ସ୍ୱାଦିଷ୍ଟ ସ୍ୱିଟ କର୍ଣ୍ଣ ସିମଲା ମିର୍ଚ

ଆବଶ୍ୟକ ସାମଗ୍ରୀ: ମିଠା ମକା, ସିମଲା ମିର୍ଚ, ଟମାଟୋ, ଲଙ୍କା, କାଜୁ, ଧନିଆ, ଘିଅ, ଜିରା, ଲଙ୍କା ଗୁଣ୍ଡ, ହଳଦୀ ପାଉଡର, ଅଦା ପେଷ୍ଟ, ଧନିଆ ପାଉଡର, ଗରମ ମସଲା ଏବଂ ଲୁଣ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡାଇ ଗରମ କରନ୍ତୁ ଓ ସେଥିରେ ଦୁଇ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଗୋଟେ ଚାମଚ ଜିରା, ହଳଦୀ ଗୁଣ୍ଡ, ଧନିଆ ପାଉଡର ଓ ଅଧା ଚାମଚ ଅଦା ପେଷ୍ଟ ପକାଇ […]

sweet corn

sweet corn

Rakesh Mallick
  • Published: Monday, 15 January 2018
  • Updated: 15 January 2018, 02:46 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ମିଠା ମକା, ସିମଲା ମିର୍ଚ, ଟମାଟୋ, ଲଙ୍କା, କାଜୁ, ଧନିଆ, ଘିଅ, ଜିରା, ଲଙ୍କା ଗୁଣ୍ଡ, ହଳଦୀ ପାଉଡର, ଅଦା ପେଷ୍ଟ, ଧନିଆ ପାଉଡର, ଗରମ ମସଲା ଏବଂ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡାଇ ଗରମ କରନ୍ତୁ ଓ ସେଥିରେ ଦୁଇ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଗୋଟେ ଚାମଚ ଜିରା, ହଳଦୀ ଗୁଣ୍ଡ, ଧନିଆ ପାଉଡର ଓ ଅଧା ଚାମଚ ଅଦା ପେଷ୍ଟ ପକାଇ ମସଲାକୁ ଭଲ ଭାବେ କସନ୍ତୁ। ଏହାପରେ ଟମାଟୋ ଓ କାଜୁକୁ ମିସାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମସଲାରେ ପକାନ୍ତୁ ଓ ଟିକେ ଲଙ୍କା ଗୁଣ୍ଡ ମିସାଇ ମସଲାକୁ ଭଲ ଭାବେ କସନ୍ତୁ। ମସଲା ହେବା ପର୍ଯ୍ୟନ୍ତ ଅନ୍ୟ ଏକ କଡାଇ ଗରମ କରନ୍ତୁ ସେଥିରେ କିଛି ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ମିଠା ମକା, ସିମଲା ମିର୍ଚ ଓ ଲୁଣ ପକାଇ ଗୋଳାନ୍ତୁ। ମକା ଓ ସିମଲା ମିର୍ଚ ଭଲ ଭାବେ ଭାଜିଯିବା ପରେ ପ୍ରସ୍ତୁତ ଥିବା ମସଲାରେ ଟିକେ ଲୁଣ, ଗରମ ମସଲା ଓ ପାଣି ଦେଇ ଗ୍ରେଭି ପ୍ରସ୍ତୁତ କରନ୍ତୁ । ଏହା ପରେ ଭଜା ଯାଇଥିବା ମକା ଓ ସିମଲା ମିର୍ଚକୁ ସେଥିରେ ପକାଇ ସିଝିବାକୁ ଦିଅନ୍ତୁ। ମକା ଓ ସିମଲା ମିର୍ଚ ସିଝିଯିବା ପରେ ସେଥିରେ ଧନିଆ ପତ୍ର ପକାନ୍ତୁ ଓ ଗରମ ଗରମ ପ୍ଲେଟକୁ କାଢି ଖାଆନ୍ତୁ ସ୍ୱିଟ କର୍ଣ୍ଣ ସିମଲା ମିର୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos