puri
ପୁରୀ: ଆସନ୍ତାକାଲି ନବଯୌବନ ଦର୍ଶନ। ତା ପରଦିନ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର, ଚଳଚଞ୍ଚଳ ରଥଖଳା। ଦୀର୍ଘ ୧୫ ଦିନ ହେଲା ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନ ପାଇ ନିରାଶ ହେଉଥିବା ଭକ୍ତ ଆସନ୍ତାକାଲି ପାଇବେ ଶ୍ରୀଜିଉଙ୍କ ଦର୍ଶନ। ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହୋଇଛନ୍ତି ଚତୁର୍ଦ୍ଧାମୂରତୀ।
ସେପଟେ ଆଜି ପଟି ଦିଅଁଙ୍କ ମଧ୍ୟ ଶେଷ ପୂଜା ଘୋଷଯାତ୍ରା ପାଇଁ ମଧ୍ୟ ଆରମ୍ଭ ହେଲାଣି ନୀତି। ଚଳଚଞ୍ଚଳ ରଥଖଳା ମହାରଣା ଓ ରୂପକାର ସେବାୟତମାନେ ରଥରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି। କାରଣ ଆସନ୍ତାକାଲି ତିନିରଥକୁ ଶ୍ରୀମନ୍ଦିର ଆଗକୁ ଅଣାଯିବ। ଗତକାଲି ଯୁଦ୍ଧକାଳୀନ ଭିତ୍ତିରେ ଦେବଦଳନ ରଥର ଭଙ୍ଗା ଅଖକୁ ବଦଳାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/05/puri.jpg)