Advertisment

ଏମିତି ଉପାୟରେ ଆପଣ କରିପାରିବେ 'ଭେଜିଟେବୁଲ୍‌ ମଞ୍ଚୁରିଆନ'

ଆବଶ୍ୟକ ସାମଗ୍ରୀ: ପତ୍ର କୋବି, ମଇଦା ,କର୍ଣ୍ଣଫ୍ଲୋର, ଧନିଆ ପତ୍ର, ଅଦା ପେଷ୍ଟ, ଲଙ୍କା, ଟମାଟୋ ସସ୍, ସୋୟା ସସ୍, ଚିଲ୍ଲୀ ସସ୍, ଭିନେଗାର, ଚିନି, ଗୋଲ ମରିଚ, ଲୁଣ ଏବଂ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପତ୍ର କୋବିକୁ ଛୋଟ ଛୋଟ କରି କାଟି ଧୋଇ ଦିଅନ୍ତୁ। ଗୋଟେ ପାତ୍ରରେ ମଇଦା, ଲୁଣ, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ ଏବଂ କାଟିଥିବା କୋବିକୁ ମିଶାଇ ଭଲ ଭାବେ ଗୋଳାନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ସେଥିରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଏମିତି ଉପାୟରେ ଆପଣ କରିପାରିବେ 'ଭେଜିଟେବୁଲ୍‌ ମଞ୍ଚୁରିଆନ'

veg

ଆବଶ୍ୟକ ସାମଗ୍ରୀ: ପତ୍ର କୋବି, ମଇଦା ,କର୍ଣ୍ଣଫ୍ଲୋର, ଧନିଆ ପତ୍ର, ଅଦା ପେଷ୍ଟ, ଲଙ୍କା, ଟମାଟୋ ସସ୍, ସୋୟା ସସ୍, ଚିଲ୍ଲୀ ସସ୍, ଭିନେଗାର, ଚିନି, ଗୋଲ ମରିଚ, ଲୁଣ ଏବଂ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପତ୍ର କୋବିକୁ ଛୋଟ ଛୋଟ କରି କାଟି ଧୋଇ ଦିଅନ୍ତୁ। ଗୋଟେ ପାତ୍ରରେ ମଇଦା, ଲୁଣ, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ ଏବଂ କାଟିଥିବା କୋବିକୁ ମିଶାଇ ଭଲ ଭାବେ ଗୋଳାନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ସେଥିରେ କୋବିକୁ ଗୋଲ ଗୋଲ ଆକୃତିର କରି ଗୁଳାକରି ଛାଣନ୍ତୁ। ଏହାପରେ ଗୋଟେ ଚାମଚ କର୍ଣ୍ଣଫ୍ଲୋର ପାଉଡରରେ ଅଧା କପ ପାଣି ମିଶାଇ ରଖନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ସେଥିରେ ଅଦା ପେଷ୍ଟ ଓ ଲଙ୍କା ଗୁଣ୍ଡ ପକାଇ କଷନ୍ତୁ। ମସଲା ହୋଇଯିବା ପରେ ଏଥିରେ ଟମାଟୋ ସସ୍, ଚିଲ୍ଲି ସସ୍ ,କର୍ଣ୍ଣଫ୍ଲୋରରେ ପ୍ରସ୍ତୁତ ପାଣି ଓ ଭିନେଗାର ପକାଇ ମସଲାକୁ ଗୋଳାନ୍ତୁ। ଏହାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏଇଟା ପ୍ରସ୍ତୁତ ହୋଇଗଲା ଆପଣଙ୍କର ମଞ୍ଚୁରିଆନ ସସ୍। ଏଥିରେ ଛାଣିଥିବା କୋବିକୁ ମିଶାଇ ଗୋଳାନ୍ତୁ। ମଞ୍ଚୁରିଆନ ସସ୍‌ରେ କୋବି ଭଲ ଭାବେ ମିଶିଯିବା ପରେ ସେଥିରେ ଟିକେ ଧନିଆ ପତ୍ର ପକାନ୍ତୁ। ଏହାପରେ ପ୍ଲେଟ୍‌କୁ କାଢି ଖାଆନ୍ତୁ ଗରମା ଗରମ ଭେଜିଟେବୁଲ୍‌ ମଞ୍ଚୁରିଆନ।