Advertisment

ସଞ୍ଜୟ ଇସ୍ତଫା ଦେବା ନ ଦେବା ତାଙ୍କ ନୈତିକତା ଉପରେ ନିର୍ଭର କରେ: ବୈଷ୍ଣବ

ଭୁବନେଶ୍ୱର: ପୁଣି ବିଜେଡିର ବରିଷ୍ଠ ନେତାଙ୍କ ଟାର୍ଗେଟରେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସଞ୍ଜୟ ଇସ୍ତଫା ଦେବା ନ ଦେବା ତାଙ୍କ ନୈତିକତା ଉପରେ ନିର୍ଭର କରେ ବୋଲି ସାଂସଦ ବୈଷ୍ଣବ ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ପରିସ୍ଥିତି ନେତାଙ୍କୁ ନୈତିକତା ଶିଖାଇଥାଏ ବୋଲି ଦଳର ଦୁଇ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ଏବଂ ସାଂସଦ ଲଡୁକିଶୋର ସ୍ୱାଇଁ ସଞ୍ଜୟଙ୍କୁ ପରୋକ୍ଷ ଇଙ୍ଗିତ କରି କହିଛନ୍ତି। ପାଜେରୋ ବିବାଦରେ ଛନ୍ଦି ହୋଇପଡିଥିବା ଦାସବର୍ମା ଇସ୍ତଫା ଦେବେ କି […]

ସଞ୍ଜୟ ଇସ୍ତଫା ଦେବା ନ ଦେବା ତାଙ୍କ ନୈତିକତା ଉପରେ ନିର୍ଭର କରେ: ବୈଷ୍ଣବ

baisnaba-ladu-surendra

Advertisment

ଭୁବନେଶ୍ୱର: ପୁଣି ବିଜେଡିର ବରିଷ୍ଠ ନେତାଙ୍କ ଟାର୍ଗେଟରେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସଞ୍ଜୟ ଇସ୍ତଫା ଦେବା ନ ଦେବା ତାଙ୍କ ନୈତିକତା ଉପରେ ନିର୍ଭର କରେ ବୋଲି ସାଂସଦ ବୈଷ୍ଣବ ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ପରିସ୍ଥିତି ନେତାଙ୍କୁ ନୈତିକତା ଶିଖାଇଥାଏ ବୋଲି ଦଳର ଦୁଇ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ଏବଂ ସାଂସଦ ଲଡୁକିଶୋର ସ୍ୱାଇଁ ସଞ୍ଜୟଙ୍କୁ ପରୋକ୍ଷ ଇଙ୍ଗିତ କରି କହିଛନ୍ତି।

Advertisment

ପାଜେରୋ ବିବାଦରେ ଛନ୍ଦି ହୋଇପଡିଥିବା ଦାସବର୍ମା ଇସ୍ତଫା ଦେବେ କି ନାହିଁ ତାହା ତାଙ୍କ ନୈତିକତା ଓ ମୂଲ୍ୟବୋଧ ଉପରେ ନିର୍ଭର କରେ ବୋଲି ସାଂସଦ ପରିଡ଼ା କହିଛନ୍ତି। ଜଣକ ପରେ ଜଣେ ବରିଷ୍ଠ ନେତା ସଞ୍ଜୟଙ୍କ ରାଜନୈତିକ ମୂଲ୍ୟବୋଧ ଓ ନୈତିକତାକୁ ନେଇ କଟାକ୍ଷ କରୁଥିବା ବେଳେ ସାଂସଦ ପରିଡ଼ା ତାଙ୍କୁ ସାହସିକତାର ପରିଚୟ ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ସେ (ସଞ୍ଜୟ) ଇସ୍ତଫା ଦେବେ କି ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ତାହା ତାଙ୍କର ଦାୟିତ୍ୱ। ଯଦି ସେ ସାହସିକତାର ପରିଚୟ ଦେଇ ଆଗାମୀ ଦିନରେ ସମସ୍ତ ଅଭିଯୋଗରୁ ମୁକ୍ତ ହୁଅନ୍ତି ତେବେ ରାଜ୍ୟବାସୀ ତାଙ୍କୁ ଫୁଲମାଳ ପିନ୍ଧାଇବେ।”

ଦଳର ବରିଷ୍ଠ ନେତାମାନେ ସଞ୍ଜୟଙ୍କୁ ସମାଲୋଚନା କରୁଥିବା ବେଳେ ଯୁଗନେତାମାନେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଲାଗିପଡିଛନ୍ତି। ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଦଳର କିଛି ନେତା ଅଛନ୍ତି ଯେଉଁମାନଙ୍କ ମନରେ କିଛି ଅସନ୍ତୋଷ ଅଛି, ଯାହାକୁ ଏପରି ଭାବେ ସେମାନେ ପ୍ରକାଶ କରୁଛନ୍ତି। ଯେଉଁମାନେ ତର୍ଜମା କରୁଛନ୍ତି ସେମାନେ ମନେ ରଖିବା ଉଚିତ ଯେ, ବିଗତ ଦିନରେ ସେମାନେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେତେବେଳେ ସେମାନେ ନୈତିକତାକୁ କେତେ ଗୁରୁତ୍ୱ ଦେଇଛନ୍ତି ତାହା ବିଚାର କରିବା ଉଚିତ।”

Advertisment

ନୀତି, ନୈତିକତା ଓ ଏହାକୁ ନେଇ ଦଳ ଭିତରେ ଚାଲିଥିବା ତୁ ତୁ ମେଁ ମେଁକୁ ନେଇ ଆଉ ଦୁଇଜଣ ବରିଷ୍ଠ ନେତା ମୁହଁ ଖୋଲିଛନ୍ତି। ସଞ୍ଜୟଙ୍କୁ ନେଇ ଦଳରେ ଉପୁଜିଥିବା ସ୍ଥିତି ଭଲ ବାର୍ତ୍ତା ଦେଉନାହିଁ ବୋଲି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ କହିଥିବା ବେଳେ ରାଜନୈତିକ ପରିସ୍ଥିତି ନେତାଙ୍କୁ ନୈତିକତା ଶିଖାଇଥାଏ ବୋଲି ସାଂସଦ ଲଡୁକିଶୋର ସ୍ୱାଇଁ କହିଛନ୍ତି।

ସାଂସଦ ସ୍ୱାଇଁ କହିଛନ୍ତି, “କେତେ ପ୍ରକାର ଲୋକ ଅଛନ୍ତି, ସମସ୍ତେ ଯେ ନୀତି ନୈତିକତା ଭିତରେ ଚାଲିଛନ୍ତି କହିହେବ ନାହିଁ। ଦଳରେ ଯେଉଁମାନେ ଅଛନ୍ତି କ’ଣ ସମସ୍ତେ ସାଧୁ?”

ପୂର୍ବତନ ମନ୍ତ୍ରୀ ନାୟକ କହିଛନ୍ତି, “ଗୋଟିଏ ଅଭିଯୋଗ ଆସିଲେ ସେଥିରୁ ମୁକ୍ତ ହେବା ବହୁତ କଷ୍ଟ। ଗୋଟିଏ ବାର୍ତ୍ତା ବାହାରକୁ ଚାଲିଗଲେ ତାକୁ ଠିକ ସମୟରେ ଠିକ ଭାବେ ମୁକାବିଲା କରିବାର ଅଛି, ନ ହେଲେ ଭୁଲ ଧାରଣା ସୃଷ୍ଟି ହେବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe