Advertisment

ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଧର୍ମେନ୍ଦ୍ର: କହିଲେ ଗୁରୁପ୍ରିୟା, ବିଜୁସେତୁ ଓ ବମିଖାଲ ବ୍ରିଜ୍‌ ଭୁଶୁଡ଼ିବା କଣ ‘ଅପପ୍ରଚାର’ଥିଲା?

ଭୁବନେଶ୍ୱର:ଗତକାଲି ବିଜେଡିର ଜନସଂପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଥିଲେ ରାଜ୍ୟ ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି ବିରୋଧୀ। ଆଜି ଏହାର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପାଲଟା ଆକ୍ରମଣ କରି ପ୍ରଶ୍ନ କରିଛନ୍ତି,“ଗୁରୁପ୍ରିୟା ସେତୁ, ବରଗଡ଼ ବିଜୁ ସେତୁ ଓ ରାଜଧାନୀର ବମିଖାଲରେ ବ୍ରିଜ ଭୁଶୁଡ଼ିବା କ’ଣ ଅପପ୍ରଚାର ଥିଲା। ରାଜ୍ୟ ସରକାରଙ୍କୁ ସିଏଜିଙ୍କ କଟୁ ମନ୍ତବ୍ୟ କ’ଣ ଅପପ୍ରଚାର। ଖୋଲା ଆକାଶ ତଳେ ମହିଳାମାନେ ଖଟିଆରେ ପ୍ରସବ କରିବା କ’ଣ ଅପପ୍ରଚାର। ଅଙ୍ଗନଓ୍ୱାଡ଼ି, ବିଏମ୍‌ସି, ଆର୍ଥିକ ଦୁର୍ନୀତି, ପିଡବ୍ଲୁଡିରେ ଅନିୟମିତତା କ’ଣ ଅପପ୍ରଚାର ଥିଲା।”

ବିଜେଡିକୁ ଅହଙ୍କାରୀ ବୋଲି କହି ସେ କହିଛନ୍ତି, “ବିଜେଡି ଦଳ ଲମ୍ୱା ସମୟ କ୍ଷମତାରେ ରହିଥିବାରୁ ଏପରି ଆଚରଣ କରୁଛି। ପ୍ରଜାତନ୍ତ୍ର ଜନମତର ଶାସନ, ଏହା କାହାର ଜାଗିର ନୁହେଁ।  ଜାଗିରଦାରକୁ ଠିକଣାକୁ ଆଣିବା ବିରୋଧୀଙ୍କ ଦାୟିତ୍ୱ। ରାଜ୍ୟ ସରକାର ମିଛ ତଥ୍ୟର ସୌଦାଗର ସାଜିଛନ୍ତି, ମିଛ ବାହାନାର ଆଶ୍ରୟ ନେଉଛନ୍ତି।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତ, “ମୁଖ୍ୟମନ୍ତ୍ରୀ ଲୋକଙ୍କ ସାଙ୍ଗରେ ଅଛନ୍ତି। ଲୋକଙ୍କ ପାଖକୁ ଯିବୁ ଓ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବୁ। କାମ କରିଛୁ, ସାହସ ଅଛି ବୋଲି ଲୋକଙ୍କ ପାଖକୁ  ଯାଉଛୁ। ମୁଖ୍ୟମନ୍ତ୍ରୀ କ’ଣ ଓଡ଼ିଶାବାସୀ ଭଲଭାବେ ଜାଣନ୍ତି। ଏଥିପାଇଁ କାହାର ସାର୍ଟିଫିକେଟ୍ ଦରକାର ନାହିଁ। ବିଜେଡିର ପଦଯାତ୍ରା ଦେଖି ବିଜେପି ବିଚଳିତ ହୋଇପଡ଼ିଛି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe