Advertisment

ଆଜି ବିଜୟାଦଶମୀ, ଅଧର୍ମ ଉପରେ ହେବ ଧର୍ମର ବିଜୟ

ଭୁବନେଶ୍ୱର: ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରଦ୍ଧାଳୁମାନେ ଆଜି ମା ଦୁର୍ଗାଙ୍କ ଆଶିଷ ଭିକ୍ଷା କରୁଛନ୍ତି। ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ ଉତ୍ସବ ପାଳନ କରାଯାଉଛି। ଆଜି ସକାଳେ ପୂଜାମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ପାରମ୍ପରିକ ରୀତିନୀତି ଅନୁସାରେ ଆଜି ମାଆଙ୍କ ଅପରାଜିତା ପୂଜା, ଦଶମୀ ପୂଜା ଏବଂ ସୋମନାଥ ବ୍ରତ ପରେ ପୂର୍ଣ୍ଣାହୂତି ନୀତି ଅନୁଷ୍ଠିତ ହେବ।

ଆଜି ବିଜୟା ଦଶମୀ ପାଳନ ସହ ଜଗତଜନନୀଙ୍କ ଶାରଦୀୟ ଦୂର୍ଗାପୂଜା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦଶହରା ପର୍ବର  ଅନ୍ତିମ ଚରଣ ତଥା ବିଜୟା ଦଶମୀ ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେବ ରାବଣ  ପୋଡି ଉତ୍ସବ। ରାବଣ ପୋଡ଼ି ଉତ୍ସବ ଲାଗି ସବୁଠି ପ୍ରସ୍ତୁତି  ଆରମ୍ଭ ହୋଇଗଲାଣି।

ଭୁବନେଶ୍ୱରରେ ରାବଣ ପୋଡି ବେଳେ ବାଣ ଫୁଟାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାବଣ ପୋଡିଠାରୁ ୧୦୦ମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ମ୍ୟାନସ ଲାଣ୍ଡ୍ ଘୋଷଣା କରାଯାଇଛି।

author-image
Ordigital Desk