Advertisment

ତଥାଗତଙ୍କ ସମ୍ପାଦକୀୟକୁ ନେଇ ବିଜେଡିରେ ଝଡ଼

ଭୁବନେଶ୍ୱର: ପୌର ନିର୍ବାଚନ ଫଳାଫଳକୁ ନେଇ ସାଂସଦ ତଥାଗତ ସତପଥି ଲେଖିଥିବା ସମ୍ପାଦକୀୟକୁ ନେଇ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି। ତଥାଗତଙ୍କ ଏପରି ଲେଖାକୁ ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ ସମର୍ଥନ କରିଥିବା ବେଳେ ତଥାଗତ ସମ୍ପାଦକ ଭାବେ ନା ସାଂସଦ ଭାବେ ଲେଖିଛନ୍ତି ତାଙ୍କୁ ପଚାର ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ସୋମବାର ଏକ ସମ୍ପାଦକୀୟରେ ବିଜେଡି ସାଂସଦ ସତପଥି ଲେଖିଥିଲେ, “ସହରୀ ଭୋଟର ବିଜେଡି ଠାରୁ ମୁହଁ ଫେରାଇ ନେଉଛନ୍ତି। ଦଳୀୟ […]

ତଥାଗତଙ୍କ ସମ୍ପାଦକୀୟକୁ ନେଇ ବିଜେଡିରେ ଝଡ଼

tathagat

Advertisment

tathagatଭୁବନେଶ୍ୱର: ପୌର ନିର୍ବାଚନ ଫଳାଫଳକୁ ନେଇ ସାଂସଦ ତଥାଗତ ସତପଥି ଲେଖିଥିବା ସମ୍ପାଦକୀୟକୁ ନେଇ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି। ତଥାଗତଙ୍କ ଏପରି ଲେଖାକୁ ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ ସମର୍ଥନ କରିଥିବା ବେଳେ ତଥାଗତ ସମ୍ପାଦକ ଭାବେ ନା ସାଂସଦ ଭାବେ ଲେଖିଛନ୍ତି ତାଙ୍କୁ ପଚାର ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

Advertisment

ସୋମବାର ଏକ ସମ୍ପାଦକୀୟରେ ବିଜେଡି ସାଂସଦ ସତପଥି ଲେଖିଥିଲେ, “ସହରୀ ଭୋଟର ବିଜେଡି ଠାରୁ ମୁହଁ ଫେରାଇ ନେଉଛନ୍ତି। ଦଳୀୟ ନେତାଙ୍କ ଅହଂଭାବ, ବେଖାତିର ମନୋଭାବ ଓ ଅନେକ ବିଧାୟକଙ୍କ ଖୋଲାଖୋଲି ଦୁର୍ନୀତି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ପଛକୁ ଠେଲି ଦେଇଛି।”

ସାଂସଦ ମହତାବ କହିଛନ୍ତି, “ତଥାଗତ ଖବରକାଗଜର ସମ୍ପାଦକ ହେଲେ ମଧ୍ୟ ଜଣେ ସାଂସଦ। ସେ ଯାହା ଲେଖିଛନ୍ତି ତାହା ତାଙ୍କର ମତା ଦଳର ନେତା ଓ କର୍ମୀଙ୍କୁ ସଚେତନ କରାଇବା କିଛି ଅପରାଧ ନୁହେଁ।”

Advertisment

ସେ କହିଛନ୍ତି, “କଟକ ସିଏମ୍‌ସି ନିର୍ବାଚନରୁ ଗୋଟିଏ କଥା ଜଣାପଡିଲା, ଆମକୁ ଆହୁରି ପରିଶ୍ରମ କରିବାକୁ ପଡିବ। ଜଣେ ଉପସଭାପତି, ଜଣେ ସାଧାରଣ ସମ୍ପାଦକ, ଜଣେ ସମ୍ପାଦକ ଓ ଜଣେ ଜିଲ୍ଲା ସଭାପତି ନିର୍ବାଚନ ଫଳାଫଳକୁ ନେଇ ଡେଉଁଛନ୍ତି। ଏହା ଦଳ ପାଇଁ ଭଲ ସଙ୍କେତ ନୁହେଁ।”

ଉଭୟ କଂଗ୍ରେସ ଓ ବିଜେପି ବିଜେଡିକୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ତଥାଗତ ଲେଖିଥିବା ସମ୍ପାଦକୀୟ ଠିକ। ମ୍ୟୁନିସପାଲିଟି ଉପନିର୍ବାଚନ ଫଳାଫଳ କହୁଛି ଓଡ଼ିଶାର ଜନସାଧାରଣ ବିଜେଡି ଉପରେ ଯେଉଁ ଆସ୍ଥା ରଖିଥିଲେ ତାହା କମି ଯାଉଛି। ସରକାରୀ ଦଳର ବରିଷ୍ଠ ନେତାମାନେ ଏହାକୁ ସ୍ୱୀକାର କରିଛନ୍ତି ଯେ ସେମାନେ ଜନସାଧାରଣଙ୍କ ଆସ୍ଥା ହରାଇଛନ୍ତି।”

ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି, “ବିଜେଡିଠାରୁ ଓଡ଼ିଶାବାସୀ ମୁହଁ ଫେରାଇ ଚାଲିଛନ୍ତି। କଟକ ଓ ବୁଗୁଡା ଉପନିର୍ବାଚନ ଏହାର ଉଦାହରଣ। ଏହାର ପ୍ରଭାବ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଦେଖିବାକୁ ମିଳିବ।”

ଏହି ଉପନିର୍ବାଚନର କୌଣସି ପ୍ରଭାବ ଦଳ ଉପରେ ପଡିବ ନାହିଁ ବୋଲି ବିଜେଡି କହିଛି। ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ସହରାଞ୍ଚଳରେ ଦଳ ମଜଭୁତ ଥିଲା ଓ ରହିବ। ଆଗାମୀ ଦିନରେ ସମସ୍ତେ ଏହା ଜାଣିଯିବେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe