Advertisment

ଆଜି ବାହୁଡ଼ା ଯାତ୍ରା, ଶ୍ରୀମନ୍ଦିର ଅଭିମୁଖେ ଫେରିବେ ଶ୍ରୀଜିଉ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଏବେ ବାହୁଡ଼ିବାର ବେଳ। ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଯିବେ ମହାବାହୁ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ୪ଟାରୁ ସାଢ଼େ ୬ଟା ମଧ୍ୟରେ ସମସ୍ତ ନୀତିକାନ୍ତି ଶେଷ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟା ମଧ୍ୟରେ ସେନାପଟା ଲାଗି ହେବ। ପୂର୍ବାହ୍ନ ୧୧ଟାରୁ ସାଢ଼େ ଗୋଟାଏ ମଧ୍ୟରେ ପହଣ୍ଡି, ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଓ ଚାରମାଳ ଫିଟା ହୋଇ ୩ଟାରେ ରଥଟଣା ଆରମ୍ଭ ହେବ। ନବଦିନାତ୍ମକ […]

ଅଦ୍ୟତନ ହୋଇଛି
ଆଜି ବାହୁଡ଼ା ଯାତ୍ରା, ଶ୍ରୀମନ୍ଦିର ଅଭିମୁଖେ ଫେରିବେ ଶ୍ରୀଜିଉ

puri

Advertisment

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଏବେ ବାହୁଡ଼ିବାର ବେଳ। ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଯିବେ ମହାବାହୁ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ୪ଟାରୁ ସାଢ଼େ ୬ଟା ମଧ୍ୟରେ ସମସ୍ତ ନୀତିକାନ୍ତି ଶେଷ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟା ମଧ୍ୟରେ ସେନାପଟା ଲାଗି ହେବ। ପୂର୍ବାହ୍ନ ୧୧ଟାରୁ ସାଢ଼େ ଗୋଟାଏ ମଧ୍ୟରେ ପହଣ୍ଡି, ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଓ ଚାରମାଳ ଫିଟା ହୋଇ ୩ଟାରେ ରଥଟଣା ଆରମ୍ଭ ହେବ। ନବଦିନାତ୍ମକ ଯାତ୍ରାର ବାହୁଡ଼ା କ୍ରମରେ ବଳଗଣ୍ଡିରେ ଥିବା ମାଉସୀ ମାମନ୍ଦିର ନିକଟରେ ଅଟକିଯିବେ ୩ ରଥ। କିମ୍ବଦନ୍ତୀ କହେ, ମାଉସୀଙ୍କ ହାତରୁ ପୋଡ଼ପିଠା ଖାଇଥାନ୍ତି ମହାବାହୁ।

Advertisment

ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶହେ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩୬ ପ୍ଲାଟୁନ ରହିଛନ୍ତି। ଏହାସହ ସିଆରପିଏଫ୍‌, ଆରଏଏଫ୍‌ ଓ ସ୍ୱିଇଫ୍ ଆକ୍ସନ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ସମସ୍ତ ହାଲକା ଏବଂ ଭାରିଯାନ ପାଇଁ ୧୭ଟି ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ୯୮ଟି ସିଲିଂ ପଏଣ୍ଟ ସହ ସାରା ସହରରେ ୧୮୦ଟି ସିସି ଟିଭି କ୍ୟାମେରା ଖଞ୍ଜାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe