<strong>ଭୁବନେଶ୍ୱର</strong><strong>: </strong><strong>ଛାତ୍ର ସଂସଦ ନିର୍ବାଚନ ଯେତେ ପାଖେଇ ଆସୁଛି କଲେଜ ରାଜନୀତି ସେତେ ସରଗରମ ହେଉଛି। ହାଇଟେକ୍ ଉପାୟରେ ଜମୁଛି ପ୍ରଚାର। କିଏ କେମିତି ଛାତ୍ରଛାତୀଙ୍କୁ ଆକୃଷ୍ଟ କରିପାରିବ ତାକୁ ନେଇ ଚାଲିଛି ଖୋଲା ଖୋଲି ପ୍ରତିଯୋଗିତା। ତେବେ ପ୍ରଚାର ତରିକାରେ ଏଥର ସାମିଲ ହୋଇଛି ସୋନୁ ସଙ୍ଗ। କ୍ୟାମ୍ପସ ରାଜନୀତିରେ ଖୁବ୍ ଭାଇରାଲ୍ ହେଉଛି ଏହି ଗୀତ। କିଛି କଲେଜର ଛାତ୍ରଛାତ୍ରୀ ଏବେ ଏହି ସଙ୍ଗ କମ୍ପୋଜ୍ କରି ୟୁଟ୍ୟୁବ୍ରେ ଅପଲୋଡ୍ କରିଛନ୍ତି । ଯାହା ଏବେ କ୍ୟାମ୍ପସର ପାଚେରୀ ଡେଇଁ ପଦାକୁ ଆସିଲାଣି । </strong>
<strong>କ୍ୟାମ୍ପସ୍ରେ କଣ ଚାଲିଛି । କଣ ଚାହୁଁଛନ୍ତି ଛାତ୍ରଛାତ୍ରୀ। ଭୋଟ୍ ପାଇଲେ କଣ କରିବେ । ଏସବୁ ନେଇ ଶବ୍ଦକୁ ଶବ୍ଦ ସହ ଖଂଜି ତିଆରି ହୋଇଛି ସୋନୁ ସଂଗ । ନିଜେ ଲେଖୁଛନ୍ତି ଗୀତ। ଆଉ ପ୍ରାର୍ଥୀଙ୍କ ସ୍ୱରରେ ସ୍ୱର ମିଳାଇ ସମର୍ଥକ ଧରୁଛନ୍ତି ପାଳି। ଆଉ ସ୍ମାର୍ଟ ଫୋନ୍ କ୍ୟାମେରାରେ କଏଦ ହେଇ ଯାଉଛି ସୋନୁ ସଂଗ। ପରେ ସାରା କ୍ୟାମ୍ପସରେ ଭାଇରାଲ୍ । ତେବେ ରାଜଧାନୀର ରମାଦେବୀରେ ସୋନୁ ସଙ୍ଗ ଫିଭର ଦେଖିବାକୁ ମିଳିଛି । </strong>ଗୀତରେ ଗୀତରେ କଲେଜରେ ଥିବା ଯାବତୀୟ ସମସ୍ୟାକୁ ନେଇ ସମାଲୋଚନା। ହଷ୍ଟେଲଠାରୁ ଖେଳପଡ଼ିଆ। ଆଉ କ୍ଲାସ ରୁମରୁ କମନ ରୁମ୍ ପର୍ଯ୍ୟନ୍ତ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସ୍ୱର। ଏହାରି ଭିତରେ ଭୋଟ୍ ପାଇଁ ଆବେଦନ। ଆଉ ପୁଳା ପୁଳା ପ୍ରତିଶ୍ରୁତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
