Advertisment

ଆପଣଙ୍କ ଚପଲ ହଜିଛି କି? ଏହା ହୋଇପାରେ ବିପଦର ସଙ୍କେତ, କେମିତି ପାଇବେ ମୁକ୍ତି ଜାଣନ୍ତୁ ଉପାୟ

ପାଦର ଚପଲକୁ ଆମେ କେହି ଏତେଟା ଗୁରୁତ୍ଵ ଦିଅନ୍ତି ନାହିଁ। ଅନେକ ସମୟରେ ଚପଲ ବା ଜୋତା ହଜିବା ମଧ୍ୟ ଆମ ପାଇଁ ଏକ ସାଧାରଣ ଘଟଣା ହୋଇଥାଏ। ବେଳେବେଳେ ମନ୍ଦିର ଯିବା ସମୟରେ ମଧ୍ୟ ଆମେ ଚପଲ ହଜାଇଥାଉ। ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଚପଲ ହଜିବା ଅଧିକ ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତି କି, ଚପଲ ହଜିବାକୁ ଆମ ଶାସ୍ତ୍ର ସହଜରେ ଗ୍ରହଣ କରେନାହିଁ। ଏହାଦ୍ୱାରା ଆମ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ […]

ଆପଣଙ୍କ ଚପଲ ହଜିଛି କି? ଏହା ହୋଇପାରେ ବିପଦର ସଙ୍କେତ, କେମିତି ପାଇବେ ମୁକ୍ତି ଜାଣନ୍ତୁ ଉପାୟ
Advertisment

ପାଦର ଚପଲକୁ ଆମେ କେହି ଏତେଟା ଗୁରୁତ୍ଵ ଦିଅନ୍ତି ନାହିଁ। ଅନେକ ସମୟରେ ଚପଲ ବା ଜୋତା ହଜିବା ମଧ୍ୟ ଆମ ପାଇଁ ଏକ ସାଧାରଣ ଘଟଣା ହୋଇଥାଏ। ବେଳେବେଳେ ମନ୍ଦିର ଯିବା ସମୟରେ ମଧ୍ୟ ଆମେ ଚପଲ ହଜାଇଥାଉ। ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଚପଲ ହଜିବା ଅଧିକ ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତି କି, ଚପଲ ହଜିବାକୁ ଆମ ଶାସ୍ତ୍ର ସହଜରେ ଗ୍ରହଣ କରେନାହିଁ। ଏହାଦ୍ୱାରା ଆମ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ବୋଲି ଶାସ୍ତ୍ରଜ୍ଞମାନେ କହନ୍ତି। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁଯାୟୀ ଚପଲ ହଜିଲେ କ’ଣ ହୋଇଥାଏ।

Advertisment

୧. ଯଦି ଆପଣଙ୍କ ଚପଲ ଛିଣ୍ଡିଯାଏ ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନିଙ୍କ କୁପ୍ରଭାବ ପଡ଼ିପାରେ ବୋଲି ଶାସ୍ତ୍ରଜ୍ଞ କହନ୍ତି।

୨. ସେହିପରି ଆପଣଙ୍କ ପାଦରୁ ଯଦି ଚପଲ ହଜିଯାଏ, ତେବେଏହା ଆପଣଙ୍କ ଜୀବନରେ ହେବାକୁ ଥିବା କିଛି ବଡ଼ ବିପଦର ସଂକେତ ଦେଉଛି। କେବଳ ଗୋଟିଏ ନୁହେଁ ଆପଣଙ୍କୁ ଅନେକ କିଛି ସମସ୍ୟାର ସାମନା କରିବାକୁ ପଡିପାରେ ବୋଲି ଶାସ୍ତ୍ରଜ୍ଞ କହନ୍ତି।

Advertisment

୩. ସେହିପରି ଆପଣଙ୍କ ଚପଲ ଯଦି ଚୋରି ହେଉଥାଏ, ତେବେ ଏହା ଶନିଦେବଙ୍କ ପ୍ରକୋପ ବୋଲି ଭାବିବାକୁ ପଡ଼ିବ। ଶନିଦେବଙ୍କୁ ପୂଜା କରି ତାଙ୍କ କୋପରୁ ରକ୍ଷା ପାଇବାକୁ ଚେଷ୍ଟା କରିପାରିବେ ବୋଲି ପଣ୍ଡିତମାନେ କହନ୍ତି।

ଶାସ୍ତ୍ର ଅନୁଯାୟୀ ଚିପଲ ଚୋରି ବିପଦରୁ ବଞ୍ଚିବାର ଉପାୟ

୧. ଗରିବ ବା ଭୋକିଲାଙ୍କୁ ଖାଦ୍ୟ ଖୁଆନ୍ତୁ। ଏହା ଦ୍ଵାରା ଶନିଦେବ ପ୍ରସନ୍ନ ହେବେ।

୨. ପ୍ରତିଦିନ ସମୀ ଗଛ ଓ ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲ ଢାଳିବା ସହ ଏକ ଦୀପ ଜଳାନ୍ତୁ। ଏହା ଦ୍ୱାରା ଆପଣଙ୍କ ଭବିଷ୍ୟତରେ ବେବାକୁ ଥିବା ସମସ୍ୟା ଦୂର ହୋଇଥାଏ।

୩. ଶନିବାର ଦିନ ଏକ ପାତ୍ରରେ ସୋରିଷ ତେଲ ରଖି ସେଥିରେ ନିଜ ମୁହଁର ପ୍ରତିଛବିକୁ ଦେଖି ଏହି ତେଲ ଦାନ କରନ୍ତୁ। ଏହା ଦ୍ୱାରା ଶନିଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe