Advertisment

ଉମରକୋଟ ମ୍ୟୁନିସିପାଲିଟିରେ ବିଜେଡି ଓ ବୁଗୁଡ଼ା ଏନ୍‌ଏସିରେ କଂଗ୍ରେସ ବିଜୟୀ

ନବରଙ୍ଗପୁର/ବ୍ରହ୍ମପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ୱର ୱାର୍ଡରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାନୁମତି ମଜୁମଦାର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱ କଂଗ୍ରେସର ଆଭା ପାଣ୍ଡେଙ୍କୁ ୧୯୮ଟି ଭୋଟରେ ହରାଇଛନ୍ତି। ଭାନୁମତି ୭୩୨ ଭୋଟ୍‌ ପାଇଥିବା ବେଳେ ଆଭାଙ୍କୁ ୫୩୪ଟି ଭୋଟ୍ ମିଳିଛି। ବିଜେପିର ସୀମା ବିଶ୍ୱାଳ ୩୩ଟି ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛିନ୍ତି। ବୁଗୁଡ଼ା ଏନ୍‌ଏସି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ୯ନମ୍ୱର ୱାର୍ଡରେ […]

ଅଦ୍ୟତନ ହୋଇଛି
ଉମରକୋଟ ମ୍ୟୁନିସିପାଲିଟିରେ ବିଜେଡି ଓ ବୁଗୁଡ଼ା ଏନ୍‌ଏସିରେ କଂଗ୍ରେସ ବିଜୟୀ

bjd

Advertisment

ନବରଙ୍ଗପୁର/ବ୍ରହ୍ମପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ୱର ୱାର୍ଡରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାନୁମତି ମଜୁମଦାର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱ କଂଗ୍ରେସର ଆଭା ପାଣ୍ଡେଙ୍କୁ ୧୯୮ଟି ଭୋଟରେ ହରାଇଛନ୍ତି। ଭାନୁମତି ୭୩୨ ଭୋଟ୍‌ ପାଇଥିବା ବେଳେ ଆଭାଙ୍କୁ ୫୩୪ଟି ଭୋଟ୍ ମିଳିଛି। ବିଜେପିର ସୀମା ବିଶ୍ୱାଳ ୩୩ଟି ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛିନ୍ତି।

Advertisment

ବୁଗୁଡ଼ା ଏନ୍‌ଏସି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ୯ନମ୍ୱର ୱାର୍ଡରେ ହୋଇଥିବା ଏହି ଉପ ନିର୍ବାଚନରେ କଂଗ୍ରେସର ନାଗଭୂଷଣ ଆଚାରୀ ବିଜେଡିର କୃତିଦାସ ସ୍ୱାଇଁଙ୍କୁ ୧୦୬ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି। ନାଗଭୂଷଣ ୨୯୮ଟି ଭୋଟ୍‌ ପାଇଥିବା ବେଳେ କୃତିବାସଙ୍କୁ ମିଳିଛି ୧୯୨ଟି ଭୋଟ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe