜନୀତିରୁ ଓହରି ଯିବା ଉଚିତ୍‌। ମୁଖ୍ୟମନ୍ତ୍ରୀ ଯଦି ଅନୁଭବ କରିବେ ମୋ ମନ୍ତ୍ରୀମଣ୍ଡଳରେ ଏହି ମନ୍ତ୍ରୀମାନେ ଠିକ୍‌ କାମ କରୁନାହାନ୍ତି, ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ।”

ଅନ୍ୟ ପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ଅଭିଯୋଗ ପ୍ରମାଣିତ ହେବା ପୂର୍ବରୁ କାହାରିକୁ ଦଣ୍ଡିତ କରିବାର ନଜିର ଏପର୍ଯ୍ୟନ୍ତ କେଉଁଠି ନାହିଁ। ତେଣୁ ପିସିସି ସଭାପତି ଏଭଳି ଦାବି କିପରି କରୁଛନ୍ତି?”

ସୂଚନାଯୋଗ୍ୟ, ଧାରା ୯୧ ଅନୁଯାୟୀ ପାଜେରୋ ଗାଡ଼ି ସଂପର୍କରେ କାଗଜପତ୍ର ଦାଖଲ କରିବାକୁ ସିବିଆଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଏପ୍ରିଲ୍ ୪ ତାରିଖରେ ନୋଟିସ୍ ଦେଇଥିଲା। ଏହି ନୋଟିସ୍ ଅନୁଯାୟୀ ଗୁରୁବାର ସଞ୍ଜୟଙ୍କର ଏକ ଓକିଲ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ୍ ଯାଇ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ତାଙ୍କ ଓକିଲ ମିହିର ମହାନ୍ତି କହିଥିଲେ ଯେ ପାଜେରୋ ଗାଡ଼ି ନେଇ ସଞ୍ଜୟଙ୍କ ନାଁରେ ଯେଉଁ ଅଭିଯୋଗ ଆସୁଛି ତାହା ଆଦୌ ସତ୍ୟ ନୁହେଁ। ସେ କାହାରିଠାରୁ ଉକ୍ତ ଗାଡ଼ି ନେଇ ନାହାନ୍ତି। ତାଙ୍କର ଏକ ପାଜେରୋ ଗାଡ଼ି ଥିଲା। ତାହାକୁ ସେ ବିକି ଆଉ ଏକ ପାଜେରୋ ଗାଡ଼ି କିଣିଥିଲେ। ଏଥିପାଇଁ ବ୍ୟାଙ୍କରୁ ଋଣ ବି ନେଇଛନ୍ତି। ଏଯାବତ୍ ଋଣ ପରିଶୋଧ କରିନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe