ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ସେଣ୍ଟେଜ୍ (ପିସି) ଥାର୍ଡ଼ ଫ୍ଲୋରରୁ ଆରମ୍ଭ ହେଉଛି। ଏହା ବନ୍ଦ ହେବା ଦରକାର। ବନ୍ଦ ନ ହେଲେ ବିଧାୟକ ହିସାବରେ ଥାର୍ଡ଼ ଫ୍ଲୋର ଯିବି। ସେହିଠାରୁ ପିସି ବିରୋଧରେ ଲଢ଼େଇ ଆରମ୍ଭ କରିବି, ମାଡ଼ ମଧ୍ୟ ମାରିବି। ମୁଖ୍ୟମନ୍ତ୍ରୀଙ୍କର ହିମ୍ମତ ଅଛି ତ ପୋଲିସ ଲଗାଇ ମୋତେ ଗିରଫ କରନ୍ତୁ। ଆଜି ଏପରି ଢ଼ଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଥାର୍ଡ଼ ଫ୍ଲୋରକୁ ଟାର୍ଗେଟ କରିଛନ୍ତି।
Advertisment
ସେ କହିଛନ୍ତି-“ଆମ ରାଜ୍ୟରେ ବିଜେଡି ନେତାଙ୍କ ନର୍ଦ୍ଦେଶରେ ଓଏଏସ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତ ଦିଆଯାଉଥିବା ବେଳେ ଭଲ ଅଫିସରଙ୍କୁ ନିର୍ଯାତନା ଦିଆଯାଉଛି।”
ପିସି କାରବାରକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇଥିଲା। ରାଜ୍ୟ ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ଶାସକ ଦଳକୁ ଘେରିଥିଲେ। ହୋହଲ୍ଲା ଯୋଗୁଁ ବାଚସ୍ପତି ବିଧାନସଭାକୁ କିଛି ସମୟ ପାଇଁ ମୁଲତବୀ କଖିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
