ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥାନ୍ତି। ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ।
ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଗହଳି ପରିଲକ୍ଷିତ ହୋଇଛି। ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ଲାଗି ପୁରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Events & Festivals
ବାଲିଯାତ୍ରାରେ ବାସି ଖାଦ୍ୟ
ଖାଦ୍ୟରେ ଏମିତି ରଙ୍ଗ ମିଶାଉଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
Events & Festivals
ଗୀତ ଅଧାରୁ ଷ୍ଟେଜ୍ ଛାଡ଼ିବାକୁ ଅସୀମାଙ୍କୁ କୁହାଗଲା
ଅଧାରୁ ଗୀତ ବନ୍ଦ ହେବାରୁ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
Events & Festivals
ରାଗିଗଲେ ମୁଖ୍ୟମନ୍ତ୍ରୀ
ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ।
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।