Advertisment

ଅହିରାଜର ହେଲା ତଳମାଢି ଅପରେସନ୍‌

ନୟାଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓୟୁଏଟିରେ ଅହିରାଜ। ସାପର ଶରୀରରେ କ୍ଷତ ଚିହ୍ନ ଥିବାରୁ ପ୍ରଥମେ ଏକ୍ସରେ କରାଯାଇଥିଲା। ଏକ୍ସରେ ପାଟିର ତଳମାଢି ହାଡ ଭାଙ୍ଗିଥିବା ଜଣାପଡ଼ିଥିଲା। ପରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। ଅପରେସନ୍‌ ସଫଳ ହୋଇଥିବା ଜଣାପଡ଼ିଛି। ତେବେ ସାପର ଶରୀରରେ କ୍ଷତ ରହିଥିବାରୁ ଫଣା ଉଠାଇ ପାରୁନି। ତାର ଖାଦ୍ୟ ଖାଇବାରେ ମଧ୍ୟ ସମସ୍ୟା ଉପୁଜିଛି। ପ୍ରାୟ ୪ କେଜି ଓଜନର ଏହି କୋବ୍ରାର ଚିକିତ୍ସା ଓୟୁଏଟିର  ପ୍ରଥମ ବୋଲି କୁହାଯାଉଛି। ଏହି ଅହିରାଜଟିକୁ ନୟାଗଡ଼ରୁ ଉଦ୍ଧାର କରାଯାଇଥିଲା। ୧୦ ଫୁଟ ଲମ୍ବର ଏହି ସାପଟି ଗଛରେ ରହିଥିଲା। ସ୍ଥାନୀୟ ଲୋକ ସାପକୁ ଆକ୍ରମଣ କରିଥିଲେ। ଫଳରେ କୋବ୍ରାର ତା’ର ତଳ ମାଢୀ ଭାଙ୍ଗିଯାଇଥିଲା।

author-image
Ordigital Desk