Advertisment

ସରକାରୀ ଯୋଜନା ବାଟବଣା, ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହିଲା ସ୍ୱାମୀ

କଳାହାଣ୍ଡି/ବାଲେଶ୍ୱର: ନଗଡ଼ାରେ ଅପପୁଷ୍ଟି ମୃତ୍ୟୁ ଓଡ଼ିଶାର ଦାରିଦ୍ର୍ୟକୁ ପଦାରେ ପକାଇବାର ୨ ମାସ ବିତି ନାହିଁ ଦାରିଦ୍ର୍ୟର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଅର୍ଥାଭାବରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଶବକୁ ୬୦ କି.ମି କାନ୍ଧରେ ବୋହି ନେଇଛନ୍ତି। ଏପିରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ। ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ନେଉଥିବାର ଦୃଶ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ବାଲେଶ୍ୱରରେ ଏକ ଅଜଣା ମହିଳାଙ୍କ ଶବକୁ […]

ଅଦ୍ୟତନ ହୋଇଛି
ଭବାନୀପାଟଣା: ଦାନଙ୍କ ବିରୋଧରେ ପତ୍ନୀ ହତ୍ୟା ଅଭିଯୋଗ ଆଣିଲେ ଜିଲ୍ଲାପାଳ

bhabanipatana

Advertisment

କଳାହାଣ୍ଡି/ବାଲେଶ୍ୱର: ନଗଡ଼ାରେ ଅପପୁଷ୍ଟି ମୃତ୍ୟୁ ଓଡ଼ିଶାର ଦାରିଦ୍ର୍ୟକୁ ପଦାରେ ପକାଇବାର ୨ ମାସ ବିତି ନାହିଁ ଦାରିଦ୍ର୍ୟର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଅର୍ଥାଭାବରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଶବକୁ ୬୦ କି.ମି କାନ୍ଧରେ ବୋହି ନେଇଛନ୍ତି। ଏପିରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ। ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ନେଉଥିବାର ଦୃଶ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ବାଲେଶ୍ୱରରେ ଏକ ଅଜଣା ମହିଳାଙ୍କ ଶବକୁ ଅଖାରେ ଭରାଯାଇ ଭାରରେ ବୁହା ହୋଇ ଯାଉଥିବା ଦେଖିବାକୁ ମିଳିଛି।

Advertisment

[embed]https://twitter.com/OdishaReporter/status/768401315781152769[/embed]

ଗତକାଲି ଥୁଆମୁଳା ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗାଁର ଦାନ ମାଝି ଅସୁସ୍ଥ ପତ୍ନୀ ଆମାଙ୍ଗ ଦେଇ (୪୨)ଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ନେଇଯିବାକୁ କହିଥିଲେ। ଏକ ଶବବାହକ ଗାଡ଼ି ଯୋଗାଇ ଦେବାକୁ ଦାନ ନେହୁରା ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ କଥା ଶୁଣି ନ ଥିଲେ। ଅର୍ଥାଭାବରୁ ଦାନ ଗାଡ଼ି ଯୋଗାଡ଼ କରି ନ ପାରି ବାଧ୍ୟ ହୋଇ ୬୦ କି.ମି. ଦୂର ନିଜ ଘରକୁ ମାତାଙ୍ଗଙ୍କ ଶବ କାନ୍ଧରେ ବୋହି ନେଇଥିଲେ। ତାଙ୍କ ସହ ନିଜ ୧୨ ବର୍ଷର ଝିଅ ମଧ୍ୟ ଥିଲା।

Advertisment

ଦାନ କହିଛନ୍ତି, “ଡାକ୍ତରଙ୍କୁ କହିଲି ମୁଁ ଗରିବ ଲୋକ, ମୋ ପାଖରେ ଟଙ୍କା ନାହିଁ। ଶବ ନେବାକୁ ଗୋଟେ ଗାଡି ଠିକ୍‌ କରିଦିଅନ୍ତୁ। ହେଲେ କେହି ଶୁଣିଲେ ନାହିଁ, କହିଲେ ଆମେ କାହିଁକି ଗାଡ଼ି ଠିକ୍‌ କରିବୁ। ଶେଷରେ ବାଧ୍ୟ ହୋଇ କାନ୍ଧରେ ବୋହି ଘର ନେଉଛି।”

ସ୍ଥାନୀୟ ବାସିନ୍ଦା ମହମ୍ମଦ ସବିର କହିଛନ୍ତି, “ଯଦି ଜଣେ ଗରିବ ଲୋକ ପାଖରେ ଟଙ୍କା ନାହିଁ ସେ କ’ଣ ଶବ ବୋହି କରି ନେବ। ସରକାର ଏତେ ଯୋଜନା କରୁଛନ୍ତି, ହେଲେ ଏ ଘଟଣା ଦର୍ଶାଉଛି ସେଗୁଡିକ କେତେଦୂର କାର୍ଯ୍ୟକାରୀ ହେଉଛି। ମେଡିକାଲରେ ଶବ ନେବା ପାଇଁ ବ୍ୟବସ୍ଥା ରହିଛି। ଯେଉଁମାନେ ଏହାକୁ ବୁଝୁଛନ୍ତି ସେମାନେ ନିଜେ ଶବ ଆଣି ମୃତକଙ୍କ ଘରେ ଛାଡିବା କଥା। ମାତ୍ର ସେମାନେ ଠିକ୍‌ରେ କାମ କରୁନାହାନ୍ତି। ଅଣ୍ଟାରେ ଅର୍ଥ ନ ଥିଲେ ଗରିବଙ୍କୁ ଏମିତି ପଦକ୍ଷେପ ନେବାକୁ ପଡୁଛି। ସରକାରଙ୍କ ଯୋଜନା ଥାଇ ଯାହା ନ ଥାଇ ତାହା।”

ଦାନ ଶବ ନେଇ ଯାଉଥିବା ପ୍ରଚାରିତ ହେବା ପରେ କିଛି ଲୋକ ତାଙ୍କୁ ଶଗଡା ଗାଁ ନିକଟରେ ଅଟକାଇ ଥିଲେ। ଏ ନେଇ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ଏହାସହ ବାଲାଜୀ ମନ୍ଦିର ସୁରକ୍ଷା ସମିତି, କିଛି ବଦାନ୍ୟ ବ୍ୟକ୍ତି ଓ ଲାଞ୍ଜିଗଡ ବିଧାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ଶଗଡ଼ାରେ ପହଞ୍ଚି ସହାୟତା ପ୍ରଦାନ କରିବା ସହ ଶବବାହକ ଗାଡ଼ି ଯୋଗାଡ଼ କରି ଦେଇଥିଲେ।

ଜିଲାପାଳ ବ୍ରୁନ୍ଦା ଡି କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଓ ରେଡକ୍ରସ୍‌ ପାଣ୍ଠିରୁ ୧୦,୦୦୦ ଟଙ୍କା ଯୋଗାଇ ଦିଆଯିବ। ଘଟଣା ସମ୍ପର୍କରେ ଆମ ପାଖରେ ଖବର ନ ଥିଲା। ଘଟଣାର ତଦନ୍ତ କରାଯିବ।”

କେବଳ ଭବାନୀପାଟଣା ନୁହେଁ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବି ଦେଖିବାକୁ ମିଳିଛି ଶବ ପ୍ରତି ଅସମ୍ମାନର ଆଉ ଏକ ଦୃଶ୍ୟ। ଅଖାରେ ବନ୍ଧା ହୋଇ ଭାରରେ ବୁହା ହୋଇଛି ଜଣେ ଅଜଣା ମହିଳାଙ୍କ ମୃତଦେହ।

[embed]https://twitter.com/OdishaReporter/status/768447887785070592[/embed]

କରମଣ୍ଡଳ ଏକ୍ସପ୍ରେସ୍‌ରେ ଆସୁଥିବା ଜଣେ ମହିଳା ସୋର ଓ ବାହାନଗା ଷ୍ଟେସନ ମଝିରେ ଖସି ପଡିଥିଲେ। ଅଗ୍ନିଶମ ଗାଡି ଯାଇ ଆହତ ମହିଳାଙ୍କୁ ସୋର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଆରପିଏଫ୍‌ ପକ୍ଷରୁ ମହିଳାଙ୍କ ମୃତଦେହକୁ ହସ୍ପିଟାଲରେ ଅଖାରେ ଭରାଯାଇ ଭାରରେ ସୋର ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ନିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe