Advertisment

ମାଓବାଦୀଙ୍କ ସହ ବିଶ୍ୱାସର ରାତି

କୋଟ୍ ଓ ଟାଇ ପିନ୍ଧାଇ ଦେଉ ଦେଉ ଅନିନ୍ଦିତା କହିଲା, ଆଜି ଶ୍ରେୟାଂଶର ଜନ୍ମଦିନ। ଜଲ୍‌ଦି ଅଫିସ୍‌‌ କାମ ସାରି ଫେରିବ। ପୂର୍ବବର୍ଷ ପରି ଯେମିତି ନ କୁହ, ମାଓବାଦୀ ଇଲାକାରେ ଜରୁରୀ ବୈଠକ ପାଇଁ ହଠାତ୍ ନିଷ୍ପତ୍ତି ନିଆଗଲା। ଆଇ ଆମ୍‌‌ ଭେରି ଭେରି ସରି। – ଚେଷ୍ଟା କରିବି। ସିଏମ୍‌ଙ୍କ ସହିତ ଜରୁରୀ ବୈଠକ। ଓଡ଼ିଶାର କିଛି ଜିଲ୍ଲାକୁ ମାଓବାଦୀମାନେ କବଜାରେ ରଖିଛନ୍ତି। ମାଓନେତା ମିଷ୍ଟର ଜର୍ଜଙ୍କ ଗିରଫ ପରେ ପରେ ସେମାନେ ଖାଲି […]

ଅଦ୍ୟତନ ହୋଇଛି
ମାଓବାଦୀଙ୍କ ସହ ବିଶ୍ୱାସର ରାତି

Sukant-mao story

Advertisment

କୋଟ୍ ଓ ଟାଇ ପିନ୍ଧାଇ ଦେଉ ଦେଉ ଅନିନ୍ଦିତା କହିଲା, ଆଜି ଶ୍ରେୟାଂଶର ଜନ୍ମଦିନଜଲ୍‌ଦି ଅଫିସ୍‌କାମ ସାରି ଫେରିବପୂର୍ବବର୍ଷ ପରି ଯେମିତି ନ କୁହ, ମାଓବାଦୀ ଇଲାକାରେ ଜରୁରୀ ବୈଠକ ପାଇଁ ହଠାତ୍ ନିଷ୍ପତ୍ତି ନିଆଗଲା। ଆଇ ଆମ୍‌ଭେରି ଭେରି ସରି

Advertisment

- ଚେଷ୍ଟା କରିବିସିଏମ୍‌ଙ୍କ ସହିତ ଜରୁରୀ ବୈଠକଓଡ଼ିଶାର କିଛି ଜିଲ୍ଲାକୁ ମାଓବାଦୀମାନେ କବଜାରେ ରଖିଛନ୍ତିମାଓନେତା ମିଷ୍ଟର ଜର୍ଜଙ୍କ ଗିରଫ ପରେ ପରେ ସେମାନେ ଖାଲି ଧମକ ଦେବାରେ ଲାଗିଛନ୍ତିକେତେବେଳେ କହୁଛନ୍ତି, ମନ୍ତ୍ରୀଙ୍କୁ ଉଠାଇନେବୁ ପୁଣି କେତେବେଳେ ଜିଲାପାଳଙ୍କୁବରଂ ଭଲ ଥିଲା ପୂର୍ବର ଜିଲ୍ଲାସରକାର କାହିଁକି ଯେ ଏହି ମାଓ ଅଧ୍ୟୁଷିତ ଅଞ୍ଚଳକୁ ମୋତେ ପଠାଇଲେବେଳେବେଳେ ଏସବୁ ଭାବିଲେ ସରକାରଙ୍କ ଉପରେ ମୋର କ୍ଷୋଭ ଆସେ। ଏ ଚାକିରି ଉପରେ ମଧ୍ୟ ମୋହ ତୁଟାଇ ଦେବାକୁ ଇଚ୍ଛା ହୁଏହେଲେ କେଉଁ ଏକ ଅନାହତ ଆକର୍ଷଣରେ କରିପାରେନିଚାକିରି କରିଛି ଯେତେବେଳେ, ଯୁଆଡେ଼ ପଠାଇବେ ସିଆଡେ଼ ଯିବାକୁ ପଡ଼ିବଦେଖୁନ, ବୈଠକ ଆଗରୁ କରୁ ନଥିଲେ, ଠିକ୍ ମାଓ ଧମକ ପରେ ସରକାରଙ୍କ ଚେତା ପଶୁଛିଶେୟାଂଶ ଜନ୍ମଦିନ ସରିଥିଲେ ବୈଠକ କରି ନ ଥାନ୍ତେ!!! ଫେରିବା ବିଳମ୍ୱ ହୋଇପାରେତମେ କିଛି ବ୍ୟସ୍ତ ହେବନିଶ୍ରେୟାଂଶ ସ୍କୁଲରୁ ଆସିଲେ ବାହାରକୁ ଛାଡ଼ିବନି ଖେଳିବାକୁକିଛି ଡ୍ରାଏଫୁଡ୍ ଖାଇବାକୁ ଦେଇଦେବମୁଁ ଆସିଲେ ବାକି ମସ୍ତିରାତି ୧୨ଟା ପୂର୍ବରୁ ନିଶ୍ଚୟ ଫେରିବି। ଏବର୍ଷ ଡେରି କଲେ ତମେ କଣ ମୋତେ ଆଉ ରଖିବ। ମାଓବାଦୀ ଗୁଳି କରିବା ଆଗରୁ ତମେ ଗୁଳି କରିଦେବ। ଗାଲରେ ଗୋଟେ ଚୁମ୍ୱନଆଙ୍କି ଦେଇ କହିଲେ ଅନିନାଶ

- ସବୁଦିନ ପରି ଆଜି ବି ଗଲାବେଳେ ଦୂରରୁ ଥାଇ ପବନରେ ଉଡ଼ାଇ ଦେଲେ ଅନିନ୍ଦିତାଙ୍କ ଉଦ୍ଦେଶ୍ୟରେ କିଛି ପ୍ରେମଆଉ ଅନିନ୍ଦିତା ଟିକେ ଫୁଲେଇ ହୋଇ କହିଲେ, ହଉ ଥାଉ, ତମକୁ ତ ଲାଗୁଛି ଏ ବୟସ ଆମର କଲେଜ ପଢ଼ା ସମୟର ବୋଲିଯାଅ, ପ୍ରେମ ନିଷିଦ୍ଧ ତମେ ଅଫିସରୁ ଫେରିବା ପର୍ଯ୍ୟନ୍ତମାନେ ଲଭ୍ ବ୍ୟାନଏଇଟା ମୋ ଘୋଷଣାଗାଡ଼ି ଷ୍ଟାର୍ଟ କଲେଫୁଲ୍‌ଗିଅରରେ ବିଏମ୍‌ଡବ୍ଲୁ

Advertisment

ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁପ୍ତ ବୈଠକ କେହି ବି ଜାଣିଲେ ବିପଦ ବଢ଼ିଯାଇପାରେଏମିତି କି କିଛି ଦକ୍ଷ ଅଫିସରଙ୍କୁ ବାଦ ଦେଲେ ବାକି କେହି ବି ଜାଣି ନାହାନ୍ତି ବୈଠକର ତାରିଖ ଆଉ ସ୍ଥାନଦୀର୍ଘ ୨୦ ବର୍ଷର ଚାକିରି କାଳ ମଧ୍ୟରେ ଅନେକ ସମସ୍ୟାକୁ ଅତ୍ୟନ୍ତ ବିଜ୍ଞ ଭାବେ ସମାଧାନ କରିଛିସେଥିପାଇଁ ୨୦ ବର୍ଷରେ ୨୩ ଥର ବଦଳି ହୋଇଛି  ତଥାପି  ଡର ଡର ଲାଗୁଥାଏକାରଣ ପୂର୍ବର ଅଭିଜ୍ଞତା ଆଉ ଏବେର ସମୟ ମଧ୍ୟରେ ଆକାଶ ପାତାଳ ଫରକ୍ ଯଦିଓ ପୂର୍ବରୁ କିଛି ମାଓବାଦୀ ଇଲାକାରେ କାର୍ଯ୍ୟ କରିଛନ୍ତିକିନ୍ତୁ ସେ ସମୟରେ ସରକାର ଆଉ ମାଓବାଦୀଙ୍କ ମଧ୍ୟରେ ତିକ୍ତତା ଏତେ ନ ଥିଲାଯେଉଁଥିପାଇଁ ସମସ୍ୟା ସମସ୍ୟା ପରି ଲାଗୁ ନ ଥିଲା ନା ଅଫିସରଙ୍କୁ ନା ସରକାରଙ୍କୁଜିଲ୍ଲା କାର୍ଯ୍ୟାଳୟ ଠାରୁ ବୈଠକ ସ୍ଥାନ ୨୦୦ ଶହ କିଲୋମିଟରପୁଣି ନିଜ କାରରେ ଯିବା ଅତ୍ୟନ୍ତ ଜଟିଳ ବ୍ୟାପାର

ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁପ୍ତ ବୈଠକ ପୁଣି ରାତିରେମାଓବାଦୀଙ୍କୁ କିଛି ବି ଖୋରାକ୍ ଯେପରି ନ ମିଳେଏ ରାସ୍ତାରେ କାର ଡ୍ରାଇଭିଂ କରିବା ଅତ୍ୟନ୍ତ କଷ୍ଟଖାଲ ଢ଼ିପ ପୁଣି ଜଙ୍ଗଲୀ ପଶୁଙ୍କ ଉପଦ୍ରବ ବେଶୀଗାଡ଼ି ଆଡ଼କୁ ବି ହାତୀମାନେ ପଶି ଆସନ୍ତିକିନ୍ତୁ ଯାହା ବି ହେଲେ ବୈଠକକୁ ଯିବାକୁ ପଡ଼ିବ, ନହେଲେ ପୁଣି ଥରେ ବଦଳି ହୋଇପାରେ 

କିଛି ବାଟ ଗଲା ପରେ ରାସ୍ତାରେ ବିରାଟ ପଥର ଆଉ ୪ ଜଣ ମୁହଁରେ କଳାପଟି ବାନ୍ଧି କାର ସାମନାରେ ଛିଡ଼ା ହେଲେ ଆଉ ବନ୍ଧୁକ ଦେଖାଇ କାର୍‌ ଷ୍ଟାର୍ଟ ବନ୍ଦ କରିବାକୁ ଇସାରା ଦେଲେକିଛି ଉପାୟ ନ ଥିଲା ଆଉବାଧ୍ୟ ହୋଇ ଷ୍ଟାର୍ଟ ବନ୍ଦ କଲେ ଅବିନାଶଷ୍ଟାର୍ଟ ବନ୍ଦ କରିବା ପରେ କାରରେ ୪ ଜଣ ବସିଲେ ଆଉ ଇସାରା ଦେଲେ ଅବିନାଶଙ୍କୁ ଚୁପ୍‌ହୋଇ ବସିବାକୁ। କାର ସେଇ ୪ ଜଣଙ୍କ ମଧ୍ୟରୁ ଛୋଟୁ ସର୍ଦ୍ଦାର ଚଳାଇଲେଅବିନାଶ ଖାଲି କହୁଥାନ୍ତି- ତୁମେମାନେ କୁହ, ମୋତେ କାହିଁକି ଆଉ କୁଆଡେ଼ ନେଇଯାଉଛମୁଁ ତମର କି କ୍ଷତି କରିଛି କିମୋ ପୁଅର କାଲି ଜନ୍ମ ଦିନମୋତେ ଯେମିତି ହେଲେ ତା ବାର୍ଥଡେ ପାର୍ଟିରେ ସାମିଲ ହେବାକୁ ପଡ଼ିବଦେଖ, ସିଏମ୍‌ଙ୍କ ସହିତ ଜରୁରୀ ବୈଠକପୁଣି ଗୁପ୍ତରେଦୟାକରି ତମେମାନେ ମତେ ଛାଡ଼ିଦିଅପହଞ୍ଚିବା ବିଳମ୍ୱ ହେଲେ କିମ୍ୱା ନ ଗଲେ ଚାକିରି ପ୍ରତି ବିପଦ ଆସିଯିବ

- ଭୟ କରନି ସାହେବ ଅବିନାଶଆମେ ଅନ୍ୟମାନଙ୍କ ପରି କାହାର କ୍ଷତି କରୁନା କି କାହାର କ୍ଷତି ବି ସହି ପାରୁନାଆମର ବି ଘର ସଂସାର ଅଛିପତ୍ନୀ ପିଲାମାନେ ଅଛନ୍ତିତମକୁ ଆମେ ବିଶ୍ୱାସ ପାଇଲେ ନିଶ୍ଚୟ ତମ ପୁଅର ଜନ୍ମ ଦିନ ପାଳିବଆମେମାନେ ପ୍ରତିଶ୍ରୁତିର ମାନେ ବୁଝୁ, କିନ୍ତୁ ତମ ସରକାରିଆ ଲୋକମାନେ ଏସବୁ ଜାଣନ୍ତିନି

- କିନ୍ତୁ ତମେମାନେ କାହିଁକି ମୋତେ ନେଉଯାଉଛ ସେକଥା କୁହନ୍ତୁ ତ ଆଗେତା ପରେ ଯାଇ ଅନ୍ୟ ସବୁ କଥା

- ସାହେବ ଅବିନାଶ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଦେଖିପାରୁଛ ଏଇ ଇଲାକାର ସ୍ଥିତିରାସ୍ତା ନାହିଁ, ପାଣି ନାହିଁ, ସ୍କୁଲ ନାହିଁ, ଡାକ୍ତରଖାନା ନାହିଁଅପୁଷ୍ଟିର ଶିକାର ହୋଇ ମରୁଛନ୍ତି ଶହ ଶହ ଶିଶୁଦିନ ଆଲୁଅରେ ନାବାଳିକାକୁ କରାଯାଉଛି ବଳାତ୍କାରଆଉ ସରକାର ଠିକ୍ ନିର୍ବାଚନ ବେଳ ଆସିଲେ ମେଞ୍ଚେ ସ୍ୱପ୍ନ ଦେଖାଇ ଭୋଟରଙ୍କୁ ଭୁତେଇ ନିର୍ବାଚନ ଜିତିଯିବକିନ୍ତୁ ଜିତିବା ପରେ ପ୍ରତିଶ୍ରୁତି ସବୁ ଭୁଲିଯାଏମନ୍ତ୍ରୀ ନେତା ଆଉ ରାଜନୈତିକ ନେତା, ଅଫିସର କେବେ ଥରେ ତଳମାଳ ଅଞ୍ଚଳକୁ ବୁଲିଯାଇଛନ୍ତିବୁଲିଯାଇଥିଲେ ସେମାନେ ଜାଣିଥାନ୍ତେ କେତେ ଦୟନୀୟ ସେମାନଙ୍କ ଜୀବନପାଣି ଟୋପାଏ ପାଇଁ ସେମାନଙ୍କୁ ଯିବାକୁ ପଡେ଼  ୫ କିଲୋମିଟରରୋଗ ବଇରାଗ ହେଲେ ଯିବାକୁ ପଡେ଼ ୩୦ କିଲୋମିଟରସରକାରଙ୍କ କୋଟି କୋଟି କୋଟି କେଉଁଠି କେମିତି ଖର୍ଚ୍ଚ ହେଉଛି ସେକଥା ଆମେ ବୁଝୁନାଆମେ ଏତିକି ଜାଣୁ ଆମ ସରକାର ଏଥର ସ୍କୁଲ ତିଆରି କରିବେ, ଡାକ୍ତରଖାନା କରିବେ ଆଉ ରାସ୍ତା ବି କରିବେକିନ୍ତୁ ଏ ଭାବନା ଆମର ସେମିତି ରହିଯାଏ 

 ତମକୁ ଆଜି ଅପହରଣ କରିବା ଆମର ନୂଆ ନୁହେଁଏହା ଆଗରୁ ବି ଅନେକ ଥର ଏହି ଉପାୟ ବାଛିଛୁକିନ୍ତୁ ସରକାର ସବୁଥର ଖାଲି ଆମ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଠିକଣା ବେଳେ ପଛଘୁଞ୍ଚା ଦିଅନ୍ତିସରକାର ଜାଣିଛନ୍ତି ମାଓବାଦୀଙ୍କ କଥାକୁ ମାନିଲେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ବାଧା ଉପୁଜିପାରେକିନ୍ତୁ ସାହେବ ଅନିବାଶ, ଆମ ଇତିହାସରେ ତମେ କେବେ ପଢ଼ି ନ ଥିବ ଆମେ କେବେ ସରକାରୀ ଲୋକଙ୍କୁ ଅପହରଣ କରି ମାରିଛୁ ବା ହତ୍ୟା କରିଛୁସେମାନଙ୍କୁ ଆମେ ନିର୍ଭରରେ ରହିବାକୁ କହିଛୁଆଜି ତମକୁ ବି ସେଇ ସମାନ କଥା ଶୁଣାଉଛୁକିନ୍ତୁ ଆମେ ସରକାର ସହିତ ଆଲୋଚନା ନ କରିବା ପର୍ଯ୍ୟନ୍ତ ତମକୁ ଛାଡ଼ିବୁନି      ଏବେ ବି ଅନେକ ଜିଲ୍ଲାର ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟ ଲୋକଙ୍କୁ ଏବେବି ଦିନକୁ ଦିଓଳି ପେଟପୂରା ଖାଇବାକୁ ମିଳୁ ନାହିଁପ୍ରାଚୁର୍ଯ୍ୟରେ ଭରପୂର ଥିବା ଜିଲାଗୁଡ଼ିକର ଆଦିବାସୀମାନେ ଦାରିଦ୍ର୍ୟତାର କଷାଘାତରେ ଜର୍ଜରିତପେଟକୁ ମୁଠାଏ ଦାନା ପାଇଁ ଏମାନେ ବାଧ୍ୟ ହୋଇ ଦୈନିକ ହଜାର ହଜାର ଗଛ କାଟିଥାନ୍ତିବିଶେଷକରି ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟର ଲୋକେ ଜଙ୍ଗଲ ସମ୍ପଦକୁ ନିର୍ଭର କରି ବର୍ଷତମାମ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତିଏହି ଆଦିମ ଜନଜାତିର ପୁରୁଷମାନେ ଦୈନିକ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇ ଗଛକୁ କାଟି ଚାଲି ଆସିଥାନ୍ତିଗଛ ତଳେପଡି ଶୁଖିଯିବା ପରେ ଏହାକୁ ଜାଳେଣି କାଠ ଭାବେ କାଟି ମହିଳାମାନେ ଛୋଟ ଛୋଟ ଶିଶୁଙ୍କୁ କୋଳରେ ଧରି ଅତିକମ୍‌ରେ ୧୦ରୁ ୧୫ କି.ମି.ଦୂର ବିପଦଶଙ୍କୁଳ ଅବସ୍ଥାରେ କାଠକୁ ମୁଣ୍ଡେଇ ନିକଟସ୍ଥ ସହରକୁ ଦୈନିକ ବିକ୍ରି ପାଇଁ ଆସିଥାନ୍ତିଜାଳେଣି କାଠ ବିକିଲେ ଏମାନଙ୍କର ଚୁଲି ଜଳେଆଦିବାସୀଙ୍କ ଜୀବିକା ନିବାର୍ହ ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଉଥିଲେ ହେଁ ଜିଲ୍ଲାରେ ଏହାର ସଠିକ୍ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ବହୁ ପରିବାର ଓଳିଏ ଖାଇ ଓଳିଏ ଉପାସରେ ଦିନ କାଟିବାକୁ ବାଧ୍ୟ ହୋଇଥାନ୍ତିଫଳସ୍ୱରୂପ ଭୋକ ମେଣ୍ଟାଇବା ପାଇଁ ଏହି ନିରୀହ ଜନଜାତି ଘଞ୍ଚ ଜଙ୍ଗଲରୁ ଦୈନିକ ହଜାର ହଜାର ମୂଲ୍ୟବାନ ଗଛ କାଟି ଜାଳେଣି କାଠ ଭାବେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତିଏହାର ସୁଯୋଗ ନେଇ କାଠ ମାଫିଆ ମାନେ ନୀରିହ ଏହି ଆଦିବାସୀଙ୍କୁ ଢ଼ାଲ କରି ବହୁ ପୁରାତନ ଶାଳ ପିଆଶାଳ ଭଳି ମୂଲ୍ୟବାନ ଗଛକୁ କାଟି ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରି ମାଲେମାଲ ହେବା ଘଟଣା କାହାକୁ ଅଛପା ନୁହେଁଜିଲାର ଏହି ଆଦିମ ଜନଜାତିଙ୍କ ପେଟର ଭୋକ ମେଣ୍ଟି ପାରୁନଥିବା ବେଳେ ଏମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ଆବଶ୍ୟକତା ସାତସପନଏଭଳିକି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏମାନଙ୍କ ନିକଟରେ ସଭ୍ୟତା ଏବେ ବି ଅପହଞ୍ଚଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏହି ଆଦିମ ଜନଜାତି ସର୍ବଦା ନିଶାସକ୍ତ ହୋଇ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କଥାକଥାକେ ଜଘନ୍ୟ ହତ୍ୟାକାଣ୍ଡ କରୁଛନ୍ତି କୁହନ୍ତୁ ସାହେବ, ଏସବୁ ସରକାର ଦେଖିପାରୁଛନ୍ତି ନା, ଦେଖି ନ ଦେଖିଲା ପରି ରହୁଛନ୍ତି

କୁହନ୍ତୁ ସାହେବ ଅବିନାଶ, କୁନ୍ଦୁଲି ମାମଲାରେ ରାଜ୍ୟ ସରକାର ବାରମ୍ୱାର ମତ ବଦଳାଇଲେନିରୀହା ୧୪ ବର୍ଷିୟା ନାବାଳିକା ନ୍ୟାୟ ନପାଇ ଆତ୍ମହତ୍ୟା କଲାଖାଲି କୁନ୍ଦୁଲୀ ନୁହେଁ, କୁନ୍ଦୁଲୀ ଆଗରୁ ଏମିତି ଅନେକ ନ୍ୟାୟ ନ ପାଇ ଆତ୍ମହତ୍ୟାର ପଥକୁ ବାଛି ନିଅନ୍ତିଏହା ବ୍ୟତିତ ସେମାନଙ୍କ ନିକଟରେ କୌଣସି ରାସ୍ତା ହିଁ ନ ଥାଏସେମାନେ ଚାହୁଁଥିଲେ ସମାଜରେ ସ୍ୱାଭିମାନ ଆଉ ସମ୍ମାନର ସହ ବଞ୍ଚିବା ପାଇଁକିନ୍ତୁ ତମ ସରକାର ସେମାନଙ୍କୁ ବଞ୍ଚିବାକୁ ଦେଲାନିପ୍ରତିଦିନ ମରିବା ଅପେକ୍ଷା ଥରେ ମରିବା ଅତ୍ୟନ୍ତ ଶ୍ରେୟସ୍କର ବୋଲି ଭାବିନେଲେ ସେମାନେଆଉ ତମ ସରକାର ସମବେଦନା ଜଣାଇ କର୍ତ୍ତବ୍ୟ ସାରିଦିଏକୁହନ୍ତୁ ସାହେବ; ଣ ଥିଲା ସେମାନଙ୍କର ଦୋଷ! ସେମାନେ ଯଦି ତମ ଭଉଣୀ କି ତମର ନିକଟ ସମ୍ପର୍କିୟ ହୋଇଥାନ୍ତେ, ତେବେ କଣ କରିଥାନ୍ତ ? ରାଜ୍ୟର ଦକ୍ଷ ପୁଲିସ ଓ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଅପରାଧୀଙ୍କୁ ନିଶ୍ଚିତ ଧରିପାରି ଥାନ୍ତେକିନ୍ତୁ  ଆରମ୍ଭରୁ ସତ ଲୁଚାଇବାକୁ ସମସ୍ତ ଘଟଣା ପଛରେ ହୋଇଥାଏ ଷଡ଼ଯନ୍ତ୍ରଷଡ଼ଯନ୍ତ୍ର ତ ନୁହେଁ, ସାଂଘାତିକ ଷଢ଼ଯନ୍ତ୍ର  ତେବେ ଦୀର୍ଘ ବର୍ଷ ଧରି ଶାସନ କ୍ଷମତା ସାବାଳକ ହୋଇଥିବା ମୁଖ୍ୟମନ୍ତ୍ରୀ ନାରୀମାନଙ୍କୁ ନ୍ୟାୟ ଦେବା ପାଇଁ କାହିଁକି ପଛାଉଛନ୍ତିସରକାରଙ୍କ ହାତରେ ସମସ୍ତ କ୍ଷମତା ଥାଇ ବି ଅନ୍ଧ ମୂକ ବଧିର ପରି କାର୍ଯ୍ୟ କରୁଛନ୍ତିସବୁ ରାଜ୍ୟ ସରକାର ପ୍ରଥମେ ସ୍ଥାନୀୟ ପୁଲିସକୁ ତଦନ୍ତ ପାଇଁ ଦାୟିତ୍ୱ ଦେଇଥିଲେସ୍ଥାନୀୟ ପୁଲିସ ଆରମ୍ଭରୁ ଧର୍ଷିତାକୁ ଜେରା ନକରି ଏହାକୁ ମିଛ ଘଟଣା ବୋଲି ରଙ୍ଗ ଦେବାକୁ ଚେଷ୍ଟା କରିଥିଲାଧର୍ଷିତାକୁ ଜେରା ନକରି ଧର୍ଷିତାର ୪ଜଣ ଆତ୍ମୀୟଙ୍କୁ ଉଠାଇ ନେଇ ଅଭିଯୋଗକୁ ମିଥ୍ୟା ବୋଲି କହିବା କିମ୍ୱା ନିଜେ ଦୁଷ୍କର୍ମ କରିଛନ୍ତି ବୋଲି ମନାଇବା ପାଇଁ ବଳପୂର୍ବକ ଉଦ୍ୟମ କରିଥିଲେସେଥିରେ ମଧ୍ୟ ଫଳ କିଛି ହେଲାନିଏହାପରେ ସରକାର ରାଜ୍ୟ ମାନବାଧିକାର କମିଶନ ସେଲ୍‌କୁ ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଥିଲେସେଠି ମଧ୍ୟ କମିଶନ ମାତ୍ର ଦୁଇ ଦିନରେ ତଦନ୍ତ ସାରି ଧର୍ଷଣ ହୋଇନି ବୋଲି କହିଥିଲେଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି କିଛି ତଦନ୍ତ ପୂର୍ବରୁ ଘଟଣା ଧର୍ଷଣ ନୁହେଁ ବରଂ ପ୍ରେମ ଜନିତ ଘଟଣା ବୋଲି କହି ତଦନ୍ତ ପ୍ରକ୍ରିୟାକୁ ସାରିଦେଲେଏହାପରେ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିଦ୍ଦେର୍ଶ ଦେଇଥିଲେନ୍ୟାୟିକ ତଦନ୍ତ ନିଦ୍ଦେର୍ଶ ଦେବା ପୂର୍ବରୁ ରାଜ୍ୟ ସରକାର ସୁପ୍ରିମକୋର୍ଟ କିମ୍ୱା ହାଇକୋର୍ଟଙ୍କ ଅନୁମତି ନେବାର ସାମ୍ୱିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଏହା ନକରି ଉପରଠାଉରିଆ ଭାବରେ ଘୋଷଣା କରିଥିଲେଏହା ପରେ ଆସିଲା  ରାଜ୍ୟର ଉପନିର୍ବାଚନ ପାଳିଦିନ କେଇଟାରେ ଭୁଲିଗଲେ କୁନ୍ଦୁଲୀକୁ   ଉପନିର୍ବାଚନକୁ କବ୍‌ଜା କରିବା ନିଶାରେ ଲାଗିପଡ଼ିଲେ ସରକାର ଆଉ ସରକାରିଆ କର୍ମଚାରୀକୁହନ୍ତୁ, ସାହେବ, ଏଥିରୁ କି ଲାଭ ପାଇଲା ନାବାଳିକାର ପରିବାର

ଆଉ ଦାନ ମାଝିତାସ୍ତ୍ରୀର ଶବକୁ କାନ୍ଧରେ ବୋହି ଆଣିଲାଢ଼େର ପ୍ରଶଂସା କଲେ ସରକାର ତା କାର୍ଯ୍ୟକୁରାତାରାତି ମହାପ୍ରୟାଣ ଯୋଜନା ପୁନଃକ୍ଷମ ହେଲାଦାନ ମାଝିର ଗାଁ ଦେଖି ନଥିବା ନେତା, ମନ୍ତ୍ରୀଙ୍କ ମେଳି ଲାଗିଲାଗୋଟାଏ ଦିନରେ ରାସ୍ତା ତିଆରି ହେଲାସ୍ତ୍ରୀକୁ ହରାଇ ଯେଉଁ ଅବସାଦ ଭିତରେ ଦାନ ମାଝୀ ଥିବ, ସେଇ ଅବସାଦ ଭିତରେ ତାକୁ ଥାନାରେ ଜେରା କରାଯାଉଥିଲାକୁହନ୍ତୁ, ସାହେବ, ସରକାରଙ୍କ ଭୁଲ୍‌ନା ଦାନ ମାଝୀର ଉପେକ୍ଷିତ ଭାଗ୍ୟର

ଲକ୍ଷ ଲକ୍ଷ ଯୁବକ ଚାକିରି ନ ପାଇଁ ଦାଦନ ଖଟି ଯାଉଛନ୍ତିଆତଙ୍କବାଦୀଙ୍କ ସହିତ ସମ୍ପର୍କ ବାନ୍ଧିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତିପଇସାଟିଏ ନ ଥାଏ ବୋଲି ଭୋକ ଓପାସରେ ମାଆ ପିଲାକୁ ପଠାଇଦିଏ ଦାଦନ ଖଟିବାକୁ; ଆଉ ସେଠାରେ ତାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଏସରକାର ଏସବୁକୁ ଗୁରୁତର ଭାବେ ନ ନେଇ ଦିନ କେଇଟା ପରେ ସବୁ ଯେମିତି ନାଟକର ଦୃଶ୍ୟ ପରି ଭୁଲିଯାଆନ୍ତିତମେ କୁହ ସାହେବ, ଆମେ ମାଓବାଦୀଙ୍କ ସହିତ ହାତ ମିଳେଇ କଣ ଭୁଲ୍‌କରିଛୁ

ଏବେ ବି ମାଆ ତା ସନ୍ତାନକୁ ଟଙ୍କା କେଇଟା ପାଇଁ ବିକି ଦିଏ ଆୁ ସରକାରୀ ବାବୁମାନେ  ଟଙ୍କା ଫୋପାଡ଼ିଲେ ସବୁ କିଛି ପାଦ ତଳେ କେଇ ମିନିଟ୍‌ଭିତରେ ପହଞ୍ଚି ଯାଏକେବେ ଉପର ଅଫିସର ବୁଲି ଯାଇଛନ୍ତି ତା ଗାଁକୁକେବେ ପଚାରିଛନ୍ତି ମାଆଟିଏ କାହିଁକି ତା ପିଲାକୁ ଟଙ୍କା କେଇଟା ପାଇଁ ବିକିଦେଲାକୁହନ୍ତୁ ସାହେବ, ଆମେ ତମ ପରି ମଣିଷ, ଆମର ବି ହସ ଖୁସିରେ ଦିନ କାଟିବାକୁ ମନଆମ ବାପା ମାଆ ବି ଆମକୁ ଅପେକ୍ଷା କରିଥିବେ  ସାହି ଭାଇରେ ସେମାନଙ୍କୁ ଆକ୍ଷେପ କରନ୍ତି-ତମ ପୁଅ ବା ମାଓବାଦୀଙ୍କ ସହିତ ମିଶିଛିସାହେବ, ଆମେ ମାଓବାଦୀ ସତ କିନ୍ତୁ କାହାର କିଛି ବି କ୍ଷତି କରୁନାସରକାର ଆମକୁ ଅଯଥାରେ ଦୋଷ ଲଦିଦିଅନ୍ତି ଆଉ ଆମେମାନେ ମାନିନେଉରାଜନୈତିକ ଆକ୍ରୋଶ ରଖି କୁଜି ନେତା ବି ମାଓବାଦୀଙ୍କ ନାମରେ ପୋଷ୍ଟର ଛାପନ୍ତିଦୋଷ ବୋହୁ ଆମେ

ଓଡ଼ିଶାରେ ଏତେ ପରିମାଣରେ ଖଣିଜ ସମ୍ପଦ ଥିବା ସେତ୍ତ୍ୱ ବି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିପରି ମିଳିବ ସେ ନେଇ ଦାବି କରୁଛିସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ହେଲେ ଯେଉଁ ସବୁ ନିୟମକୁ ପୂର୍ଣ୍ଣ କରିବା ତାହା ମଧ୍ୟ ଓଡ଼ିଶା ପୂରଣ କରୁନାହିଁଖାଲି କାଗଜ କଲମରେ ଏସବୁ କରିଦେଲେ କଣ ଏହି ମାନ୍ୟତା ମିଳିଯିବରାଜସ୍ୱ ରେକର୍ଡ଼ର ଡିଜିଟାଇଜେସନ, ଭାଗଚାଷୀଙ୍କୁ ଜମିର ସ୍ୱତ୍ତ୍ୱ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ତାହା ହୋଇପାରିନାହିଁଏମିତି ବର୍ଷ ବର୍ଷ ବିତେ, ଯୋଜନା ପ୍ରଣୟନ ହୁଏ କିନ୍ତୁ ଶେଷରେ ବିକାଶ କିନ୍ତୁ ଯେଉଁ ଶୂନକୁ ସେଇ ଶୂନଆମ ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବାକଥା  କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଅସମ୍ଭବକେନ୍ଦ୍ର ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କେବିକେ ଏବଂ ଆଇ..ପି. କାର୍ଯ୍ୟକ୍ରମ ପାଇଁ ଦେଉଥିବା ଅନୁଦାନକୁ ବନ୍ଦ କରିଦେବା ଫଳରେ ଏହି ସବୁ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି ବୋଲି ସରକାର କହୁଛନ୍ତିକିନ୍ତୁ ସାହେବ, ଆମ ରାଜ୍ୟରେ ଯେତେ ଖଣିଜ ସମ୍ପଦ ଭର୍ତ୍ତି ରହିଛି, ତାହାକୁ ଯଦି ରାଜନୀତି ନ କରି ଉପଯୋଗ କରାଯାଏ ତେବେ କେନ୍ଦ୍ରର ଅନୁଦାନ ଦରକାର ନାହିଁଏକଥା କିନ୍ତୁ ସରକାର ନ ବୁଝି ମାଓବାଦୀଙ୍କୁ ଦମନ କରିବାକୁ ବୈଠକ ବୈଠକ ଡାକୁଛନ୍ତିକିନ୍ତୁ କେବେ ଥରେ ବୈଠକ ହୋଇଛି-ସେମିତି ସାଧାରଣ ଲୋକଟିଏ ଆପଣମାନଙ୍କ ପରି ଶାନ୍ତିରେ ଜୀବନ କାଠିପାରିବଆମେମାନେ କେତେ ଆଶା କରୁ ଭୋଟ ଦେଉ, କିନ୍ତୁ ସେମାନେ ଜିତିଗଲା ପରେ ଆଉ କିଛି ବୁଝନ୍ତିନିନିଜର ବ୍ୟକ୍ତିଗତ ଭାବେ ସମ୍ପତ୍ତି ବଢ଼ିଚାଲେ, ଯାହା ଆମ ଆଖିରେ ଦେଖି ବି ଦେଖିପାରୁନାକୁହନ୍ତୁ ସାହେବ, ଆମ ପାଖେ ଆଉ କଣ ଅସ୍ତ୍ର ରହିଛିଦୀର୍ଘ ବର୍ଷ ଧରି ଆମେ ଘର ପରିବାର ଛାଡ଼ି ଦୂରେ ଦୂରେ ରହୁଛୁଏମିତି କି ପରିବାର ସହିତ ସମ୍ପର୍କ ଛିନ୍ନ କରିଆମର କେଉଁଠି ଟିକେଟ୍‌ପାଇବାର ନାହିଁ କି ରାଜନୀତିରେ ମିଶିବାର ନାହିଁରାତାରାତି ବଡ଼ଲୋକ ହେବାର ସ୍ୱପ୍ନ ବି ଆମର ନାହିଁଏସବୁ ସେତ୍ତ୍ୱ ବି ଆମେ ସ୍ୱପ୍ନ ଦେଖୁ ସେଇମାନଙ୍କ ପାଇଁଯେଉଁମାନେ ଖାଦ୍ୟ ବିନା ଜୀବନ ହାରନ୍ତିଔଷଧ ଟିକିଏ ପାଇଁ ଜୀଇଁବାକୁ ଚାହୁଁଥିବା ଜୀବନ ଅଟକିଯାଏ  ଆମେ ଆମ୍ୱ ଟାକୁଆର ଶୁଷ୍କ ପେଟରେ ବି ସ୍ୱପ୍ନ ଭରିଦେବାକୁ ଚେଷ୍ଟା ଚଳାଇଛୁକିନ୍ତୁ ଏତକ ମନେରଖ ସାହେବ, ଆମେ କାହାର କୌଣସି କ୍ଷତି କରୁନାସମାଜ ଆମକୁ ଯେଉଁ ଦୃଷ୍ଟିରେ ଦେଖେ, ଆମେ ସେମିତି ନୁହେଁ

ସାହେବ, ଆପଣ ଜମା ଭୟ କରନ୍ତୁ ନାହିଁପୁଅ ଜନ୍ମ ଦିନ ନିଶ୍ଚୟ ପାଳିବଖାଲି ତମେ ନୁହେଁ, ଆମେ ସମସ୍ତେ ମିଶି ପୁଅର ଜନ୍ମଦିନ ପାଳିବା ଠିକ୍ ରାତି ୧୨ଟାରେ

ଏଇ ନିଅନ୍ତୁ ଆପଣଙ୍କ ଫୋନ୍‌ଆପଣଙ୍କ ପତ୍ନୀ ବ୍ୟସ୍ତ ହେଉଥିବେ ତମ ଫେରିବା ବିଳମ୍ୱ ହେବାରୁକିନ୍ତୁ ତା ପୂର୍ବରୁ ଆମ ସର୍ତ୍ତରେ ରାଜି ହେବାକୁ ପଡ଼ିବ, ନହେଲେ...

- ପୁଣି ସର୍ତ୍ତ କ ?

- ସାହେବ ସରକାରୀ ଲୋକଙ୍କୁ ବିଶ୍ୱାସ କରିବା ବିଲ୍‌କୁଲ୍‌ ଭୁଲ୍‌ଦେଖୁନ, ସବୁ ପେପର ଆଉ ବୈଦ୍ୟୁତିକ ଗଣମାଧ୍ୟମରେ ବେକ୍ରିଂ ନ୍ୟୁଜ୍ଦେଉଛି- ମାଓବାଦୀଙ୍କ କବ୍‌ଜାରେ ଏସ୍‌ପିମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକକୁ ଯାଉଥିବାବେଳେ ଅପହରଣ କଲେ ମାଓବାଦୀଯେମିତି ମାଓବାଦୀ ମାନେ ମଣିଷକୁ ମାରି ଦେଉଛନ୍ତି, ହତ୍ୟା ଧମକ ଦେଉଛନ୍ତିସର୍ତ୍ତ ଏହା କି-ପୁଅ ଜନ୍ମଦିନ ପାଳିବ ଆଉ ପୁଣି ଆମ ସହିତ ରାତିରେ ଫେରିବଆମର ବି ପିଲାଛୁଆ ଅଛନ୍ତିଆମେ ଜାଣିଛୁ-ପୁଅ ପାଇଁ ବାପାର ମନ କେତେ ବ୍ୟାକୁଳ ହୁଏଆଉ ସରକାର ଆମ ସର୍ତ୍ତ ନ ମାନିଲା ପର୍ଯ୍ୟନ୍ତ ତମକୁ ଆମ ଖୁଆଡ଼ରେ ରହିବାକୁ ପଡ଼ିବ; କିନ୍ତୁ ତମେ ଯେ ଆମ ପାଖରେ ସୁରକ୍ଷିତ ଏକଥା ତମ ପତ୍ନୀ ଛଡ଼ା ଆଉ କେହି ବି ଯେମିତି ନ ଜାଣନ୍ତି

ଏଇ ମାଟି ବଦଳାଇଛି କେତେ କୁଖ୍ୟାତ ଦସ୍ୟୁ, ପୁଣି ଚୋରଙ୍କୁ  କିନ୍ତୁ ଜଣେ ବ୍ୟକ୍ତି ହେଉ ବା ସରକାରଙ୍କର ଗତି ବିଧି ବା ଚରିତ୍ର ସୁଧାରିବାକୁ ହେଲେ ଏମିତି ଉପାୟ କଣ ଦରକାରସରକାର ସହିତ ଏମିତି ଶତ୍ରୁତା କରି ଆପଣମାନେ କଣ ସମସ୍ୟାର ସମାଧାନ କରୁଛନ୍ତିଇତିହାସ ହେଉ ବା କିମ୍ୱଦନ୍ତୀ; ଅନେକ ନଜିର ରହିଛି ସତ୍ୟ ଏବଂ ନ୍ୟାୟରେ ରହିବେ ବିଜୟ ସୁନିଶ୍ଚିତ; ମାତ୍ର ଏହି ବିଜୟ ପାଇଁ ଅନେକ ସଂଘର୍ଷର ପଥ ଅତିକ୍ରମ କରିବାକୁ ପଡ଼ିଥାଏନିଜ ଘର ସଂସାର ଛାଡ଼ି କାହିଁକି ଏମିତି ଏକ ଅନାହୂତ ଭବିଷ୍ୟତ ପଛରେ  ପଡ଼ିଛନ୍ତିକି ଲାଭ ମିଳୁଛିଯେଉଁ ରାସ୍ତାରେ କେବେ ଫୁଲ ଫୁଟିବାର ହିଁ ନାହିଁଆଉ ଆପଣମାନେ ଭାବନ୍ତୁ ନାହିଁ ସରକାର ଏତେ ସହଜରେ ଆପଣମାନଙ୍କ ଦାବିକୁ ମାନି ନେବେ’- ଯଥାସମ୍ଭବ ବୁଝାଇବା ଭଙ୍ଗୀରେ କହିଲେ ଅବିନାଶ

ନାଇଁ ସାହେବ; ଆମେମାନେ କେବେ ନିଜର ସ୍ୱାର୍ଥ ପାଇଁ ଏହି ଅପହଞ୍ଚ ଇଲାକାରେ ଜୀବନ କାଟୁନାହିଁସାଧାରଣ ଜନତାଙ୍କୁ ଟିକେ ଶାନ୍ତିରେ ବଞ୍ଚିବାକୁ ଆମେ ଏଥିରେ ସାମିଲ୍‌ ହୋଇଛୁ ଆଉ ଆମର ଏହି ସ୍ୱପ୍ନ ଦିନେ ସତ ହେବ; ସ୍ୱପ୍ନ ସତ ନ ହେବା ପର୍ଯ୍ୟନ୍ତ ଆମେ ଆଖି ସେମିତି ଖୋଲା ରଖିଥିବୁ

ହଉଁ ଠିକ୍ ଅଛି, ମୁଁ ଆପଣମାନଙ୍କ ସର୍ତ୍ତରେ ରାଜିମୋତେ କିନ୍ତୁ ମୋ ପୁଅ ସହିତ ଠିକ୍ ୧୨ଟା ବେଳେ ବାର୍ଥ ଡେ କେକ୍ କାଟିବାକୁ ଦେବ

ମେଳିରୁ ସାଙ୍ଗ ହୋଇ ବସିଲେ ବିଏମ୍‌ଡବ୍ଲୁରେପାଖ ମାର୍କେଟରେ  କିଛି ଚକୋଲେଟ୍‌‌, ଖେଳଣା ବି କିଣିଲେଏତିକି ବେଳେ ସାହେବ ଅବିନାଶ ପଚାରିଲେ-ଏସବୁ କାହିଁକି ? ମାଓବାଦୀଙ୍କ ମଧ୍ୟରୁ ଜଣେ କହିଲା-ସେ ଆମର ବି ପୁଅସେଥିପାଇଁ ଏସବୁପହଞ୍ଚିଲେ ସାହେବ ଅବିନାଶଙ୍କ ଘରେସେଠାରେ ମଧ୍ୟ ତାଙ୍କ ପତ୍ନୀ ଅନିନ୍ଦିତାଙ୍କୁ ସେଇ ସମାନ ସର୍ତ୍ତ ରଖିବାକୁ କହିଲେ; କହିଲେ ବି ଆପଣଙ୍କ ସ୍ୱାମୀଙ୍କର କିଛି କ୍ଷତି ହେବାକୁ ଦେବୁ ନାହିଁଧୂମ୍‌ଧାମ୍‌ରେ ପାଳିଲେ ଜନ୍ମଦିନ

ଜନ୍ମଦିନ ସରିବା ପରେ ଶ୍ରେୟାଂଶ କହିଲା-ବାବା ମୁଁ ବି ଏଇ ଅଙ୍କଲମାନଙ୍କ ସହିତ ଯିବିମାମା ଏକା ଥାଉପ୍ଲିଜ୍ବାବା ତମେ ମନା କରିବନି

- ବାବା ପାଖରେ କିଛି ଉତ୍ତର ନ ଥିଲାକହିବାକୁ ପଦେ ବିଯେଉଁ ମାନଙ୍କ ବିରୋଧରେ ସ୍ୱରଉେତ୍ତାଳନ କରୁଥିଲେ, ସେଇମାନେ ଯେ ଏତେ ଭଲ ମଣିଷ ଅନୁଭବ କଲେଏଇ ସମୟରେ ମାଓବାଦୀ ଦଳର ଟପ୍‌ଲିଡ଼ର କହିଲେ କି-ନାଇଁ ଶ୍ରେୟାଂଶ ଆମେ ପୁଣି ତମ ଘରକୁ ଆସିବୁ, ସେତେବେଳେ ତମକୁ ନେଇଯିବୁଆମ ମେଳି ବୁଲିଆସିବନାଇଁ ଅଙ୍କଲ, ଆଉ ଆସିବିନିସବୁଦିନ ସେଠାରେ ରହିବି

ଅନିନ୍ଦିତା ଏସବୁ ଶୁଣୁଥାଏଶୁଣି ସାରିବା ପରେ-ଅବିନାଶଙ୍କୁ ବେଡ଼ରୁମ୍‌ଭିତରକୁ ଡାକି କହିଲେ-ତମେ ମୋତେ ଭଲପାଅ!

- ହଁ, ଦାମ୍ପତ୍ୟର ଏତେ ବର୍ଷ ପରେ ଏ ପ୍ରଶ୍ନ ? ତମର କଣ କିଛି ସନ୍ଦେହ ହେଉଛି ନା କ?

- ନାଇଁ ତମକୁ ଆଜି ମୋର କଥା ରଖିବାକୁ ପଡ଼ିବଆଉ ମୋର ଆଶା ଏବଂ ବିଶ୍ୱାସ ତମେ ମୋ କଥା ରଖିବ

- କୁହ ଅନିନ୍ଦିତା, ତମେ ସେ ଆଇପିଏସ୍‌ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିଅସରକାର ତମକୁ ସୁରକ୍ଷା ଦେଇନିଦେଇଛନ୍ତି, ଆଜି ଯେଉଁମାନେ ଆମ ପୁଅର ଜନ୍ମଦିନୁ ଧୂମ୍‌ଧାମରେ ପାଳିଛନ୍ତିତମକୁ ମୁଁ ଏତେ ପାଖରେ ପାଇଛି ଏମାନଙ୍କ ବିଶ୍ୱାସ ଆଉ ମଣିଷପଣିଆ ଯୋଗୁଁମୁଁ ବି ଏମାନଙ୍କ ସହ ଯିବିଆମେ ସମସ୍ତେ ସେଠାରେ ରହିବାମୋର ବିଶ୍ୱାସ ଏ କୋଟି କୋଟି ଟଙ୍କା ଆମକୁ ଯେତେ ଶାନ୍ତି ଦେଇ ନାହିଁ, ଏମାନଙ୍କ ଭଲପାଇବା ଆମକୁ ସେତିକି ଶାନ୍ତି ଦେବ

-ଏତକ କଥା କହିବାବେଳକୁ ଲୁହରେ ଗୋଟାପଣେ ଭିଜିଯାଇଥିଲା ଅନିନ୍ଦିତାଖୁବ୍‌ପାଖକୁ ଜାକି ଆଣି ଅବିନାଶ କହିଲେ-ତମ କଥା ନିଶ୍ଚୟ ରଖିବି

ତାପରେ ଶ୍ରେୟାଂଶକୁ ଧରି କିଛି ଆସବାବ କାରରେ ଲଦି ଚାଲିଲେ ସେହି ଅପହଞ୍ଚ ଇଲାକାର ମାଓବାଦୀ ମେଳିକୁଶ୍ରେୟାଂଶ ହସି ହସି ବେଦମ୍‌ହୋଇ କହୁଥାଏ-ଦେଖିଲ ମମି ଆମ ଗାଁ ଅଙ୍କଲଙ୍କ ଠାରୁ ଏମାନେ କେତେ ଭଲପର ଆପଣା ନାହିଁ

ତା ପରଦିନ ସରକାରଙ୍କୁ ପଠାଇଦେଲେ ରେଜିନେସନ ଲେଟର ପଠାଇ ସରକାରୀ ଚାକିରୀରୁ ଅବ୍ୟାହତି ନେଇଗଲେସେଇଦିନଠାରୁ ମାଓବାଦୀଙ୍କ ସହିତ ମିଶିଛନ୍ତି ସାହେବ ଅବିନାଶ

 ରାଘବପୁର, ଗେଡ଼ମା, ମଞ୍ଜୁରିରୋଡ, ଜି-କେନ୍ଦୁଝର-୨୧

ଫୋନ୍‌‌-୮୮୯୫୩୦୪୫୫୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe