Advertisment

ସୁରବାବା ଓ ଆଶ୍ରମ ବିରୋଧରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ସୁରବାବା ଗିରଫ ହେବା ପରେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି। ଜମି ଜବର ଦଖଲ, ଯୌନ ନିର୍ଯ୍ୟାତନା, ଅପରାଧିକ ଗୋଷ୍ଠୀଙ୍କୁ ଆଶ୍ରମରେ ଆଶ୍ରୟ ଦେବା ଅଭିଯୋଗ ପରେ ଏବେ ଆସିଛି ହତ୍ୟା ଅଭିଯୋଗ। ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବା ଓ ତ୍ରାହି ଅଚ୍ୟୁତ ଆଶ୍ରମର ଏକ ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ପବିତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି। ପବିତ୍ର ପୋଲିସ କମିଶନରଙ୍କୁ ତାଙ୍କ ସମ୍ପର୍କିୟ ଭାଇ […]

ଅଦ୍ୟତନ ହୋଇଛି
ସୁରବାବା ଓ ଆଶ୍ରମ ବିରୋଧରେ ହତ୍ୟା ଅଭିଯୋଗ

surababa

Advertisment

ଭୁବନେଶ୍ୱର: ସୁରବାବା ଗିରଫ ହେବା ପରେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି। ଜମି ଜବର ଦଖଲ, ଯୌନ ନିର୍ଯ୍ୟାତନା, ଅପରାଧିକ ଗୋଷ୍ଠୀଙ୍କୁ ଆଶ୍ରମରେ ଆଶ୍ରୟ ଦେବା ଅଭିଯୋଗ ପରେ ଏବେ ଆସିଛି ହତ୍ୟା ଅଭିଯୋଗ। ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବା ଓ ତ୍ରାହି ଅଚ୍ୟୁତ ଆଶ୍ରମର ଏକ ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ପବିତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି। ପବିତ୍ର ପୋଲିସ କମିଶନରଙ୍କୁ ତାଙ୍କ ସମ୍ପର୍କିୟ ଭାଇ ପ୍ରତାପ ମିଶ୍ରଙ୍କୁ କିଛିବର୍ଷ ତଳେ ଭୁବନେଶ୍ୱର ରାଜମହଲ ଛକରେ ହତ୍ୟା କରାଯାଇଥିବା ଓ ଏହି ହତ୍ୟାକାଣ୍ଡରେ ସୁରବାବା ଓ ଆଶ୍ରମର କିଛି ଲୋକ ସମ୍ପୃକ୍ତ ଥିବା ମୌଖିକ ଅଭିଯୋଗ କରିଛନ୍ତି । ପ୍ରେମ ଜନିତ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପବିତ୍ର କହିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରତାପ ତାଙ୍କ ପାଖରେ ରହି ଆଶ୍ରମରେ କାମ କରୁଥିଲେ । ଘଟଣାଦିନ ପ୍ରତାପଙ୍କୁ ଆଶ୍ରମର କିଛି ଲୋକ ଡାକି ନେଇଥିଲେ। ପରଦିନ ପ୍ରତାପଙ୍କ ମୃତଦେହ ରାଜମହଲ ଛକରେ ସୁର ବାବାଙ୍କ ବଡ଼ ପୁଅ କରିଥିବା ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ ନିକଟରୁ ମିଳିଥିଲା। ତେବେ ଏ ନେଇ ଲିଖିତ ଅଭିଯୋଗ ଦେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe