power crisees
ଭୁବନେଶ୍ୱର: ବିଦ୍ୟୁତ କାଟକୁ ନେଇ ଗ୍ରୀଡକୋ ଓ ବିତରଣକାରୀ କମ୍ପାନୀ ‘ସେସୁ’ ମଧ୍ୟରେ ତାଳମେଳର ଅଭାବ ଦେଖାଦେଇଛି। ମଙ୍ଗଳବାର ୬ଘଣ୍ଟା ପାଇଁ ବିଜୁଳି କାଟ ନେଇ ସେସୁ ଘୋଷଣା କରିଥିବା ବେଳେ ଗ୍ରୀଡକୋ ଏହାକୁ ଖଣ୍ଡନ କରିଛି। ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ପାୱାରକଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲା ଗ୍ରୀଡକୋ। ତେବେ ପର୍ଯ୍ୟାୟକ୍ରମେ ଶବ୍ଦର ଅର୍ଥ ନ ବୁଝି ସେସୁ ୬ ଘଣ୍ଟା ବିଜୁଳିକାଟ୍ ହେବ ବୋଲି ଘୋଷଣା କଲା। ଗ୍ରୀଡକୋ ଓ ବିତରକ କମ୍ପାନୀଙ୍କ ମଧ୍ୟରେ ସମନ୍ୱୟ ନ ଥିବାରୁ ଆଗକୁ ବିଜୁଳି ସଂକଟ ଦେଖାଦେବାର ଆଶଙ୍କା ରହିଛି। ସରକାରଙ୍କ ଗୋଟିଏ ଅଙ୍ଗ କ’ଣ କରୁଛି ଆର ଅଙ୍ଗ ଜାଣିପାରୁ ନ ଥିବାରୁ ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡୁଛି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ଦେଖାଦେଇଛି।
ଏନେଇ ସେସୁର ସିଜିଏମ୍ ପି.କେ ପାଢୀ ଗତକାଲି କହିଥିଲେ,“ପାୱାର ନ ଆସିବାରୁ ଆମକୁ ୨୦ପ୍ରତିଶତ ବିଦ୍ୟୁତ କାଟ୍ କରିବାକୁ ପଡିବ। ଏହି ନିୟମ କେବଳ କାଲି ପାଇଁ। ସକାଳ ୬ରୁ ୯ଟା୩୦ ଓ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେବ।”
ଏନେଇ ଗ୍ରୀଡକୋ ନିର୍ଦ୍ଦେଶକ ପି.କେ ପ୍ରଧାନ କହିଛନ୍ତି,“ପ୍ରର୍ଯ୍ୟାୟକ୍ରମରେ ୨୦ ପ୍ରତିଶତ ପାୱାର କଟ୍ ହେବା କଥା। ଏହି ବିଦ୍ୟୁତ କାଟ୍ ଅତିବେଶୀରେ ଅଧଘଣ୍ଟାରୁ ଅଧିକ ହେବ ନାହିଁ। ୬ ଘଣ୍ଟା କାଟ୍ ହେବାର କୌଣସି କାରଣ ନାହିଁ। ଏହା ଆମ ଭିତରେ ଭୁଲ ବୁଝାମଣା ହୋଇଥିଲା। ମୁଁ ଭାବୁଛି ସେ ବୋଧେ ଏହାକୁ ଠିକ୍ ଭାବରେ ବୁଝି ପାରି ନାହାନ୍ତି। ଆମେ ପାୱାରକଟ୍କୁ ଖୁବ୍ ଭଲ ଭାବେ ପରିଚାଳିତ କରିବୁ। ଏହାସହ ମେ’ ଜୁନ୍ରେ ବିଦ୍ୟୁତ୍ କାଟ୍ ନେଇ ଚଳିତ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବୈଠକ ବସିବ। ବିଦ୍ୟୁତକାଟ୍ ନେଇ ସେହି ବୈଠକରେ ନିଷ୍ପତ୍ତି ନିଆଯିବ। ”
ସୂଚନାଯୋଗ୍ୟ, ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଦ୍ୟୁତକାଟ୍ ହେବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ। ତେବେ ମେ’ ଓ ଜୁନ୍ରେ ସ୍ଥିତି କ’ଣ ହେବ ତାହା ଅନିଶ୍ଚିତ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/04/power-crisees.jpg)