bhadrak
ଭଦ୍ରକ: ରାଉରକେଲାରୁ ଗିରଫ ୫ସିମି ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଦନ୍ତ ପାଇଁ ମଧ୍ୟପ୍ରଦେଶ ଏସଟିଏଫ୍ର ତିନି ଜଣିଆ ଟିମ୍ ଆଜି ଭଦ୍ରକ ପହଞ୍ଚିଛନ୍ତି। ଆତଙ୍କବାଦୀମାନେ ରହିଥିବା ନଙ୍ଗାମହଲା ସ୍ଥିତ ଭଡ଼ା ଘରୁକୁ ଯାଇ ଏହି ଟିମ୍ ଯାଞ୍ଚ କରିବ। ଜେରା ବେଳେ ଆତଙ୍କବାଦୀମାନେ ଭଦ୍ରକରେ ଘର ଭଡ଼ା ନେଇ ରହିଥିବା ପୋଲିସ ଜାଣିବାକୁ ପାଇଥିଲା।
ଅନ୍ୟପକ୍ଷରେ ଉକ୍ତ ଘର ମାଲିକ ମୁନା ଖାଁକୁ ଭଦ୍ରକ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ମୁନା ଖାଁ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗରେ ରହନ୍ତି। ତେବେ ଖବର ପାଇବା ପରେ ସେ ଗତକାଲି ଆସି ଭଦ୍ରକରେ ପହଞ୍ଚିଛନ୍ତି।
ଜେରା ବେଳେ ୫ ସିମି ଆତଙ୍କୀ ଭଦ୍ରକର ନଙ୍ଗାମହଲରେ ସେମାନେ କିଛିମାସ ତଳେ ଏକ ଭଡା ଘର ନେଇ ରହୁଥିବା ଜଣାପଡ଼ିଥିଲା। ତେବେ ଘରଟି ପ୍ରାୟ ମାସେ ହେଲାଣି ବନ୍ଦ ହୋଇ ପଡ଼ିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଉକ୍ତ ଘରକୁ ସଶସ୍ତ୍ର ପୋଲିସ୍ ଘେରି ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/bhadrak1.jpg)