ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ପ୍ରସଙ୍ଗ: ଉଚ୍ଚସ୍ତରୀୟ ବୈଠକରୁ ବାହାରିପାରିଲାନି ନିଷ୍କର୍ଷ 

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ନ ହେଲେ ଏପ୍ରିଲ୍ ପହିଲାରୁ ରାଜ୍ୟ ବାହାରୁ ଆମଦାନି ବନ୍ଦ କରାଯିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଚେତାବନୀ ଦେଇଥିବା ବେଳେ ଶନିବାର ସଚିବାଳୟରେ ଏନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଅନ୍ୟପକ୍ଷରେ ଆସନ୍ତା ମଙ୍ଗଳବାର ପୁଣି ଥରେ ବୈଠକ ବସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ବ୍ୟବସାୟୀ ମହାସଂଘର […]

sudhakar

sudhakar

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 02:44 PM IST

[caption id="attachment_75811" align="alignleft" width="300"]sudhakar ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା[/caption]

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ନ ହେଲେ ଏପ୍ରିଲ୍ ପହିଲାରୁ ରାଜ୍ୟ ବାହାରୁ ଆମଦାନି ବନ୍ଦ କରାଯିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଚେତାବନୀ ଦେଇଥିବା ବେଳେ ଶନିବାର ସଚିବାଳୟରେ ଏନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଅନ୍ୟପକ୍ଷରେ ଆସନ୍ତା ମଙ୍ଗଳବାର ପୁଣି ଥରେ ବୈଠକ ବସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ବ୍ୟବସାୟୀ ମହାସଂଘର ୫ ପ୍ରତିଶତ ଭାଟ୍ ଉଚ୍ଛେଦ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀ ମହାସଂଘକୁ କିଛି ପ୍ରସ୍ତାବ ଦିଆଯାଇଛି। ଏ ପ୍ରସ୍ତାବ ସଂପର୍କରେ ବିଚାର କରି ଜଣାଇବା ପାଇଁ ସରକାର ମହାସଂଘକୁ କହିଛନ୍ତି।

ବୈଠକ ପରେ ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଥିଲେ,“ଭାଟ୍‌ ଛାଡ଼ ନେଇ ଆମେ କରିଥିବା ଦାବିଗୁଡ଼ିକ ଉପରେ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକ ଉପରୁ ଟିକସ୍ ଛାଡ଼ କରାଗଲେ କ’ଣ ଲାଭ,କ୍ଷତି ହେବ ସେ ବିଷୟରେ ଆଲୋଚନା ହୋଇଥିଲା। ତେବେ ଆଜି କୌଣସି ନିଷ୍କର୍ଷ ହୋଇ ପାରିନାହିଁ। ସରକାର ଆମକୁ କିଛି ପ୍ରସ୍ତାବ ଦେଇଛନ୍ତି। ଆମେ ସଂଘର କାର୍ଯ୍ୟକାରିଣୀ ବୈଠକରେ ସେ ସଂପର୍କରେ ବିଚାର କରିବୁ। ଆସନ୍ତା ମଙ୍ଗଳବାର ପୁଣି ବୈଠକ ବସିବ।”

ଆଲୋଚନା ବିଫଳ ହୋଇଛି ବୋଲି ପଚରା ଯିବାରେ ସୁଧାକର ଅଗ୍ରାହ୍ୟ କରି ଦେଇଥିଲେ। ସେ କହିଥିଲେ,“ସରକାର ଏ ଦିଗରେ କିଛି ଆଗେଇଛନ୍ତି। ଆମକୁ କିଛି ପ୍ରସ୍ତାବ ଦେଇଛନ୍ତି। ଆମ ଦାବି ଉପରେ ସରକାର କିଛି ସର୍ତ୍ତ ରଖିଛନ୍ତି। ସେଗୁଡ଼ିକ ଉପରେ ଆମେ ସଂଘର କାର୍ଯ୍ୟକାରିଣୀ କମିଟି ବୈଠକରେ ଆଲୋଚନା କରିବୁ।”

ସରକାର ଦେଇଥିବା ପ୍ରସ୍ତାବଗୁଡ଼ିକ ସଂପର୍କରେ କିଛି କହିବାକୁ ସୁଧାକର ମନା କରି ଦେଇଥିଲେ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ଆଜି ବୈଠକରେ ରାଜ୍ୟ ବ୍ୟବସାୟୀ ମହାସଂଘକୁ କିଛି ପ୍ରସ୍ତାବ ଦିଆଯାଇଛି। ସେମାନେ ସେଗୁଡ଼ିକ ଉପରେ ବିଚାର କରିବେ। ଆସନ୍ତା ମଙ୍ଗଳବାର ପୁଣି ବୈଠକ ବସିବ। ସେଦିନ ସକାରାତ୍ମକ ଆଭିମୁଖ୍ୟ ନେଇ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”

ଚିନି, ଡାଲି, ଅଟା, ସୁଜି ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀରୁ ଭାଟ୍ ଛାଡ଼ ଦାବିରେ ଆସନ୍ତା ୧ ତାରିଖରୁ ରାଜ୍ୟ ବ୍ୟବସାୟୀ ମହାସଂଘ ବାହାର ରାଜ୍ୟରୁ ଆମଦାନି ବନ୍ଦ କରିବ ବୋଲି ଗତକାଲି ସୂଚନା ଦେଇଥିଲା।

ସଂଘ ଅଭିଯୋଗ କରିଛି ଯେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଏହାକୁ ନେଇ ପୂର୍ବରୁ ମଧ୍ୟ ସଂଘ ଆନ୍ଦୋଳନର ଧମକ ଦେଇଥିଲା। ସମସ୍ୟାର ସମାଧାନ ପାଇଁ ସରକାର ଗତବର୍ଷ  ଜୁନ୍‌ ମାସରେ ଏକ କମିଟି ଗଠନ କରିଥିଲେ। ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହା ଭିତରେ ୯ ମାସ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ଶେଷରେ ବାଧ୍ୟ ହୋଇ ସଂଘ ଏଭଳି ନିଷ୍ପତ୍ତି ନେଇଛି।

ସଂଘ ଆହୁରି ମଧ୍ୟ ଦାବି କରିଛି ଯେ ଦେଶର ୨୫ଟି ରାଜ୍ୟରେ ଡାଲି, ଗହମ, ଚିନି ଆଦି ସାମଗ୍ରୀ ଉପରେ କୌଣସି ଟିକସ ନାହିଁ। ଓଡ଼ିଶା ଏକ ଖାଉଟି ରାଜ୍ୟ। ଏ ରାଜ୍ୟର ଲୋକେ ଯାହା ଖାଆନ୍ତି ତା’ର ପରିବହନ ପାଇଁ ୫ ରୁ ୭ ପ୍ରତିଶତ ଖର୍ଚ୍ଚ କରି ଥାଆନ୍ତି। ସେହିଭଳି ଭାଟ୍ ବାବଦକୁ ୫ ପ୍ରତିଶତ ଦିଅନ୍ତି। ଏହିଭଳି ଭାବେ ପ୍ରାୟ ୧୦ରୁ ୧୨ ପ୍ରତିଶତ ବୋଝ ଖାଉଟିଙ୍କ ଉପରେ ପଡ଼ିଥାଏ। ଏହା ସତ୍ତ୍ୱେ ସରକାର ୫ ପ୍ରତିଶତ ଆକାରରେ ଯେଉଁ  ରାଜସ୍ୱ ପାଇବା କଥା ତାହା ପାଉ ନାହାନ୍ତି। ସରକାର ମାତ୍ର ୧୦ ଭାଗରୁ ୧ ଭାଗ ରାଜସ୍ୱ ପାଉଛନ୍ତି। ୯୦ ଭାଗ ଟିକସ ଅସାଧୁ ବ୍ୟବସାୟୀ ହଡ଼ପ କରି ନେଉଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟିକସ ନୀତି ଯୋଗୁଁ ଏମିତି ହେଉଛି। ଖାଉଟି ଟିକସ ବୋଝ ସହୁଛି କିନ୍ତୁ ସରକାର ରାଜସ୍ୱ ଯେତିକି ପାଇବା କଥା ପାଉ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos