Advertisment

ଭିନିଲକ୍ରିଷ୍ଣା ଅପହରଣ ମାମଲା: ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷରେ ଖଲାସ

ମାଲକାନଗିରି: ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର୍‌.ଭିନିଲକ୍ରିଷ୍ଣାଙ୍କ ଅପହରଣ ମାମଲାରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଆଜି ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପୂର୍ବତନ ସରକାରୀ କର୍ମଚାରୀ ତପନ ସାହା ଓ ହାର୍ଡକୋର ମହିଳା ମାଓବାଦୀ ଏମ୍‌.ଦିବ୍ୟା। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଘାସି ପାଙ୍ଗିକୁ କୋର୍ଟ ଏହି ମାମଲରୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ୨୦୧୧ ଫେବୃୟାରୀ ୧୬ ତାରିଖରେ ମାଲକାନଗିରି ଡୋଲିଆମ୍ୱରୁ ମାଓବାଦୀମାନେ ଭିନିଲକ୍ରିଷ୍ଣାଙ୍କୁ ଅପହରଣ କରି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭିନିଲକ୍ରିଷ୍ଣା ଅପହରଣ ମାମଲା: ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷରେ ଖଲାସ

vinilkrishna

ମାଲକାନଗିରି: ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର୍‌.ଭିନିଲକ୍ରିଷ୍ଣାଙ୍କ ଅପହରଣ ମାମଲାରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଆଜି ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପୂର୍ବତନ ସରକାରୀ କର୍ମଚାରୀ ତପନ ସାହା ଓ ହାର୍ଡକୋର ମହିଳା ମାଓବାଦୀ ଏମ୍‌.ଦିବ୍ୟା। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଘାସି ପାଙ୍ଗିକୁ କୋର୍ଟ ଏହି ମାମଲରୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି।

Advertisment

୨୦୧୧ ଫେବୃୟାରୀ ୧୬ ତାରିଖରେ ମାଲକାନଗିରି ଡୋଲିଆମ୍ୱରୁ ମାଓବାଦୀମାନେ ଭିନିଲକ୍ରିଷ୍ଣାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ। ଏହା ପରେ ସେ କେନ୍ଦ୍ରକୁ ଡେପୁଟେସନ୍‌ରେ ଯାଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ପୁଣି ଓଡ଼ିଶା ଫେରି ଆସିଛନ୍ତି। ତାଙ୍କୁ ଏସ୍‌ପିଭି ସ୍ମାଟ୍ ସିଟିର ସିଇଓ ଦାୟିତ୍ୱ ଦିଆଯାଇଛି।

ଭିନିଲକ୍ରିଷ୍ଣା ଅପହରଣ ଘଟଣାରେ ଆଜି କୋର୍ଟଙ୍କ ରାୟ ଆସିବା ପରେ ତତ୍କାଳୀନ ପୋଲିସ୍ ଡିଜି ମନମୋହନ ପ୍ରହରାଜ କହିଛନ୍ତି,“ସେତେବେଳେ ଅଭିଯୁକ୍ତମାନଙ୍କୁ ଧରିବା କଷ୍ଟସାଧ୍ୟ ଥିଲା। ସଠିକ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୁର୍ଗମ ବିଚ୍ଛିନ୍ନାଞ୍ଚଳରୁ ଧରିବା ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏଥିପାଇଁ ଆନ୍ଧ୍ର ଓ ଅନ୍ୟ ରାଜ୍ୟର ପୋଲିସ୍‌ର ସହାୟତା ନେଇଥିଲୁ। ପରେ ସାକ୍ଷୀମାନଙ୍କୁ ଆଶ୍ୱାସନା ଦେଇ ଅଦାଲତ ସାମ୍ନାକୁ ଆଣିଥିଲୁ। ଦଣ୍ଡାଦେଶ ନେଇ ଅଦାଲତଙ୍କ ନିର୍ଦ୍ଦେଶରେ ମୁଁ ଖୁସି।”

Advertisment