Advertisment

ଭଏସ୍ ସାମ୍ପଲ୍ ଟେଷ୍ଟ୍ ପାଇଁ ରାଜି ହେଲେନି ଡି’ ବ୍ରଦର୍ସ

କଟକ: ଭଏସ୍‌ ସାମ୍ପଲ୍ ଟେଷ୍ଟ୍ ପାଇଁ ଧଳ ସାମନ୍ତ ବ୍ରଦର୍ସ ରାଜି ହୋଇନାହାନ୍ତି। ଭଏସ୍‌ ସାମ୍ପଲ୍ ଟେଷ୍ଟ୍ ନେଇ ସେମାନଙ୍କ ମତ ଲୋଡ଼ିବା ପାଇଁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଦୁଇ ଭାଇଙ୍କୁ କଟକ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତେବେ ଶୁଣାଣି ବେଳେ ଉଭୟ ଭାଇ ଭଏସ୍ ସାମ୍ପଲ୍ ପାଇଁ ସହମତ ହୋଇ ନ ଥିଲେ। ଫଲରେ ପୋଲିସ କରିଥିବା ଆବେଦନ ଖାରଜ ହୋଇଯାଇଛି। ଡି’ ବ୍ରଦର୍ସଙ୍କ ଭଏସ୍ ସାମ୍ପଲ ଟେଷ୍ଟ ନେଇ କମିଶନରେଟ୍‌ ପୋଲିସ୍ […]

ଅଦ୍ୟତନ ହୋଇଛି
ଭଏସ୍ ସାମ୍ପଲ୍ ଟେଷ୍ଟ୍ ପାଇଁ ରାଜି ହେଲେନି ଡି’ ବ୍ରଦର୍ସ

d brothers

Advertisment

କଟକ: ଭଏସ୍‌ ସାମ୍ପଲ୍ ଟେଷ୍ଟ୍ ପାଇଁ ଧଳ ସାମନ୍ତ ବ୍ରଦର୍ସ ରାଜି ହୋଇନାହାନ୍ତି। ଭଏସ୍‌ ସାମ୍ପଲ୍ ଟେଷ୍ଟ୍ ନେଇ ସେମାନଙ୍କ ମତ ଲୋଡ଼ିବା ପାଇଁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଦୁଇ ଭାଇଙ୍କୁ କଟକ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତେବେ ଶୁଣାଣି ବେଳେ ଉଭୟ ଭାଇ ଭଏସ୍ ସାମ୍ପଲ୍ ପାଇଁ ସହମତ ହୋଇ ନ ଥିଲେ। ଫଲରେ ପୋଲିସ କରିଥିବା ଆବେଦନ ଖାରଜ ହୋଇଯାଇଛି।

Advertisment

ଡି’ ବ୍ରଦର୍ସଙ୍କ ଭଏସ୍ ସାମ୍ପଲ ଟେଷ୍ଟ ନେଇ କମିଶନରେଟ୍‌ ପୋଲିସ୍ ପକ୍ଷରୁ  କରାଯାଇଥିବା ଆବେଦନକୁ  ଗତକାଲି କୋର୍ଟ ଅନୁମତି ଦେଇଥିଲେ ଓ ଦୁଇ ଭାଇଙ୍କୁ ବ୍ୟକ୍ତିଗତ ଭାବେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଧଳବ୍ରଦର୍ସଙ୍କ ଅନ୍ୟତମ ସହଯୋଗୀ ଚିକୁକୁ ଆଜି କମିଶନରେଟ୍ ପୋଲିସ୍‌ ତିନି ଦିନିଆ ରିମାଣ୍ଡରେ ନେଇଛି। ଚିକୁ ହେଉଛି ଟିଟୋ ଗ୍ୟାଙ୍ଗର ଜଣେ ସଦସ୍ୟ। ଗତ ୧୭ ତାରିଖରେ ଚିକୁକୁ ପୋଲିସ୍ ଗିରଫ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe