- Videos
- Odisha
- ‘ପିସି ବନ୍ଦ ନହେଲେ ଥାର୍ଡ଼ ଫ୍ଲୋର ଯାଇ ମାଡ଼ ମାରିବି, ହିମ୍ମତ ଅଛି ତ ଗିରଫ କର’
‘ପିସି ବନ୍ଦ ନହେଲେ ଥାର୍ଡ଼ ଫ୍ଲୋର ଯାଇ ମାଡ଼ ମାରିବି, ହିମ୍ମତ ଅଛି ତ ଗିରଫ କର’
- Published: Tuesday, 12 September 2017
- , Updated: 12 September 2017, 07:54 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ସେଣ୍ଟେଜ୍‌ (ପିସି) ଥାର୍ଡ଼ ଫ୍ଲୋରରୁ ଆରମ୍ଭ ହେଉଛି। ଏହା ବନ୍ଦ ହେବା ଦରକାର। ବନ୍ଦ ନ ହେଲେ ବିଧାୟକ ହିସାବରେ ଥାର୍ଡ଼ ଫ୍ଲୋର ଯିବି। ସେହିଠାରୁ ପିସି ବିରୋଧରେ ଲଢ଼େଇ ଆରମ୍ଭ କରିବି, ମାଡ଼ ମଧ୍ୟ ମାରିବି। ମୁଖ୍ୟମନ୍ତ୍ରୀଙ୍କର ହିମ୍ମତ ଅଛି ତ ପୋଲିସ ଲଗାଇ ମୋତେ ଗିରଫ କରନ୍ତୁ। ଆଜି ଏପରି ଢ଼ଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଥାର୍ଡ଼ ଫ୍ଲୋରକୁ ଟାର୍ଗେଟ କରିଛନ୍ତି।</p>
<p>ସେ କହିଛନ୍ତି-“ଆମ ରାଜ୍ୟରେ ବିଜେଡି ନେତାଙ୍କ ନର୍ଦ୍ଦେଶରେ ଓଏଏସ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତ ଦିଆଯାଉଥିବା ବେଳେ ଭଲ ଅଫିସରଙ୍କୁ ନିର୍ଯାତନା ଦିଆଯାଉଛି।”</p>
<p>ପିସି କାରବାରକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇଥିଲା। ରାଜ୍ୟ ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ଶାସକ ଦଳକୁ ଘେରିଥିଲେ। ହୋହଲ୍ଲା ଯୋଗୁଁ ବାଚସ୍ପତି ବିଧାନସଭାକୁ କିଛି ସମୟ ପାଇଁ ମୁଲତବୀ କଖିଥିଲେ।</p>