ପ୍ରାୟତଃ ଘରେ ହାଲୁଆ କିମ୍ୱା କ୍ଷୀରି ତିଆରି କରାଯାଇଥାଏ। ତେଣୁ ଦିନେ ଦିନେ ସିମେଇ ମଧ୍ୟ ପ୍ରସ୍ତୁତ କରନ୍ତୁ। ଶୀତ ଦିନେ ଗରମ ସିମେଇ ଖାଇବାର ମଜା କିଛି ଅଲଗା। ଆସନ୍ତୁ ଜାଣିବା କେମିତି କରିବା ସିମେଇ।
ଆବଶ୍ୟକ ସାମଗ୍ରୀ: ସିମେଇ, କ୍ଷୀର, ଚିନି, ଅଳେଇଚ ପାଉଡର, କାଜୁ ଓ ବାଦାମ
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଅଳ୍ପ ଆଞ୍ଚରେ ଏକ ପ୍ୟାନ୍ରେ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେବା ପରେ ଅଳେଇଚ ପାଉଡର ପକାଇ ୨ ମିନିଟ୍ ଛାଡି ଦିଅନ୍ତୁ। ଏହାପରେ କାଜୁ ଓ ବାଦାମ ପକାଇ କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଏଥିମଧ୍ୟରେ ଅନ୍ୟ ଏକ ପ୍ୟାନରେ ସିମେଇକୁ ଭାଜି ଦିଅନ୍ତୁ। ୩ରୁ ୪ ମିନିଟ୍ ପରେ ସିମେଇକୁ କ୍ଷୀରରେ ପକାଇ ଦିଅନ୍ତୁ। କିଛି ସମୟ ବ୍ୟବଧାନରେ ତାକୁ ଘାଣ୍ଟୁ ଥାଆନ୍ତୁ। ଏଥିରେ ଚିନି ପକାଇ ପୁଣି ଥରେ ୪ରୁ ୫ ମିନିଟ୍ ଚଲାନ୍ତୁ। ଏହାପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗରମ ଗରମ ସିମେଇ।