machapatudi
ଆବଶ୍ୟକ ସାମଗ୍ରୀ: ସୋରିଷ, ପୋସ୍ତକ, ଜିରା, ରସୁଣ, କଞ୍ଚାଲଙ୍କା, ଲୁଣ, ସୋରିଷ ତେଲ, ରୋହି ମାଛ, ଟମାଟୋ, କଟା ପିଆଜ ଓ କଦଳୀ ପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ସୋରିଷ, ପୋସ୍ତକ, ଜିରା, ରସୁଣ ଏବଂ କଞ୍ଚାଲଙ୍କାକୁ ବାଟି ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ କଞ୍ଚା ସୋରିଷ ତେଲ ମିଶାଇ ରଖନ୍ତୁ। ଏକ ପାତ୍ରରେ କଟା ହୋଇ ରଖିଥିବା ରୋହି ମାଛ ନିଅନ୍ତୁ। ସେଥିରେ ଏହି ମସଲାକୁ ପକାନ୍ତୁ। ସେଥିରେ କଟା ଟମାଟୋ ଓ କଟା ପିଆଜ ପକାନ୍ତୁ। ଏସବୁକୁ ଭଲ ଭାବେ ମିଶାଇ ମାରିନେଟ କରିବା ପାଇଁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ମସଲା ଗୋଳା ମାଛକୁ କଦଳୀ ପତ୍ରରେ ରଖି ଚାରିପାଖ ସୂତାରେ ବାନ୍ଧି ଦିଅନ୍ତୁ। ଏକ ଇଡ଼ିଲି ଛାଞ୍ଚରେ ପାଣି ଗରମ କରନ୍ତୁ। ତା’ ଉପରେ କଦଳୀ ପତ୍ରରେ ବାନ୍ଧି ରଖିଥିବା ମାଛ ଗୁଡ଼ିକୁ ସଜାଇ ରଖନ୍ତୁ। ଇଡ଼ିଲି ଛାଞ୍ଚରେ ଘୋଡ଼ଣୀ ଦିଅନ୍ତୁ ଓ ଷ୍ଟିମ୍ କରନ୍ତୁ। ପ୍ରାୟ ୨୦ ମିନିଟ ପରେ ଘୋଡ଼ଣୀ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମାଛ ପାତୁଡ଼ି। ଏବେ ନିଜେ ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ବି ଖାଇବାକୁ ଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/macha-patudi-copy.jpg)