ଚାନ୍ଦବାଲି: ପୁଣି ସ୍କୁଲ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଭାରସାମ୍ୟ ହରାଇ ନଦୀ ଯୋରକୁ ଖସି ପଡିଲା ସ୍କୁଲ୍ ଭ୍ୟାନ୍। ଏଥିରେ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ୬ଜଣ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗଙ୍ଗାଧରପୁରରେ। ଆଜି ସକାଳେ ସ୍ଥାନୀୟ କଇଁଥକୋଲାରେ ବିଏସ୍ ପବ୍ଲିକ ସ୍କୁଲକୁ ଗଙ୍ଗାଧରପୁରରୁ ଛାତ୍ରଙ୍କୁ ନେଇ ଏକ ଟାଟା ମ୍ୟାଜିକ ଭ୍ୟାନ୍ ଯାଉଥିଲା। ବାଟରେ ଭାରସାମ୍ୟ ହରାଇ ଗାଡ଼ିଟି ନଦୀ ଯୋରକୁ ଖସି ପଡ଼ିଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ଭ୍ୟାନ ଭିତରେ ଥିବା ଶିକ୍ଷୟିତ୍ରୀ ଓ ସ୍କୁଲ ପିଲାଙ୍କୁ ବାହାର କରିଥିଲେ। ଆହତ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଂଶଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱର ବରମୁଣ୍ଡାରେ ଏକ ଘରୋଇ ସ୍କୁଲର ବସ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। ବସ୍ରେ ୮ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷୟତ୍ରୀ ଥିଲେ। ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇ ନଥିଲେ।
<a href="http://odishareporter.in/top-story/school-bus-accident-in-bbsr/"><strong>ଆହୁରି ପଢ଼ନ୍ତୁ-ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ସ୍କୁଲ ବସ୍: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ</strong></a>
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us