ସୁନ୍ଦରଗଡ଼: ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ଗୋଟିଏ ପଟେ କଡାକଡ଼ି ନିୟମ ରହିଛି। ଅପରେସନ ମୁସ୍କାନ ଜରିଆରେ ଶତାଧିକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଉଛି। ଶିଶୁଙ୍କର ମୌଳିକ ଅଧିକାରରୁ ସେମାନେ କିପରି ବଞ୍ଚିତ ନ ହୁଅନ୍ତି ସେ ନେଇ ସରକାର ଏବଂ ବିଭିନ୍ନ ବେସକାରୀ ଅନୁଷ୍ଠାନ ଗୁଡ଼ିକ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ସହରରେ। ଏହି ସହରର ପୂରାତନ ବିଦ୍ୟାଳୟ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ। ଏଠାକାର ଛାତ୍ରବାସରେ ରହୁଥିବା ଅନ୍ତୋବାସୀ ଟ୍ରକରୁ ବହି ଅନଲୋଡ୍ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟାଳୟରେ କୌଣସି କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ନ କରାଇବା ପାଇଁ କଡାକଡି ନିୟମ ରହିଥିବା ସତ୍ତ୍ୱେ ମାତ୍ର କେତେ ଟଙ୍କା ପାରଶ୍ରମିକ ବଞ୍ଚାଇବାକୁ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରବାସର ପିଲାଙ୍କୁ କାମରେ ନିୟୋଜିତ କରିଥିଲେ। ଟ୍ରକ୍ରୁ ପିଲା ବହି ବଣ୍ଡଲ ଗୁଡ଼ିକ ତଳକୁ ଓଲ୍ଲାଇ ପୁଣି ତାକୁ ବୋହି ସ୍କୁଲ ଭିତରକୁ ନେଇଥିଲେ। ସ୍କୁଲ ଛୁଟି ହୋଇସାରିବା ପରେ ଛାତ୍ରବାସର ପିଲାଙ୍କ ଦ୍ୱାରା ଏହି କାମ କରାଯାଇଥିଲା। ଏ ସଂପର୍କରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
କୁଲି କାମ କଲେ ଛାତ୍ର

/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us