rehaman
[vc_row][vc_column][vc_video link=" "][vc_column_text]ସାଲେପୁର: ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ହାଜର ହୋଇଥିବା ଅଲକାଏଦା ଇଣ୍ଡିଅାନ୍ ସବ୍କଣ୍ଟିନେଣ୍ଟ୍ ( AQIS) ଅାତଙ୍କବାଦୀ ସଂଗଠନର ସଦସ୍ୟ ଅବଦୁଲ ରେହମାନ ପୁଣି ଦିଲ୍ଲୀର ତିହାର ଜେଲ୍କୁ ଫେରିଯିବ। ଆସନ୍ତା ୨୩ରେ ସେ ପତିଆଲା କୋର୍ଟରେ ହାଜର ହେବ। ତେବେ ଆସନ୍ତା ୨୯ ତାରିଖରେ ତାକୁ ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ପୁଣି ହାଜର କରାଯିବ।
ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ଅବଦୁଲ ରେହମାନକୁ ହାଜର କରାଯାଇଥିଲା। ତାକୁ କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀର ତିହାର ଜେଲରୁ ଅାଣି ସାଲେପୁର କୋର୍ଟରେ ହାଜର କରାଯାଇଥିଲା। ଏସ୍ଟିଏଫ୍ ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଭିତ୍ତିରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ତାକୁ ଓଡ଼ିଶାର ଏକ ଜେଲ୍ରେ ରଖିବାକୁ ତା’ ଓକିଲ କୋର୍ଟରେ ଆବେଦନ କରିଛନ୍ତି।
ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ଓ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍ ମିଳିତ ଚଢ଼ାଉ କରି ରେହମାନକୁ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା। ୨୦୧୫ ଡିସେମ୍ବର ୧୫ ତାରିଖରେ ତାକୁ ଗିରଫ କରାଯାଇଥିଲା। ତା’ ବିରୁଦ୍ଧରେ ସେଠାରେ ବେଅାଇନ ଭାବେ ମଦ୍ରାସା ଚଳାଇବା ଏବଂ ଏକ୍ୟୁଆଇଏସ୍ ଆତଙ୍କବାଦୀ ସଂଗଠନ ପାଇଁ ସଦସ୍ୟ ନିଯୁକ୍ତ କରିବା ଅାଦି ଗୁରୁତର ଅଭିଯୋଗ ରହିଛି।[/vc_column_text][/vc_column][/vc_row]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us