Advertisment

ଆଜି ହେରା ପଞ୍ଚମୀ: ନନ୍ଦିଘୋଷ ରଥ କାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ।  ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ।  ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥାନ୍ତି।  ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି।  ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ। ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ […]

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି

ratha

Advertisment

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ।  ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ।  ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥାନ୍ତି।  ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି।  ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ।

Advertisment

ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଗହଳି ପରିଲକ୍ଷିତ ହୋଇଛି।  ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ଲାଗି ପୁରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe