Advertisment

ଖରା ଦିନେ ଘରେ ପ୍ରସ୍ତୁତ କରନ୍ତୁ ବାଦାମ କୁଲ୍‌ଫି

କୁଲ୍‌ଫି ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଯଦି ଆପଣ ବି କୁଲ୍‌ଫି ଖାଇବାକୁ ପସନ୍ଦ କରୁଛନ୍ତି ଏବେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ବାଦାମ କୁଲ୍‌ଫି । ଆବଶ୍ୟକ ସାମଗ୍ରୀ-ଗୋଟିଏ କପ୍‌ କଟା ହୋଇଥିବା ବାଦାମ, ଗୋଟିଏ କଣ୍ଡେଷ୍ଟ ମିଲ୍କ, ଅଧା କପ୍‌ କ୍ଷୀର, କ୍ରିମ୍‌ ଓ କେଶର। ପ୍ରସ୍ତୁତି ପ୍ରଣାଳୀ- ଏକ ବଡ ଜାଗାରେ ବାଦାମ, କ୍ରିମ୍‌ ଓ କଣ୍ଡେଷ୍ଟ ମିଲ୍କ ଭଲ ଭାବେ ଗୋଳାଇ ବହଳିଆ ପେଷ୍ଟ ତିଆରି କରନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ […]

 ଖରା ଦିନେ ଘରେ ପ୍ରସ୍ତୁତ କରନ୍ତୁ ବାଦାମ କୁଲ୍‌ଫି

kulfi

Advertisment

କୁଲ୍‌ଫି ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଯଦି ଆପଣ ବି କୁଲ୍‌ଫି ଖାଇବାକୁ ପସନ୍ଦ କରୁଛନ୍ତି ଏବେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ବାଦାମ କୁଲ୍‌ଫି ।

Advertisment

ଆବଶ୍ୟକ ସାମଗ୍ରୀ-ଗୋଟିଏ କପ୍‌ କଟା ହୋଇଥିବା ବାଦାମ, ଗୋଟିଏ କଣ୍ଡେଷ୍ଟ ମିଲ୍କ, ଅଧା କପ୍‌ କ୍ଷୀର, କ୍ରିମ୍‌ ଓ କେଶର।

ପ୍ରସ୍ତୁତି ପ୍ରଣାଳୀ- ଏକ ବଡ ଜାଗାରେ ବାଦାମ, କ୍ରିମ୍‌ ଓ କଣ୍ଡେଷ୍ଟ ମିଲ୍କ ଭଲ ଭାବେ ଗୋଳାଇ ବହଳିଆ ପେଷ୍ଟ ତିଆରି କରନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ ଏକ ପ୍ୟାନ୍‌ରେ କ୍ଷୀର ଫୁଟାଇ ରଖନ୍ତୁ। ଏଥିରେ କେଶର ପକାଇ ଦିଅନ୍ତୁ। କେଶର କ୍ଷୀରରେ ମିଶିଗଲା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେବ। ଏହାପରେ ଗ୍ୟାସ ବନ୍ଦ କରି ଥଣ୍ଡା ହେଲା ଯାଏଁ ରଖନ୍ତୁ। ଏବେ କେଶର କ୍ଷୀରକୁ ପ୍ରସ୍ତୁତ କରିଥିବା ପେଷ୍ଟ ସହ ମିଶାଇ ଦିଅନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ ବାଦାମକୁ ଭାଜି ଦିଅନ୍ତୁ। ଏହାପରେ ଏହାକୁ କାଟି ଦିଅନ୍ତୁ। ସେଥିମଧ୍ୟରୁ କିଛି ବାଦାମକୁ ପେଷ୍ଟରେ ମିଶାଇ ଦିଅନ୍ତୁ ଓ ଆଉ କିଛି ଗାର୍ନିସ ପାଇଁ ଅଲଗା ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ପେଷ୍ଟ କୁଲ୍‌ଫିକୁ ୪ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ। ଏହାପରେ ଫ୍ରିଜ୍‌ରୁ ବାହାର କରି ବାଦାମ ଓ କେଶର ଗାର୍ନିସ କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe