Advertisment

ଆସନ୍ତାକାଲି ସକାଳୁ ସିଲ୍‌ ହେବ ସମଯାଜପୁର ରେଲୱେ ଓଭରବ୍ରିଜ୍‌

ପୁରୀ: ଆସନ୍ତାକାଲି ସକାଳୁ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ ସିଲ୍‌ ହେବ। ବିକଳ୍ପ ଭାବେ ପୁରୁଣା ଲେଭଲ କ୍ରସିଂ ରାସ୍ତାରେ ଗାଡି ଚଳାଚଳ କରିବ। ପୂର୍ତ୍ତ ସଚିବ ଆଜି ଓଭର ବ୍ରିଜ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଓଭରବ୍ରିଜ ମରାମତି କାମ ଶେଷ କରିବାକୁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ତ୍ତ ସଚିବ, ଏନ୍‌ଏଚ୍‌ଆଇଏ ଓଡ଼ିଶା ମୁଖ୍ୟ ଏବଂ ରେଲୱେ ସିନିୟର ଡିଭିଜନ ମ୍ୟାନେଜର ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ରିଜ୍‌ଟି ବିପଦ ସଙ୍କୁଳ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆସନ୍ତାକାଲି ସକାଳୁ ସିଲ୍‌ ହେବ ସମଯାଜପୁର ରେଲୱେ ଓଭରବ୍ରିଜ୍‌

overbridge

ପୁରୀ: ଆସନ୍ତାକାଲି ସକାଳୁ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ ସିଲ୍‌ ହେବ। ବିକଳ୍ପ ଭାବେ ପୁରୁଣା ଲେଭଲ କ୍ରସିଂ ରାସ୍ତାରେ ଗାଡି ଚଳାଚଳ କରିବ। ପୂର୍ତ୍ତ ସଚିବ ଆଜି ଓଭର ବ୍ରିଜ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଓଭରବ୍ରିଜ ମରାମତି କାମ ଶେଷ କରିବାକୁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପୂର୍ତ୍ତ ସଚିବ, ଏନ୍‌ଏଚ୍‌ଆଇଏ ଓଡ଼ିଶା ମୁଖ୍ୟ ଏବଂ ରେଲୱେ ସିନିୟର ଡିଭିଜନ ମ୍ୟାନେଜର ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ରିଜ୍‌ଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ସୁଦ୍ଧା କାମ ସାରିବାକୁ ଏନ୍‌ଏଚ୍‌ଆଇଏକୁ କୁହାଯାଇଛି।

ଆସନ୍ତାକାଲି ବିଶେଷଜ୍ଞ ଟିମ୍‌ ବ୍ରିଜକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରିବେ। ଏଥିପାଇଁ କାଲି ସକାଳ ୬ଟାରୁ ଓଭରବ୍ରିଜ୍‌ ଉପରେ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାଖରେ ଥିବା ପୁରୁଣା ଲେଭଲ କ୍ରସିଂ ରାସ୍ତାରେ ଯାନବାହାନ ଚଳାଚଳ କରାଯିବ।

Advertisment

ଦେବସ୍ନାନ ପୂର୍ଣ୍ଣିମାରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ୧୯ ତାରିଖ ସନ୍ଧ୍ୟାରୁ ୨୧ ତାରିଖ ପର୍ଯ୍ୟନ୍ତ ଓଭରବ୍ରିଜ ଦେଇ ହାଲକା ଯାନ ଛଡାଯିବ। ଭିଡ ବଢିବାର ସମ୍ଭାବନା ଥିବାରୁ ଆଉ ଏକ ବିକଳ୍ପ ଲେଭଲ କ୍ରସିଂ କରିବା ପାଇଁ ରେଳ ବିଭାଗକୁ ପ୍ରସ୍ତାବ ଦିଆଯାଇଛି।