ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତି

ଭୁବନେଶ୍ୱର: ଆଜିଠୁ ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତି। ସମସ୍ୟାର ସମାଧାନ ପାଇଁ ସୋମବାର ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ଆସନ୍ତା ୧୫ ଦିନ ଭିତରେ କପିଳେଶ୍ୱର ମନ୍ଦିର ବିବାଦ ତୁଟାଇବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ସେବାୟତମାନେ ମଙ୍ଗଳବାରଠାରୁ ଠାକୁରଙ୍କ ସ୍ୱାଭାବିକ ନୀତିକାନ୍ତି କରିବାକୁ ରାଜି ହୋଇଥିଲେ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ ମଲ୍ଲିଆ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ଏଥର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହୋଇ ପାରି ନ ଥିଲା। […]

gates-of-lingaraj-temple-bhubaneswar

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 03:03 AM IST

ଭୁବନେଶ୍ୱର: ଆଜିଠୁ ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତି। ସମସ୍ୟାର ସମାଧାନ ପାଇଁ ସୋମବାର ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ଆସନ୍ତା ୧୫ ଦିନ ଭିତରେ କପିଳେଶ୍ୱର ମନ୍ଦିର ବିବାଦ ତୁଟାଇବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ସେବାୟତମାନେ ମଙ୍ଗଳବାରଠାରୁ ଠାକୁରଙ୍କ ସ୍ୱାଭାବିକ ନୀତିକାନ୍ତି କରିବାକୁ ରାଜି ହୋଇଥିଲେ।

କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ ମଲ୍ଲିଆ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ଏଥର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହୋଇ ପାରି ନ ଥିଲା। ଏହାକୁ କେନ୍ଦ୍ର କରି ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଲିଙ୍ଗରାଜଙ୍କ ସେବା ବନ୍ଦ କରିଦେବାରୁ ତିନି ଦିନ ଧରି ଠାକୁରଙ୍କ ନୀତି ବନ୍ଦ ରହିଛି।

Related story