Advertisment

ସଞ୍ଜୟ ବିବାଦକୁ ଡରି ବିଜେଡି କୃଷକ କର୍ମଶାଳା ସ୍ଥଗିତ କଲା: ବିରୋଧୀ

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ୟାକ୍‌ଫୁଟ୍‌ରେ ଥିବା ବିଜେଡିର ଚାଷୀଙ୍କୁ ସାମ୍ନା କରିବାର ସତ୍‌ ସାହସ ନ ଥିବାରୁ ଦଳ ଆସନ୍ତା ୨୦ ତାରିଖରେ ହେବାକୁ ଥିବା କର୍ମଶାଳାକୁ ସ୍ଥଗିତ କରିଦେଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସେପଟେ ଆଜି ବିଜୁ ଜନ୍ମ ଶତବାର୍ଷିକୀ ସମନ୍ୱୟ କମିଟିର ବସିଥିବା ବୈଠକରେ ସଞ୍ଜୟ ଯୋଗ ନ ଦେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚିଟ୍‌ଫଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ନୋଟିସ୍‌ ପରେ ଏହି […]

ଜାନୁଆରୀରୁ କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ସିଷ୍ଟମ

sanjaya

Advertisment

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ୟାକ୍‌ଫୁଟ୍‌ରେ ଥିବା ବିଜେଡିର ଚାଷୀଙ୍କୁ ସାମ୍ନା କରିବାର ସତ୍‌ ସାହସ ନ ଥିବାରୁ ଦଳ ଆସନ୍ତା ୨୦ ତାରିଖରେ ହେବାକୁ ଥିବା କର୍ମଶାଳାକୁ ସ୍ଥଗିତ କରିଦେଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସେପଟେ ଆଜି ବିଜୁ ଜନ୍ମ ଶତବାର୍ଷିକୀ ସମନ୍ୱୟ କମିଟିର ବସିଥିବା ବୈଠକରେ ସଞ୍ଜୟ ଯୋଗ ନ ଦେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

ଚିଟ୍‌ଫଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ନୋଟିସ୍‌ ପରେ ଏହି ପ୍ରସଙ୍ଗକୁ ନେଇ ଦଳୀୟ ନେତାଙ୍କ ବୟାନବାଜି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛି। ସଞ୍ଜୟଙ୍କ ଯୋଗୁଁ ଦଳର ଭାବମୂର୍ତ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିବା ପରୋକ୍ଷରେ ଦଳର ବରିଷ୍ଠ ନେତାମାନେ କହି ସାରିଛନ୍ତି। ଏପରି ସ୍ଥିତିରେ ପ୍ରସ୍ତାବିତ କୃଷି ଓ କୃଷକ କର୍ମଶାଳାକୁ ଦଳ ସ୍ଥଗିତ ରଖିବା ବିରୋଧୀଙ୍କୁ ସମାଲୋଚନାର ଖୋରାକ ଯୋଗାଇଛି। ଉଭୟ ବିଜେପି ଓ କଂଗ୍ରେସ ଏ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟଙ୍କୁ ନେଇ ଦଳ ଭିତରେ ବିବାଦ ଦୃଷ୍ଟିରୁ ବିଜେଡି ହଠାତ୍‌ କାର୍ଯ୍ୟକ୍ରମକୁ ବାତିଲ କରିଛି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି। ତେବେ ବିରୋଧୀଙ୍କ ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି।

ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି, “ଯିଏ ନୀତି ନୈତିକତାର କଥା କହି ଚିଟ୍‌ଫଣ୍ଡ କମ୍ପାନୀଙ୍କ ଅର୍ଥ ଲୁଟ୍‌ କରିଛନ୍ତି ତାଙ୍କର ଜନସାଧାରଣଙ୍କୁ ସାମ୍ନା କରିବାର ନୈତିକତା ଅଛି ତ? ଘୋଷଣା କରିଥିଲେ କୃଷକଙ୍କୁ ଭୁବନେଶ୍ୱର ଆଣିବେ ବୋଲି। ମୁଁ ଭାବୁଛି, ଯୋଗାଡିଆ ମନ୍ତ୍ରୀ ଚାପରେ ଥିବାରୁ ଏହାକୁ ସ୍ଥଗିତ କରି ଦିଆଗଲା।”

Advertisment

କଂଗ୍ରେସ ସାଧାରଣ ସମ୍ପାଦକ ସୁଲୋଚନା ଦାସ କହିଛନ୍ତି, “ସଞ୍ଜୟ ଦାସବର୍ମାଙ୍କୁ ନେଇ ବିଜେଡି ବ୍ୟାକ୍‌ଫୁଟରେ ରହିଛି। ଚାଷୀ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସଞ୍ଜୟଙ୍କୁ ଆଗକୁ ଆଣିବାକୁ ଦଳ ଚାହୁଁନାହିଁ। ଯେଉଁଥି ପାଇଁ ଖରା ଆଳ ଦେଖାଇ କୃଷକ କର୍ମଶାଳାକୁ ସ୍ଥଗିତ ରଖିଦେଲେ।”

ବିଜେଡି କୃଷକ ସାମ୍ମୁଖ୍ୟ ଆବାହକ ସୁଶାନ୍ତ ସିଂହ କହିଛନ୍ତି, “କର୍ମଶାଳା ସହ ଏହାର କିଛି ସମ୍ପର୍କ ନାହିଁ। କର୍ମଶାଳା ହୋଇଥିଲେ ସାରା ରାଜ୍ୟରୁ ଚାଷୀ ରାଜଧାନୀକୁ ଆସିଥାନ୍ତେ। ଯେହେତୁ ପ୍ରବଳ ଖରା ହେଉଛି ଚାଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ମଶାଳାକୁ ସ୍ଥଗିତ ରଖାଯାଇଛି।

ଅନ୍ୟପକ୍ଷରେ ସାଂସଦ ତଥାଗତ ଶତପଥିଙ୍କ ଘରେ ବସିଥିବା ବିଜୁ ଜନ୍ମ ଶତବାର୍ଷିକୀ ସମନ୍ୱୟ କମିଟି ବୈଠକରେ ଆଜି ସଞ୍ଜୟଙ୍କୁ ଦେଖିବାକୁ ମିଳି ନ ଥିଲା। କମିଟିର ଅନ୍ୟ ସଦସ୍ୟ ଓ ଦଳର ହେବିୱେଟ ନେତାମାନେ ବୈଠକରେ ଯୋଗ ଦେଇଥିବା ବେଳେ ସଞ୍ଜୟ ନ ଆସିବାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କମିଟି ଆବାହକ ତଥା ସାଂସଦ ଶତପଥି ସଞ୍ଜୟଙ୍କୁ ବୈଠକରେ ଯୋଗଦେବାକୁ ଡାକିଥିଲେ। ତେବେ ତଥାଗତ ‘ମୂଷା ଉପାଖ୍ୟାନ’ ଉପସ୍ଥାପନ କରି ସଞ୍ଜୟଙ୍କୁ ପରୋକ୍ଷରେ ସମାଲୋଚନା କରିଥିବାରୁ ସେ ଆସି ନ ଥିବା ଚର୍ଚ୍ଚା ହେଉଛି।

ତଥାଗତଙ୍କ ଘରେ ବସିଥିବା ବୈଠକରେ ପଞ୍ଚାୟତଠାରୁ ଆରମ୍ଭ କରି ଦେଶ ଓ ଦେଶ ବାହାରେ କି କି କାର୍ଯ୍ୟକ୍ରମ କରାଯିବ ସେ ନେଇ ଆଲୋଚନା ହୋଇଛି। ଦେଶ ବାହାରେ ଖାସ୍‌ କରି ଇଣ୍ଡୋନେସିଆ, ଋଷ, ଆମେରିକା ଓ ଲଣ୍ଡନରେ କିଭଳି ବିଜୁ ଶତବାର୍ଷିକୀ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଛି। ତଥାଗତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆଇନ ମନ୍ତ୍ରୀ ଅରୁଣ ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe