Advertisment

ତୀବ୍ର ହେଉଛି ଦାମ-ବିଷ୍ଣୁ ବିବାଦ

ଭୁବନେଶ୍ୱର: ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ନେଇ ଗତକାଲିଠାରୁ ଜଗତସିଂହପୁର ଜିଲ୍ଲାର ଦୁଇ ହେବିୱେଟ୍‌ ନେତା ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ଲାଗି ଥିବା ନୂଆ ବିବାଦ ତୀବ୍ର ହେବାରେ ଲାଗିଛି। ଜଗତସିଂହପୁରରେ ବିଜେଡ଼ି କନ୍ଦଳ ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ବାରମ୍ବାର ଦୁଇ ନେତାଙ୍କ ମଧ୍ୟ ସୃଷ୍ଟି ହେଉଥିବା ବିବାଦ ଦଳକୁ କ୍ଷତି ପହଞ୍ଚାଉ ଥିବାରୁ ସୁପ୍ରିମୋ ଶେଷ ନିଷ୍ପତ୍ତି ନିଅନ୍ତୁ ବୋଲି ଦଳର ପ୍ରାୟ ସବୁ ନେତା ଚାହୁଁଛନ୍ତି। ଏବେ […]

ତୀବ୍ର ହେଉଛି ଦାମ-ବିଷ୍ଣୁ ବିବାଦ

Dama-bisnu

Advertisment

ଭୁବନେଶ୍ୱର: ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ନେଇ ଗତକାଲିଠାରୁ ଜଗତସିଂହପୁର ଜିଲ୍ଲାର ଦୁଇ ହେବିୱେଟ୍‌ ନେତା ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ଲାଗି ଥିବା ନୂଆ ବିବାଦ ତୀବ୍ର ହେବାରେ ଲାଗିଛି। ଜଗତସିଂହପୁରରେ ବିଜେଡ଼ି କନ୍ଦଳ ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ବାରମ୍ବାର ଦୁଇ ନେତାଙ୍କ ମଧ୍ୟ ସୃଷ୍ଟି ହେଉଥିବା ବିବାଦ ଦଳକୁ କ୍ଷତି ପହଞ୍ଚାଉ ଥିବାରୁ ସୁପ୍ରିମୋ ଶେଷ ନିଷ୍ପତ୍ତି ନିଅନ୍ତୁ ବୋଲି ଦଳର ପ୍ରାୟ ସବୁ ନେତା ଚାହୁଁଛନ୍ତି। ଏବେ ବିବାଦ ନବୀନଙ୍କ ପାଖରେ ଥିବାରୁ ଶୀଘ୍ର ଏହାର ଗୋଟେ କିଛି ସମାଧାନର ସୂତ୍ର ବାହାର କରାଯିବ ବୋଲି ଆଶା କରାଯାଉଛି।

Advertisment

ଆଜି ମଧ୍ୟ ବିଷ୍ଣୁଙ୍କୁ ଟାର୍ଗେଟ କରିଛନ୍ତି ଦାମ। ସେ କହିଛନ୍ତି, “ଯେଉଁମାନେ ଅଭିଯୋଗ କରିବାକୁ ଆସିଥିଲେ ସେମାନେ ଏମ୍‌ଏଲ୍‌ଏମାନଙ୍କ ଏଜେଣ୍ଟ ହୁଅନ୍ତି। ମୋ କୁଡିଆ, ବିଜୁ ପକ୍କା ଘର ଓ ବିଧବା ଭତ୍ତା ଦେବା ଲାଗି ଟଙ୍କା ଆଦାୟ କରିଥାନ୍ତି। ରାଜଶ୍ରୀ ମଲ୍ଲିକ ବିଧାୟିକା ହେବା ପରେ ଏହା ବନ୍ଦ ହୋଇଯାଇଥିବାରୁ ରବେଇ ଖବେଇ ହେଉଛନ୍ତି। ଏହାଦ୍ୱାରା ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ବିଷ୍ଣୁ ବାବୁ ଏଥିପ୍ରତି ସଚେତନ ହେବା ଦରକାର।”

ଦାମଙ୍କ ଅଭିଯୋଗକୁ ବିଷ୍ଣୁ ଖଣ୍ଡନ କରିବା ସହ ସେ କାହାକୁ ଏଜେଣ୍ଟ କରି ନ ଥିବା କହିଛନ୍ତି। ସେ କହିଛନ୍ତି, “ଦାମ ବାବୁ ପାଗଳଙ୍କ ଭଳି କଥାବାର୍ତ୍ତା କରୁଛନ୍ତି, ଯାହାର କିଛି ମୂଲ୍ୟ ନାହିଁ। ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍‌ ଘଟଣାରେ କମିଶନରେଟ ପୋଲିସ ରାଜସାକ୍ଷୀ କଲେ ଯାହା ତଥ୍ୟ ଜାଣିଛି ପ୍ରକାଶ କରିବି। ଏହାର ଛିଟା ଦାମ ବାବୁଙ୍କ ଉପରେ ମଧ୍ୟ ପଡିପାରେ। ଯଦି କାହାର ସତ ସାହାସ ଅଛି ଅଭିଯୋଗ ଆଣି ପ୍ରମାଣ କରନ୍ତୁ। ଏପରି କରିଦେଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି।”

Advertisment

ଜଗତସିଂହପୁରରେ ଦେଖା ଦେଇଥିବା ଦଳୀୟ ବିବାଦ ପଛରେ କାହାର ହାତ ରହିଛି ମୁଖ୍ୟମନ୍ତ୍ରୀ ତର୍ଜମା କରୁଛନ୍ତି, ଶୀଘ୍ର ନିଷ୍ପତ୍ତି ନେବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ମୁଖ୍ୟପାତ୍ର ପ୍ରତାପ ଜେନା କହିଛନ୍ତି, “ଯଦି କିଛି ମତାନ୍ତର ରହିଛି ଆଲୋଚନା ମାଧ୍ୟମରେ ତାହାର ସମାଧାନ ପାଇଁ ଚେଷ୍ଟା କରୁଛୁ। ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe