Advertisment

ତମେ ହିଁ ରହିବ ଦାୟୀ

ଆଛା କହିଲ! ସତରେ ତମେ କ’ଣ ମୋତେ ଭଲ ପାଅ। କାହିଁକି କେଜାଣି ବିଶ୍ୱାସ ହେଉନି। ମୁଁ ତୁମକୁ ବିଶ୍ୱାସ କରି ପାରୁନି। ଲାଗୁଛି ଅବିଶ୍ୱାସର ପାହାଡ଼ ମୋ ଚାରି ପାଖେ ଘେରି ରହିଛି। ମନରେ ବାରମ୍ବାର ପ୍ରଶ୍ନ ଉଙ୍କି ମାରୁଛି। ବିଶ୍ୱାସ ଆଉ ଅବିଶ୍ୱାସର ମଝି ଦରିଆରେ ମୁଁ ଯୁଝି ହେଉଛି। ଲାଗୁଛି ତମେ ମୋ ସହ ଛଳନା କରୁଛ। ଜାଣିଶୁଣି ମିଛ ପ୍ରେମର ବାହାନା କରୁଛ। ପ୍ରତାରଣା ଆଉ ପ୍ରବଞ୍ଚନାର ଜାଲ ବିଛାଇଛ। କଣ […]

ଅଦ୍ୟତନ ହୋଇଛି
ତମେ ହିଁ ରହିବ ଦାୟୀ

dusmant

Advertisment

ଆଛା କହିଲ! ସତରେ ତମେ କ’ଣ ମୋତେ ଭଲ ପାଅ। କାହିଁକି କେଜାଣି ବିଶ୍ୱାସ ହେଉନି। ମୁଁ ତୁମକୁ ବିଶ୍ୱାସ କରି ପାରୁନି। ଲାଗୁଛି ଅବିଶ୍ୱାସର ପାହାଡ଼ ମୋ ଚାରି ପାଖେ ଘେରି ରହିଛି। ମନରେ ବାରମ୍ବାର ପ୍ରଶ୍ନ ଉଙ୍କି ମାରୁଛି। ବିଶ୍ୱାସ ଆଉ ଅବିଶ୍ୱାସର ମଝି ଦରିଆରେ ମୁଁ ଯୁଝି ହେଉଛି। ଲାଗୁଛି ତମେ ମୋ ସହ ଛଳନା କରୁଛ। ଜାଣିଶୁଣି ମିଛ ପ୍ରେମର ବାହାନା କରୁଛ। ପ୍ରତାରଣା ଆଉ ପ୍ରବଞ୍ଚନାର ଜାଲ ବିଛାଇଛ।

Advertisment

କଣ ନା ମୁଁ ତୁମକୁ ଭଲ ପାଏ। ବହୁତ ଭଲ ପାଏ। ଯେବେଠୁ ଦେଖିଛି ସେବେଠୁ। କଥା କଥାକେ ଗୋଟିଏ ପଦ କ’ଣ ନା, ପାଞ୍ଚ ବର୍ଷ ହେଲାଣି "ମୁଁ ତୁମକୁ ନିରବରେ ଭଲ ପାଉଛି।" କଥା ହେବା ଦୂରେ ଥାଉ ତମେ ମୋତେ ଆଡ଼ ଆଖିରେ ବି ଚାହୁଁ ନ ଥିଲ। ତଥାପି ମୁଁ ତୁମକୁ ଭଲ ପାଉଥିଲି, ପାଉଛି ଆଉ ଆଗକୁ ବି ପାଉଥିବି। ଏମିତି ଅନେକ ପ୍ରେମଭରା ପ୍ରବଚନ ତମଠୁ ବାରମ୍ବାର ଶୁଣିଛି। ହେଲେ କ’ଣ ହେବ, ତମ କଥାକୁ ବିଶ୍ୱାସ କରି ପାରୁନି। ଜାଣିଛ ତମ ବିରହ ଯନ୍ତ୍ରଣାରେ ମୁଁ ଦ୍ରୌପଦୀ ଭଳି କଷ୍ଟ ପାଉଛି। ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣରେ। ହେଲେ ତମେ ନିରବ।

ଅନେକ ପ୍ରତିଶ୍ରୁତି ଦେଇଥିଲ। ବିବାହର ସୁନେଲି ସ୍ୱପ୍ନ ବି ଦେଖେଇଥିଲ। ହେଲେ... ସବୁ ପ୍ରତିଶ୍ରୁତି ପାଣିର ଗାର। ବିଶ୍ୱାସ କରି ପାରୁନି। କୁଆଡ଼େ ଗଲା ତମର ସେଇ ଭଲ ପାଇବା। ଦିନେ ନୁହଁ କି ଦୁଇ ଦିନର ନୁହେଁ। ପାଞ୍ଚ ବର୍ଷର ନିରବ ଭଲପାଇବା। ଥାଉ... ସେଇ ସମାନ କଥାକୁ ମୁଁ ଆଉ ଦୋହରାଇବା ପାଇଁ ଚାହୁଁ ନାହିଁ। ହେଲେ ମନେରଖ, କାଲି ମୋର ଯଦି କିଛି ହୁଏ, ସେଥିପାଇଁ ତମେ ଦାୟୀ ରହିବ। ହଁ ତୁମେ ହିଁ ଦାୟୀ ରହିବ।

Advertisment

ଦୁଷ୍ମନ୍ତ କୁମାର ବେହେରା
ଯଶୀପୁର, ମୟୂରଭଞ୍ଜ, ମୋବାଇଲ ନଂ- 9437879131

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe