Advertisment

ସଞ୍ଜୟ ଦାସବର୍ମା ପ୍ରସଙ୍ଗରେ ୩ ତୁଣ୍ଡରେ ଛେଳିକୁ କୁକୁର କରିବାକୁ ପ୍ରୟାସ ଚାଲିଛି: ଦାମ

ଭୁବନେଶ୍ୱର: ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସିବିଆଇ ତଦନ୍ତ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ପୁଣି ମୁହଁ ଖୋଲିଛନ୍ତି। ଏ ପ୍ରସଙ୍ଗରେ ଦାମ କାହା ନାଁ ନ ନେଇ ରାଜନୀତିରେ ନୀତି ଓ ନୈତିକତା କଥା ଉଠାଇଛନ୍ତି। ସେ କହିଛନ୍ତି, “ନେତା ନିଜେ ନୈତିକତା ନ ବୁଝିଲେ ତାକୁ କିଏ ବିଝାଇବ? ପୂର୍ବରୁ ସେବା ଓ ତ୍ୟାଗ ପାଇଁ ଜଣେ ରାଜନୀତିକୁ ଆସୁଥିଲା, ଏବେ କ୍ଷମତା ଓ ସମ୍ପତ୍ତି ପାଇଁ ରାଜନୀତି କରାଯାଉଛି।” ମନ୍ତ୍ରୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସଞ୍ଜୟ ଦାସବର୍ମା ପ୍ରସଙ୍ଗରେ ୩ ତୁଣ୍ଡରେ ଛେଳିକୁ କୁକୁର କରିବାକୁ ପ୍ରୟାସ ଚାଲିଛି: ଦାମ

dama

damaଭୁବନେଶ୍ୱର: ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସିବିଆଇ ତଦନ୍ତ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ପୁଣି ମୁହଁ ଖୋଲିଛନ୍ତି। ଏ ପ୍ରସଙ୍ଗରେ ଦାମ କାହା ନାଁ ନ ନେଇ ରାଜନୀତିରେ ନୀତି ଓ ନୈତିକତା କଥା ଉଠାଇଛନ୍ତି। ସେ କହିଛନ୍ତି, “ନେତା ନିଜେ ନୈତିକତା ନ ବୁଝିଲେ ତାକୁ କିଏ ବିଝାଇବ? ପୂର୍ବରୁ ସେବା ଓ ତ୍ୟାଗ ପାଇଁ ଜଣେ ରାଜନୀତିକୁ ଆସୁଥିଲା, ଏବେ କ୍ଷମତା ଓ ସମ୍ପତ୍ତି ପାଇଁ ରାଜନୀତି କରାଯାଉଛି।”

Advertisment

ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିଧାସଳଖ ଆକ୍ଷେପ କରି ନ ଥିଲେ ବି ସେ କହିଛନ୍ତି, “ଏଥିରେ ସେ ସମ୍ପୃକ୍ତ ଅଛନ୍ତି ବୋଲି କେହି ପ୍ରମାଣ କରି ଦେଖାଇ ନାହାନ୍ତି। ୩ ତୁଣ୍ଡରେ ଛେଳିକୁ ଏଠାରେ କୁକୁର କରିବାକୁ ପ୍ରୟାସ କରାଯାଉଛି। ଏହାର ପରିଣତି କ’ଣ ହେବ ଭବିଷ୍ୟତ କହିବ। କୌଣସି ଜାଗାରେ ରକ୍ତ ପରୀକ୍ଷା କରି ଲୋକଙ୍କୁ ଦଳରେ ନିଆଯାଇ ନ ଥାଏ। ସମଭାବ ଥିବା କିଛି ଲୋକ ଏକାଠି ହେଲେ ଗୋଟିଏ ଦଳ ହୋଇଥାଏ। ତେଣୁ ଦଳ ଭିତରେ କେଉଁ ଚରିତ୍ରର କିଏ ଅଛି, କିଏ ଜାଣିବ? ଏପରି ସ୍ଥିତିରେ ଦଳକୁ ଦୋଷ ଦେଇ ଲାଭ କ’ଣ? କୌଣସି ଅପରାଧିକ କାର୍ଯ୍ୟରେ କେହି ସମ୍ପୃକ୍ତ ଥିବା ଯେତେବେଳେ ଜଣାପଡେ ତାକୁ ଦୋଷ ଦିଆଯିବା ଦରକାର।”

ସିବିଆଇ ତଦନ୍ତକୁ ନେଇ ଦାମ କହିଛନ୍ତି, “ଯେତେବେଳେ ଚିଟ୍‌ଫଣ୍ଡରେ ଜମାକାରୀଙ୍କ ଟଙ୍କା ହଡ଼ପ କରାଯାଇଛି ବୋଲି ଖବର ଆସିଲା ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଭିଜିଲାନ୍ସ ବହୁ ଚିଟ୍‌ଫଣ୍ଡ କମ୍ପାନୀଙ୍କ ପ୍ରାୟ ୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଥିଲା। ବହୁ ଲୋକ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲେ। ପରେ ଅର୍ଥ ହଡ଼ପ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର ହେଲା। ସୁପ୍ରମିକୋର୍ଟ ଏହାର ବିଚାର କରି ସିବିଆଇକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ। ସେତେବେଳେ ବିରୋଧୀ ଚିତ୍କାର କଲେ ସିବିଆଇ ହେଉଛି ଏକମାତ୍ର ସଂସ୍ଥା ଯିଏ ଏହି ଠକେଇର ତଦନ୍ତ ଠିକ୍‌ କରିବ। ଏବେ ସିବିଆଇ ତଦନ୍ତ ଠିକ୍‌ ବାଟରେ ଯାଉ ନ ଥିବା ଅଭିଯୋଗ କରୁଛନ୍ତି। ସିବିଆଇ ତଦନ୍ତ କରୁଛି, ଭଲ କଥା। ହେଲେ ତା’ର ତଦନ୍ତ ଶୀଘ୍ର ଶେଷ କରୁ।”

Advertisment

ପ୍ରଦୀପ ସେଠୀଙ୍କ ମିଡିଆକୁ ବୟାନ ଦେବାକୁ ନେଇ ସେ କହିଛନ୍ତି, “ଅର୍ଥତତ୍ତ୍ୱ ଅପରାଧରେ ସମ୍ପୃକ୍ତ ପ୍ରଦୀପ ଝାରପଡ଼ା ଜେଲରେ ଅଛି। ସେ କେମିତି ମିଡିଆକୁ ମନ୍ତବ୍ୟ ଦେଉଛି। ପ୍ରଥମେ ସେ ଗାଡ଼ି ଦେଇଥିବା କହୁଥିଲା, ଏବେ କହୁଛି ଅଭିଯୋଗ ଆସିଥିବା ଲୋକଟି ନିର୍ମଳ ମୁଁ ତାକୁ ଗାଡି ଦେଇନି। ଏ କଥା ଜଣେ ଅପରାଧୀ କହିବା ଓ ତାକୁ ନେଇ ଚର୍ଚ୍ଚା ହେବା ଅତ୍ୟନ୍ତ ନିନ୍ଦନୀୟ। ସାଧାରଣତଃ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଜଣେ ଅପରାଧୀ ଦେଇଥିବା ବୟାନ କୋର୍ଟରେ ବଦଳାଇ ଦେଇଥାଏ। ଏହା ନୂଆ କଥା ନୁହେଁ। ଚିଟ୍‌ଫଣ୍ଡ ଦୁର୍ନୀତି ଲୋକଙ୍କ ଆର୍ଥିକ ସ୍ଥିତିକୁ ବିପର୍ଯ୍ୟସ୍ତ କରିଦେଇଛି। ଏହାର ତଦନ୍ତ କରୁଥିବା ସିବିଆଇ ଏପରି କିଛି ନ କରୁ ଯେଉଁଥିରେ ଅପରାଧୀମାନେ ମଧ୍ୟ ଭଦ୍ର ଲୋକଙ୍କ ଭଳି ଗଣମାଧ୍ୟମରେ ଟିପ୍ପଣୀ ଦେଇ ପାରିବେ।”