Advertisment

କେବେ ଖାଇଛନ୍ତି ସ୍ୱାଦିଷ୍ଟ ଭାପା ଚିଙ୍ଗୁଡ଼ି ?

ଆବଶ୍ୟକ ସାମଗ୍ରୀ: ସୋରିଷ ତେଲ, ଚିଙ୍ଗୁଡ଼ି, ଦହି, ଧଳା ସୋରିଷ, କଳା ସୋରିଷ, ପୋସ୍ତ, ନଡ଼ିଆ, କଞ୍ଚାଲଙ୍କା,ଚିନି, ହଳଦୀ ଗୁଣ୍ଡ, ଲୁଣ, କଳା ଜୀରା ଓ ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭଲ ଭାବେ ବଛା ହୋଇ ରଖାଯାଇଥିବା ଚିଙ୍ଗୁଡ଼ିରେ ଦହି, ଧଳା ସୋରିଷ ବଟା, କଳା ସୋରିଷ ବଟା, ପୋସ୍ତ  ବଟା, ନଡ଼ିଆ ବଟା, ନଡ଼ିଆ କୋରା, ଦୁଇ ତିନୋଟି ଗୋଟା କଞ୍ଚା ଲଙ୍କା, ସାମାନ୍ୟ ଚିନି, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ […]

କେବେ ଖାଇଛନ୍ତି ସ୍ୱାଦିଷ୍ଟ ଭାପା ଚିଙ୍ଗୁଡ଼ି ?

chingri

Advertisment

ଆବଶ୍ୟକ ସାମଗ୍ରୀ: ସୋରିଷ ତେଲ, ଚିଙ୍ଗୁଡ଼ି, ଦହି, ଧଳା ସୋରିଷ, କଳା ସୋରିଷ, ପୋସ୍ତ, ନଡ଼ିଆ, କଞ୍ଚାଲଙ୍କା,ଚିନି, ହଳଦୀ ଗୁଣ୍ଡ, ଲୁଣ, କଳା ଜୀରା ଓ ଧନିଆ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭଲ ଭାବେ ବଛା ହୋଇ ରଖାଯାଇଥିବା ଚିଙ୍ଗୁଡ଼ିରେ ଦହି, ଧଳା ସୋରିଷ ବଟା, କଳା ସୋରିଷ ବଟା, ପୋସ୍ତ  ବଟା, ନଡ଼ିଆ ବଟା, ନଡ଼ିଆ କୋରା, ଦୁଇ ତିନୋଟି ଗୋଟା କଞ୍ଚା ଲଙ୍କା, ସାମାନ୍ୟ ଚିନି, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ମ୍ୟାରିନେଟ କରନ୍ତୁ। ଏହାପରେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଳା ଜୀରାର ଛୁଙ୍କ ଦିଅନ୍ତୁ। ଏବେ ମ୍ୟାରିନେଟ ହୋଇ ରଖିଥିବା ଚିଙ୍ଗୁଡ଼ିକୁ କଡ଼େଇରେ ପକାନ୍ତୁ। ସାମାନ୍ୟ ପାଣି ଦେଇ ଏହାକୁ ଭଲ ଭାବେ ଗୋଳାନ୍ତୁ । ଘୋଡ଼ଣୀ ଦେଇ ଏହାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ। ଭଲ ଭାବେ ଫୁଟିଗଲେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଧ୍ୟାନ ଦେବେ ଯେପରି ଚିଙ୍ଗୁଡ଼ି ଶିଝିଥିବ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଭାପା ଚିଙ୍ଗୁଡ଼ି। ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe