/odisha-reporter/media/post_attachments/uploads/2017/11/kali.jpg)
kali
ମା’କାଳୀଙ୍କୁ ଉପାସନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା ସହିତ ଗ୍ରହ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ବିରୋଧୀ ଅବା ଶତ୍ରୁ ବାରମ୍ବାର ହଇରାଣ କରୁଥିଲେ ତଥା ନିଜକୁ ଅସୁରକ୍ଷିତ ମନେ କରୁଥିଲେ ମା’କାଳୀଙ୍କୁ ଆରାଧନା କରନ୍ତୁ। ଆସନ୍ତୁ ଜାଣିବା ବିରୋଧୀ ବା ଶତ୍ରୁଙ୍କ ଚକ୍ରାନ୍ତରୁ ରକ୍ଷା ପାଇବା ପାଇଁ ମା’କାଳୀଙ୍କୁ କେମିତ କରିବେ ପୂଜା।
Advertisment
- ନାଲି ବସ୍ତ୍ର ପରିଧାନ କରି ନାଲି ଆସନରେ ବସନ୍ତୁ। ମା’କାଳୀଙ୍କ ସମ୍ମୁଖରେ ଦୀପ ଲଗାଇ ପେଡ଼ା ଓ ଲବଙ୍ଗ ଭୋଗ ଲଗାନ୍ତୁ। ଏହାପରେ “ଓଁ କ୍ରିଂ କାଳିକାୟେ ନମଃ” ମନ୍ତ୍ର ୧୧ଥର ଜପ କରନ୍ତୁ। ମନ୍ତ୍ର ଜପିବାର ୧୫ ମିନିଟ ପର୍ଯ୍ୟନ୍ତ ଜଳକୁ ସ୍ପର୍ଶ କରନ୍ତୁ ନାହିଁ। ଏହି ଉପାୟ ୨୭ ରାତି ଅବଲମ୍ବନ କରନ୍ତୁ। ଏହି ଉପାୟ ଅବଲମ୍ବନ କଲେ ମା’କାଳୀ ଭକ୍ତ ଉପରେ ଆଶୀର୍ବାଦ କରିଥାନ୍ତି ଓ ଶତ୍ରୁ ଭୟ ଦୂର ହୋଇଯାଏ ବୋଲି ବିଶ୍ୱାସ କରାଯାଏ।
ଗ୍ରହ ଜନିତ ଦୋଷରୁ ମୁକ୍ତି ପାଇବାକୁ ମା’ଙ୍କୁ କେମିତି କରିବେ ପୂଜା
- କଳା ରାଶି ପକାଇ ମା’କାଳୀଙ୍କ ଫଟୋ ଅବା ପ୍ରତିମୂର୍ତ୍ତି ସ୍ଥାପନ କରି ଦୀପ ଓ ଧୂପ ଲଗାନ୍ତୁ। ଆପଣଙ୍କ ବୟସ ଯେତିକି ସେତିକିଟି ଲବଙ୍ଗ ମା’ଙ୍କୁ ଅର୍ପଣ କରନ୍ତୁ। ଛିଦ୍ର ଥିବା ତମ୍ୱା ମୁଦ୍ରା ମା’ଙ୍କ ସମ୍ମୁଖରେ ରଖନ୍ତୁ। “କ୍ରିଂ ହ୍ରିଂ କାଳୀ ହ୍ରିଂ କ୍ରିଂ ସ୍ୱାହା” ମନ୍ତ୍ର ୨୭ ଥର ଜପ କରନ୍ତୁ। ଏହା ପରେ ଛିଦ୍ର ଥିବା ତମ୍ବା ମୁଦ୍ରାକୁ ଲାଲ ସୂତାରେ ବାନ୍ଧି ଗଳାରେ ଧାରଣ କରନ୍ତୁ। ଏହି ଉପାୟ ଆପଣେଇଲେ ତନ୍ତ୍ରମନ୍ତ୍ର, ଦୁର୍ଘଟଣା ଓ ଗ୍ରହଜନିତ ବାଧାରୁ ମୁକ୍ତି ପାଇପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
