Advertisment

ଏହି ଲକ୍ଷଣ ଦେଖାଦେଲେ ଜାଣିବେ ମୁଖ କ୍ୟାନସର ହୋଇଛି

ବ୍ୟସ୍ତ ଜୀବନଶୈଳୀ, ଭୁଲ ଖାଦ୍ୟ ପେୟ, ଦାନ୍ତକୁ ସଫା ନରଖିବା, ଧୂମପାନ ଓ ତମାଖୁ ଖାଇବା କାରଣରୁ ମୁଖ କ୍ୟାନସର ହୋଇଥାଏ। ଆମେରିକାର ଟଫ୍‌ଟ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣା ଅନୁସାରେ ମୁଖ କ୍ୟାନସର ହେଲେ ମୁଖରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ଲକ୍ଷଣ ଦେଖାଯିବା କ୍ଷଣି ଡାକ୍ତରଙ୍କ ପରାମର୍ଶ  ନେବା ଦରକାର। ଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇପାରିଲେ ଏହା ଭଲ ହୋଇପାରିବ। ଆସନ୍ତୁ ଜାଣିବା ମୁଖ କ୍ୟାନସରର କିଛି ଲକ୍ଷଣ ସଂପର୍କରେ କମ୍ ପାଣି ପିଇବା କାରଣରୁ […]

ଅଦ୍ୟତନ ହୋଇଛି
ଏହି ଲକ୍ଷଣ ଦେଖାଦେଲେ ଜାଣିବେ ମୁଖ କ୍ୟାନସର ହୋଇଛି

Cancer

Advertisment

ବ୍ୟସ୍ତ ଜୀବନଶୈଳୀ, ଭୁଲ ଖାଦ୍ୟ ପେୟ, ଦାନ୍ତକୁ ସଫା ନରଖିବା, ଧୂମପାନ ଓ ତମାଖୁ ଖାଇବା କାରଣରୁ ମୁଖ କ୍ୟାନସର ହୋଇଥାଏ। ଆମେରିକାର ଟଫ୍‌ଟ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣା ଅନୁସାରେ ମୁଖ କ୍ୟାନସର ହେଲେ ମୁଖରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ଲକ୍ଷଣ ଦେଖାଯିବା କ୍ଷଣି ଡାକ୍ତରଙ୍କ ପରାମର୍ଶ  ନେବା ଦରକାର। ଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇପାରିଲେ ଏହା ଭଲ ହୋଇପାରିବ। ଆସନ୍ତୁ ଜାଣିବା ମୁଖ କ୍ୟାନସରର କିଛି ଲକ୍ଷଣ ସଂପର୍କରେ

Advertisment
  • କମ୍ ପାଣି ପିଇବା କାରଣରୁ ମୁହଁରେ ଛାଲ ଛାଡିବା ସାଧାରଣ କଥା। ଔଷଧ ଅବା ଘରୋଇ ଉପଚାର ସୁଦ୍ଧା ମୁହଁର ଛାଲ ଭଲ ନହେଲେ ଏହା ମୁଖ କ୍ୟାନସରର ଲକ୍ଷଣ ହୋଇଥାଏ।
  • ପାଟି ଭିତରେ ଲାଲ ଓ ଧଳାରଙ୍ଗର ଚିହ୍ନ ହେବା ମୁଖ କ୍ୟାନସରର ଲକ୍ଷଣ। ଏପରି ଲକ୍ଷଣ ଦେଖିବା ମତ୍ରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
  • ବିନା କାରଣରେ ପାଟିରୁ ରକ୍ତ ବୋହିବା ମୁଖ କ୍ୟାନସରର ଲକ୍ଷଣ ହୋଇଥାଏ।
  • ପାଟି ଭିତର, ଗଳା ଓ ଓଠ ପାଖାପାଖି ସ୍ଥାନରେ ଗଣ୍ଠି ଆକାରର ହେଲେ ବିଳମ୍ୱ ନକରି ଡାକ୍ତରଙ୍କ ପରାମର୍ଶ କରନ୍ତୁ।
  • ବୟସ ପୂର୍ବରୁ ଦାନ୍ତ ଢିଲା ହୋଇ ଭାଙ୍ଗିବାକୁ ଲାଗିଲେ ମୁଖ କ୍ୟାନସରର ଲକ୍ଷଣ ହୋଇଥାଏ।
  • ଖାଦ୍ୟ ଚୋବାଇବାରେ ଅବା ଗିଳିବାରେ ଅସୁବିଧା ହେଉଥିଲେ ମୁଖ କ୍ୟାନସର ହୋଇପାରେ ।
  • ଖାଦ୍ୟ ଖଟାଳିଆ ଅବା ରାଗ ଲାଗିବା ମୁଖ କ୍ୟାନସରର ଲକ୍ଷଣ ହୋଇଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe