/odisha-reporter/media/post_attachments/uploads/2017/07/jaganath.jpg)
jaganath
ପୁରୀ: ଦେଉଳ ବାହାରେ ଭକ୍ତଙ୍କ ଗହଣରେ ସମସ୍ତ ଲୀଳାଖେଳା ସାରିବା ପରେ ଆଜି ନୀଳକନ୍ଦରକୁ ଫେରିଯିବେ କାଳିଆ ଠାକୁର। ଆଜି ହେବ ଶ୍ରୀଜିଉଙ୍କ ନୀଳାଦ୍ରିବିଜେ। ଭାଇ ଭଉଣୀଙ୍କ ସହ ସିଂହଦ୍ୱାର ଦେଇ ୨୨ ପାହାଚରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ମହାପ୍ରଭୁ। ପ୍ରଥମେ ରାମକୃଷ୍ଣ ମଦନ ମୋହନ ବିଜେ ହେବା ପରେ ବଡ଼ ଠାକୁର ବଳଭଦ୍ର, ପରେ ଦେବୀ ଶୁଭଦ୍ରା ଓ ଶେଷରେ କଳାଠାକୁର ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ବିଜେ କରିବେ।
Advertisment
ଆଜି ନୀଳାଦ୍ରିବିଜେ ଅବସରରେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ହେବା ପରମ୍ପରା ରହିଛି। ସେପଟେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଜଗନ୍ନାଥ ରସଗୋଲା ଦେଇ ମାନଭଞ୍ଜନ କରିବେ।
ନୀଳାଦ୍ରିବିଜେ ନୀତି ଯେଭଳି ଶୃଙ୍ଖଳିତ ଭାବେ ହେବା ସହ ସୁରୁଖୁରରେ ସମ୍ପନ୍ନ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଅବସରରେ ଶ୍ରୀକ୍ଷେତ୍ରକୁ ଆଜି ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
