Advertisment

ରାଉରକେଲାରେ ସିମି ଆତଙ୍କୀଙ୍କୁ ଘର ଭଡ଼ା ଦେଇଥିବା ମାଲିକଙ୍କୁ ଏସ୍‌ଟିଏଫ୍‌ର ଜେରା

ଭୁବନେଶ୍ୱର: ରାଉରକେଲାରୁ ସିମି ଆତଙ୍କବାଦୀ ଜିରଫ ଘଟଣରେ ଭଡା ଘର ମାଲକଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏପ୍‌ ଜେରା କରୁଛି। ଏସ୍‌ଟିଏଫ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ପଚରାଉଚରା କରୁଛି। ଭଦ୍ରକରେ ଆତଙ୍କବାଦୀଙ୍କୁ ଘର ଭଡା ଦେଇଥିବା ଦୁଇ ମାଲିକ ମୁନା ଖାନ ଓ ହାଜିଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଜେରା କରିଛି। ଭୁବନେଶ୍ୱରରେ ଏହି ଦୁଇ ଜଣଙ୍କୁ ଆତଙ୍କବାଦୀଙ୍କ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଭଦ୍ରକ ନଙ୍ଗାମହଲାରେ କିଛି ଦିନ ଭଡ଼ା ସୂତ୍ରରେ ରହୁଥିଲେ ଏହି ଆତଙ୍କବାଦୀ। ଅନ୍ୟପକ୍ଷରେ ଏହି ୫ ସିମି ଆତଙ୍କବାଦୀଙ୍କୁ ରାଉରକେଲାରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଉରକେଲାରେ ସିମି ଆତଙ୍କୀଙ୍କୁ ଘର ଭଡ଼ା ଦେଇଥିବା ମାଲିକଙ୍କୁ ଏସ୍‌ଟିଏଫ୍‌ର ଜେରା

bhadrak

ଭୁବନେଶ୍ୱର: ରାଉରକେଲାରୁ ସିମି ଆତଙ୍କବାଦୀ ଜିରଫ ଘଟଣରେ ଭଡା ଘର ମାଲକଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏପ୍‌ ଜେରା କରୁଛି। ଏସ୍‌ଟିଏଫ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ପଚରାଉଚରା କରୁଛି। ଭଦ୍ରକରେ ଆତଙ୍କବାଦୀଙ୍କୁ ଘର ଭଡା ଦେଇଥିବା ଦୁଇ ମାଲିକ ମୁନା ଖାନ ଓ ହାଜିଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଜେରା କରିଛି। ଭୁବନେଶ୍ୱରରେ ଏହି ଦୁଇ ଜଣଙ୍କୁ ଆତଙ୍କବାଦୀଙ୍କ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଭଦ୍ରକ ନଙ୍ଗାମହଲାରେ କିଛି ଦିନ ଭଡ଼ା ସୂତ୍ରରେ ରହୁଥିଲେ ଏହି ଆତଙ୍କବାଦୀ।

Advertisment

ଅନ୍ୟପକ୍ଷରେ ଏହି ୫ ସିମି ଆତଙ୍କବାଦୀଙ୍କୁ ରାଉରକେଲାରେ ଘର ଭଡ଼ା ଦେଇଥିବା ମାଲିକଙ୍କୁ ଆଜି ପଚରାଉଚରା ଆରମ୍ଭ କରିଛି ଏସ୍‌ଟିଏଫ୍‌।

ଗିରଫ ଆତଙ୍କବାଦୀଙ୍କଠାରୁ ମୋବାଇଲ୍, ପେନ୍ ଡ୍ରାଇଭ୍‌, ଲ୍ୟାପ୍‌ଟପ୍‌ ପ୍ରଭୃତିର ଯାଞ୍ଚ ପାଇଁ ବାହାର ରାଜ୍ୟକୁ ପଠାଯାଛି। ସେଠାରେ ସାଇଣ୍ଟିଫିକ୍ ଲାବ୍‌ରେ ଯାଞ୍ଚ ପରେ ଆଉ କିଛି ତଥ୍ୟ ପଦାକୁ ଆସିବା ନେଇ ପୋଲିସ୍ ଆଶା ରଖିଛି।

Advertisment

ଏନ୍‌ଆଇଏ, ଆଇବି ପ୍ରଭୃତିର ଅଧିକାରୀମାନେ ଆତଙ୍କବାଦୀଙ୍କୁ ଜେରା କରୁଥିବା ବେଳେ ମିଳୁଥିବା ତଥ୍ୟର ଅନୁସନ୍ଧାନ ଚାଲିଛି। ଆତଙ୍କବାଦୀମାନେ ଓଡ଼ିଶାର କେଉଁ କେଉଁ ବ୍ୟାଙ୍କ୍ ଲୁଟିଛନ୍ତି ସେ ନେଇ ବି ତଦନ୍ତ ଚାଲିଛି।