ଦାମିକିଆ ଗୁପ୍‌ଚୁପ୍: ଦାମ୍ ଜାଣିଲେ ଫିକା ଲାଗିବ ସ୍ୱାଦ

ଗୁପ୍‌ଚୁପ କଥା ଶୁଣିଲେ ପାଟିରେ ପାଣି ଆସିଯାଏ । ଚଟ୍‌ପଟା ଗୁପ୍‌ଚୁପ୍ ସମସ୍ତଙ୍କର ପସନ୍ଦ ଖାସ୍  କରି ଝିଅମାନଙ୍କର । ଭିନ୍ନ ଭିନ୍ନ ଜାଗାର ଗୁପ୍‌ଚୁପ୍‌ର ନାଁ ଭିନ୍ନ ରହିଥିଲେ ମଧ୍ୟ ଦାମ୍ କିନ୍ତୁ ସମାନ। ଦିନଥିଲା ଗୁପ୍‌ଚୁପ୍ ଗୋଟା ୧ଟଙ୍କାରେ ମିଳୁଥିଲା । କିନ୍ତୁ ଆଜି ଦେଖନ୍ତୁ ୧୦ଟଙ୍କାରେ ମିଳୁଛି ୪ ବା ୫ଟି ।ସେତିକି ନୁହେଁ ସାଧାରଣ ଠେଲାରେ ଗୁପ୍‌ଚପ୍‌ର ଦାମ୍ ଏତିକି ରହିଥିବା ବେଳେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଗୋଟେ […]

gupchup1

gupchup1

Ordigital Desk
  • Published: Saturday, 28 October 2017
  • Updated: 28 October 2017, 12:18 PM IST

Sports

Latest News

ଗୁପ୍‌ଚୁପ କଥା ଶୁଣିଲେ ପାଟିରେ ପାଣି ଆସିଯାଏ । ଚଟ୍‌ପଟା ଗୁପ୍‌ଚୁପ୍ ସମସ୍ତଙ୍କର ପସନ୍ଦ ଖାସ୍  କରି ଝିଅମାନଙ୍କର । ଭିନ୍ନ ଭିନ୍ନ ଜାଗାର ଗୁପ୍‌ଚୁପ୍‌ର ନାଁ ଭିନ୍ନ ରହିଥିଲେ ମଧ୍ୟ ଦାମ୍ କିନ୍ତୁ ସମାନ। ଦିନଥିଲା ଗୁପ୍‌ଚୁପ୍ ଗୋଟା ୧ଟଙ୍କାରେ ମିଳୁଥିଲା । କିନ୍ତୁ ଆଜି ଦେଖନ୍ତୁ ୧୦ଟଙ୍କାରେ ମିଳୁଛି ୪ ବା ୫ଟି ।ସେତିକି ନୁହେଁ ସାଧାରଣ ଠେଲାରେ ଗୁପ୍‌ଚପ୍‌ର ଦାମ୍ ଏତିକି ରହିଥିବା ବେଳେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଗୋଟେ ଗୁପ୍‌ଚୁପ୍‌ର ଦାମ୍ ପାଖାପାଖି ୧୮୮ଟଙ୍କା। ଜାଣିକି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ପୂରା ସତ।

ଦିଲ୍ଲୀର ଏରୋସିଟି ନିକଟରେ ଥିବା ହୋଟେଲ 'ପୁଲମେନ୍'ରେ ବିକ୍ରିହୁଏ ସବୁଠୁ ଦାମି ଗୁପ୍‌ଚୁପ୍ ।  ଏଠାରେ ଗୋଟେ ଗୁପ୍‌ଚୁପ୍‌ର ଦାମ୍ ପାଖାପାଖି ୧୮୮ଟଙ୍କା। ଗୋଟେ ପ୍ଲେଟ ଗୁପ୍‌ଚୁପ୍ ପାଇଁ ପାଖାପାଖି ୭୫୦ଟଙ୍କା ନିଆଯାଏ ଏବଂ ପ୍ଲେଟରେ ଥାଏ ମାତ୍ର ୪ଟି ଗୁପ୍‌ଚୁପ୍। ଦାମ୍ ଜାଣି ଆପଣ ଭାବୁଥିବେ ଏହି ଗୁପ୍‌ଚୁପ୍‌ରେ ଏମିତି କଣ ଖାସ୍ ରହିଛି । ତେବେ ଜଣାଇଦେଉଛୁ ଯେ ଏହି ଗୁପ୍‌ଚୁପ୍‌ରେ ସେମିତି କିଛି ଖାସ୍ ନାହିଁ । ଠେଲାରେ ମିଳୁଥିବା ଗୁପ୍‌ଚୁପ୍ ଓ ଏଠାକାର ଗୁପ୍‌ଚୁପ୍ ଭିତରେ ବେଶି କିଛି ତଫାତ ନ ଥାଏ । ସ୍ୱାଦରେ ବି ବିଶେଷ୍ ଅନ୍ତର ନ ଥାଏ। କେବଳ ରେଷ୍ଟୁରାଣ୍ଟର ବିଶାଳ ସୁନ୍ଦର ଘର ଓ ଚାକଚକ୍ୟ ପରିବେଶରେ ବସି ଗୁପ୍‌ଚୁପ୍‌ର ମଜା ନେବାକୁ ଏମିତି ଦାମ୍ ଦେବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos