Advertisment

ସିଙ୍ଗିରି ସରପଞ୍ଚଙ୍କୁ ପିଟି ପିଟି ହତ୍ୟା

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସଙ୍କୁ ଆଜି କିଛି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଆଳି ମେଡିକାଲ୍ ଛକ ଓ ସିଙ୍ଗିରିରେ ରାସ୍ତା ଅବରୋଧ କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ଆଳି ଥାନା ଆଇଆଇସିଙ୍କ ହାତ ଥିବା ନେଇ ସେମାନେ ଅଭିଯୋଗ କରିଥିଲେ। କେନ୍ଦ୍ରାପଡ଼ା ଏସ୍‌ପି ଆଳି ଥାନା ଆଇଆଇସିଙ୍କୁ ବଦଳି କରିବା ପରେ ଲୋକେ ରାସ୍ତାରୋକରୁ […]

ଅଦ୍ୟତନ ହୋଇଛି
ସିଙ୍ଗିରି ସରପଞ୍ଚଙ୍କୁ ପିଟି ପିଟି ହତ୍ୟା

ali

Advertisment

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସଙ୍କୁ ଆଜି କିଛି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଆଳି ମେଡିକାଲ୍ ଛକ ଓ ସିଙ୍ଗିରିରେ ରାସ୍ତା ଅବରୋଧ କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ଆଳି ଥାନା ଆଇଆଇସିଙ୍କ ହାତ ଥିବା ନେଇ ସେମାନେ ଅଭିଯୋଗ କରିଥିଲେ। କେନ୍ଦ୍ରାପଡ଼ା ଏସ୍‌ପି ଆଳି ଥାନା ଆଇଆଇସିଙ୍କୁ ବଦଳି କରିବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ।

Advertisment

ଚିତ୍ରସେନଙ୍କ ପରିବାର ଲୋକେ ଆଳି ଥାନା ଆଇଆଇସି ନୀଳକଣ୍ଠ ପାତ୍ରଙ୍କ ସମେତ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି।

ଆଜି ସକାଳ ପ୍ରାୟ ୬ଟା ବେଳେ ଚିତ୍ରସେନ ବାଇକରେ ଆଳି ଅଭିମୁଖେ ଆସୁଥିବା ସମୟରେ ଚଣ୍ଡିଆଗଣ୍ଡି ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ।  ଚିତ୍ରସେନ ଗାଡ଼ି ରଖି ଦୌଡି ପଳାଇ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ପୂର୍ବ ଶତ୍ରୁତା ଯୋଗୁଁ  ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ବିଧାୟକ ଦେବେନ୍ଦ୍ର ଶର୍ମା ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଏହି ହତ୍ୟାକାଣ୍ଡରେ ଆଳି ଆଇଆଇସିଙ୍କ ଭୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe