Advertisment

ତିର୍ତ୍ତୋଲ ବିଜେଡିରେ ଫାଟ: ବିଧାୟିକା ରାଜଶ୍ରୀଙ୍କ ବିରୋଧରେ ନବୀନଙ୍କୁ ଫେରାଦ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ବିଜେଡିକୁ ଦୁର୍ବଳ କରୁଛନ୍ତି ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ। ବିଜେଡ଼ି କର୍ମୀଙ୍କୁ ଅଣଦେଖା କରି କଂଗ୍ରେସ କର୍ମୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ଆଜି ଏଭଳି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଜିଲ୍ଲାର ୮ ବିଜେଡି ଜିଲ୍ଲାପରିଷଦ ସଦସ୍ୟ ଓ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ। ଅନ୍ୟପକ୍ଷରେ ଏପରି ଅଭିଯୋଗ ଭିତ୍ତିହୀନ ଓ ଅଭିଯୋଗ କରୁଥିବା ବ୍ୟକ୍ତିମାନେ ତାଙ୍କୁ ବିଜେପିରେ ମିଶିବାକୁ ଧମକଚମକ ଦେଉଥିବା ବିଧାୟିକା ମଲ୍ଲିକ କହିଛନ୍ତି। ଜନପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପଛରେ ବିଷ୍ଣୁ ଦାସଙ୍କ […]

ଅଦ୍ୟତନ ହୋଇଛି
ତିର୍ତ୍ତୋଲ ବିଜେଡିରେ ଫାଟ: ବିଧାୟିକା ରାଜଶ୍ରୀଙ୍କ ବିରୋଧରେ ନବୀନଙ୍କୁ ଫେରାଦ

rajashree-bibada

Advertisment

rajashree-bibadaଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ବିଜେଡିକୁ ଦୁର୍ବଳ କରୁଛନ୍ତି ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ। ବିଜେଡ଼ି କର୍ମୀଙ୍କୁ ଅଣଦେଖା କରି କଂଗ୍ରେସ କର୍ମୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ଆଜି ଏଭଳି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଜିଲ୍ଲାର ୮ ବିଜେଡି ଜିଲ୍ଲାପରିଷଦ ସଦସ୍ୟ ଓ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ। ଅନ୍ୟପକ୍ଷରେ ଏପରି ଅଭିଯୋଗ ଭିତ୍ତିହୀନ ଓ ଅଭିଯୋଗ କରୁଥିବା ବ୍ୟକ୍ତିମାନେ ତାଙ୍କୁ ବିଜେପିରେ ମିଶିବାକୁ ଧମକଚମକ ଦେଉଥିବା ବିଧାୟିକା ମଲ୍ଲିକ କହିଛନ୍ତି। ଜନପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପଛରେ ବିଷ୍ଣୁ ଦାସଙ୍କ ହାତ ଥିବା କହି ଦାମୋଦର ରାଉତ ନିଆଁରେ ଘିଅ ଢାଳିଛନ୍ତି।

Advertisment

ରଘୁନାଥପୁର ବ୍ଲକ ଚେୟାରମ୍ୟାନ ରଜତ ପାତ୍ର କହିଛନ୍ତି, “ବିଧାୟିକା ବିଜେଡିକୁ ଅଣଦେଖା କରି କଂଗ୍ରେସ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ପ୍ରତି ସମର୍ଥନ ଦେଖାଉଛନ୍ତି। କଂଗ୍ରେସ କର୍ମୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ତ୍ରୁଣମୂଳ ସ୍ତରରେ ବିଜେଡି ସରପଞ୍ଚ, ସମିତି ମେମ୍ବର ଓ କର୍ମୀଙ୍କୁ ଅଣ ଦେଖା କରୁଥିବାରୁ ଦଳ ଦୁର୍ବଳ ହେଉଛି। ଧଳସାମନ୍ତ ଭ୍ରାତାଙ୍କ ସହିତ ତାଙ୍କର ସମ୍ପୃକ୍ତି ରହିଛି। ଦୁଇଜଣ ମଦ ମାଫିଆଙ୍କୁ ଧରି ସେ ରାଜନୀତି କରୁଛନ୍ତି। ଦାମ, ବିଷ୍ଣୁ କଳିରେ ଆମେ ଜଗତସଂହପୁରବାସୀ ଅତିଷ୍ଠ ହୋଇ ଗଲୁଣି। ରାଜନୀତିରେ ରାଜଶ୍ରୀ ମଲ୍ଲିକ ନୂଆ। ଦାମ ବାବୁଙ୍କ ସମର୍ଥନରେ ସେ ଏପରି କରୁଛନ୍ତି। ଏ ନେଇ ୬ମାସ ପୂର୍ବେ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ଜଣାଇଥିଲୁ। ସେ କିଛି ବୁଝିଲେ ନାହିଁ, ତେଣୁ ବାଧ୍ୟ ହୋଇ ରାଜ୍ୟ ସଭାପତିଙ୍କୁ ଜଣାଇଲୁ।”

ରଘୁନାଥପୁର ଜିଲ୍ଲା ପରିଷଦ ସଭ୍ୟ ସରୋଜକାନ୍ତ ସ୍ୱାଇଁ କହିଛନ୍ତି, “ଦଳୀୟ ସଂଗଠନ ଭୁଶୁଡି ଯିବା ଅବସ୍ଥାରେ ପହଞ୍ଚିଲାଣି। ସାରା ଓଡ଼ିଶାରେ ନବୀନ ବାବୁଙ୍କ ସପକ୍ଷରେ ଜନାଦେଶ ଥିବା ବେଳେ ରାଜଶ୍ରୀ ମଲ୍ଲିକ ଏକ ପଞ୍ଚାୟତକୁ ୫ ପ୍ଲାଟୁନ ଫୋର୍ସ ନେଇ ଯାଉଛନ୍ତି। ୩ଟି ବ୍ଲକ ଅଧ୍ୟକ୍ଷ ଓ ଆମେ ୮ ଜଣ ଜିଲ୍ଲା ପରିଷଦ ସଭ୍ୟ କ’ଣ ସମସ୍ତେ ଖରାପ ? ଆଜିକା ଯୁଗରେ ଲୁଚେଇଲେ ମଧ୍ୟ କିଛି ଲୁଚିବ ନାହିଁ। ଯାହା ଠିକ୍‌ ପଦାକୁ ଆସିବ। ବିଜେଡି ନେତା ଓ କର୍ମୀଙ୍କୁ ଉପେକ୍ଷିତ କରି କଂଗ୍ରେସ ଲୋକଙ୍କୁ ପାଖରେ ବସାଉଛନ୍ତି। ଏ ନେଇ ଆମେ ରାଜ୍ୟ ସଭାପତିଙ୍କୁ ଜଣାଇଛୁ।”

Advertisment

ଅନ୍ୟପକ୍ଷରେ ବିଧାୟିକା ମଲ୍ଲିକ କହିଛନ୍ତି, “ଏପରି ଅଭିଯୋଗ ଭିତ୍ତିହୀନ। ୨ ବର୍ଷ ମଧ୍ୟରେ ମୁଁ ଯାହା କରିଛି, ସେମାନେ ସହି ପାରୁନାହାନ୍ତି। ପୂର୍ବରୁ ବିଧାୟକମାନଙ୍କୁ ହାତବାରିଶ କରି ଅନୈତିକ କାର୍ଯ୍ୟ ଚଲାଇଥିଲେ। ମୁଁ କାହା ଦ୍ୱାରା ପରିଚାଳିତ ହେଉନାହିଁ। ଚିରଞ୍ଜୀବୀ ବିଶ୍ୱାଳ ଜଗତସିଂହପୁରର ବିଧାୟକ। ସେ ବିରୋଧୀ ଦଳର ବିଧାୟକ, ତାଙ୍କ ଦ୍ୱାରା ମୁଁ କାହିଁକି ପରିଚାଳିତ ହେବି? ଦାମ ବାବୁ ହେଉଛନ୍ତି ଜଣେ ବରିଷ୍ଠ ରାଜନେତା। ସେ ମୋ’ ପିତ୍ରୁତୁଲ୍ୟ। ଜିଲ୍ଲାର ବିଧାୟକ ଭାବେ ମନ୍ତ୍ରୀ ଅଛନ୍ତି। ଭଲ ମନ୍ଦ ତାଙ୍କୁ ପଚାରିବାରେ ଅସୁବିଧା କେଉଁଠି ରହିଲା? ଯେଉଁମାନଙ୍କ ସ୍ୱାର୍ଥର ବାଧା ଆସେ, ସେମାନେ ଅଭିଯୋଗ କରିଥାନ୍ତି। ତା’ ପରେ ସେମାନେ ଦଳୀୟ ଲୋକ ହୋଇ ଦଳ ବିରୋଧରେ ସ୍ଲୋଗାନ ଦେଉଛନ୍ତି, ପ୍ରେସମିଟ୍‌ କରୁଛନ୍ତି। ଏହା ଦଳକୁ କ୍ଷତି ପହଞ୍ଚାଉଛି।”

ତେବେ ରାଜଶ୍ରୀଙ୍କ ନାଁରେ ଜିଲ୍ଲାର ନେତାମାନେ ଆଣିଥିବା ଅଭିଯୋଗ ପଛରେ ବିଷ୍ଣୁ ଦାସ ଅଛନ୍ତି ବୋଲି କହିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, “ଜଗତସିଂହପୁରରେ ବିଷ୍ଣୁଙ୍କ କୌଣସି ସ୍ଥିତି ନାହିଁ। ରାଜଶ୍ରୀଙ୍କୁ ବଦନାମ କରି ସେଠାରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। ଅନ୍ୟର ନିର୍ବାଚନ ମଣ୍ଡଳୀରେ ମୋର ହସ୍ତକ୍ଷେପ କରିବାର ଅଭ୍ୟାସ ନାହିଁ। ତିର୍ତ୍ତୋଲରେ ରାଜଶ୍ରୀଙ୍କ ସମର୍ଥନ ବଢୁଛି। ଏହାକୁ ବିଷ୍ଣୁ ସହିପାରୁ ନାହାନ୍ତି।”

ଏପରି କି କେଉଁ ଆଧାରରେ ବିଷ୍ଣୁ ଜିଲ୍ଲା ସଭାପତି ହୋଇଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି।

ବିଷ୍ଣୁ ଦାସ କହିଛନ୍ତି, “ମୁଁ ସେମାନଙ୍କୁ ପଠାଇନାହିଁ। କିଛିଦିନ ହେବ ସେମାନେ ରାଜ୍ୟ ସଭାପତିଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ, ଆଜି ଭେଟିଛନ୍ତି। ମୋତେ ବି ସେମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସଭାପତି ରିପୋର୍ଟ ମାଗିଲେ ମୁଁ ଦେବି। ଦାମ ବାବୁ ଅସହିଷ୍ଣୁ ହୋଇପଡ଼ିଛନ୍ତି। ଜିଲ୍ଲା ସଭାପତି ଭାବେ ମୁଁ ମୋର କର୍ତ୍ତବ୍ୟ କରୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe