Advertisment

୪୦ ବର୍ଷର ଏନ୍‌ଏସି: ରାସ୍ତା କିନ୍ତୁ ଗାଁଠୁ ହୀନ

ଉଦଳା (ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ଇପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଦେଶର ଯୋଗାଯୋଗ ଯେତେ ଉନ୍ନତ ସେ ଦେଶ ସେତେ ପ୍ରଗତିଶୀଳ ବୋଲି କୁହାଯାଇଥାଏ। ହେଲେ ଆମ ରାଜ୍ୟରେ ଏହା କେବଳ ନେତାଙ୍କ ଭାଷଣରେ ସିମିତ। ମୟୂରଭଞ୍ଜ ଜିଲ୍ଲାର ଉଦଳା ଏନ୍‌ଏସିକୁ ଗଲେ ଏହା ହୃଦୟଙ୍ଗମ କରିହେବ। ଏହି ଏନ୍‌ଏସି ଗଠନକୁ ୪୦ ବର୍ଷ ବିତିଗଲାଣି, ହେଲେ ଆଜି ପର୍ଯ୍ୟନ୍ତ କୌଣସି ୱାର୍ଡକୁ ଭଲ ରାସ୍ତା ଖଣ୍ଡେ ହୋଇପାରିନାହିଁ। ନେତାଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତାର ଯୋଗୁଁ ସ୍ଥାନୀୟ ଲୋକେ ହିନସ୍ତା ହେଉଛନ୍ତି।

ୱାର୍ଡରେ ଯେଉଁଠିକୁ ଯିବେ ଦେଖିବାକୁ ପାଇବେ ଖାଲଖମା ଭରା ରାସ୍ତା। କେଉଁଠି ମେଣ୍ଟାଲ ବାହାରି ଅଛି ତ ଆଉ କେଉଁଠି କାଦୁଅ ପଚର ପଚର। ଦୀର୍ଘ ୨୦ବର୍ଷ ହେବ ଏମିତି ରାସ୍ତାରେ  ଯାତାୟତ କରୁଛନ୍ତି ଲୋକେ। ମରାମତି ଅଭାବରୁ ରାସ୍ତା ଆବଡ଼ା ଖାବଡ଼ା ହୋଇ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ରାସ୍ତାର ଏପରି ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ମିଳୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ଏନେଇ ପୌରାଧ୍ୟକ୍ଷ ସୌଭାଗ୍ୟ ସାହୁ କୁହନ୍ତି, ପୂର୍ତ୍ତ ବିଭାଗକୁ ରାସ୍ତା ହସ୍ତାନ୍ତର କରାଯାଇଛି। ଶୀଘ୍ର ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କରାଯିବ।

ଏବେ ଦେଖିବାକୁ ବାକି ରହିଲା, ଜନ୍ମ ହୋଇ କଲେଜ ଯିବା ପର୍ଯ୍ୟନ୍ତ ଯେଉଁ ପିଲା ଏହି ରାସ୍ତାକୁ ଦେଖି ଆସୁଛନ୍ତି ତା’ର ନବକଳେବର କେବେ ହେବ। ପୂର୍ବ ପରି ପୌରାଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପାଣିରଗାର ସାଜିବ ନା ସତକୁ ସତ ନୂଆ ରାସ୍ତାରେ ଅଞ୍ଚଳବାସୀଙ୍କ ପାଦ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe