Advertisment

ହ୍ୱାଟ୍‌ସଆପ୍‌ରେ କେମିତି କରିବେ ଅଟୋମେଟିକ୍ ରିପ୍ଲାଏ

ବିଶ୍ୱରେ ହ୍ୱାଟ୍‌ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଅନେକ ବଢ଼ିଯାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଫିସିଆଲ୍ କାର୍ଯ୍ୟରେ ମଧ୍ୟ ହ୍ୱାଟ୍‌ସଆପ୍ ବ୍ୟବହାର କରାଯାଉଛି। ଗ୍ରାହକଙ୍କ ଡିମାଣ୍ଡକୁ ନେଇ କମ୍ପାନୀ ମଧ୍ୟ ଏଥିରେ ଅନେକ  ନୂଆ ଫିଚର ଯୋଡ଼ି ଦେଉଛି। ହ୍ୱାଟ୍‌ସାଆପ୍‌ରେ ଏମତି କିଛି ଫିଚର ବା ସୁବିଧା ରହିଛି ଯାହା ବିଷୟରେ ସାଧାରଣ ଗ୍ରାହକ ଜାଣି ନଥାନ୍ତି। ଆଜି ଆମେ ଆପଣଙ୍କୁ ହ୍ୱାଟ୍‌ସଆପ୍‌ର ଏମିତି ଏକ ଫିଚର ବିଷୟରେ ବତାଇବୁ ଯାହା ଦ୍ୱାରା ଆପଣ ବନ୍ଧୁଙ୍କ ସେସେଜର […]

ହ୍ୱାଟ୍‌ସଆପ୍‌ରେ କେମିତି କରିବେ ଅଟୋମେଟିକ୍ ରିପ୍ଲାଏ

maxresdefault

Advertisment

ବିଶ୍ୱରେ ହ୍ୱାଟ୍‌ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଅନେକ ବଢ଼ିଯାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଫିସିଆଲ୍ କାର୍ଯ୍ୟରେ ମଧ୍ୟ ହ୍ୱାଟ୍‌ସଆପ୍ ବ୍ୟବହାର କରାଯାଉଛି। ଗ୍ରାହକଙ୍କ ଡିମାଣ୍ଡକୁ ନେଇ କମ୍ପାନୀ ମଧ୍ୟ ଏଥିରେ ଅନେକ  ନୂଆ ଫିଚର ଯୋଡ଼ି ଦେଉଛି। ହ୍ୱାଟ୍‌ସାଆପ୍‌ରେ ଏମତି କିଛି ଫିଚର ବା ସୁବିଧା ରହିଛି ଯାହା ବିଷୟରେ ସାଧାରଣ ଗ୍ରାହକ ଜାଣି ନଥାନ୍ତି।

Advertisment

ଆଜି ଆମେ ଆପଣଙ୍କୁ ହ୍ୱାଟ୍‌ସଆପ୍‌ର ଏମିତି ଏକ ଫିଚର ବିଷୟରେ ବତାଇବୁ ଯାହା ଦ୍ୱାରା ଆପଣ ବନ୍ଧୁଙ୍କ ସେସେଜର ଅଟୋମେଟିକ ରିପ୍ଲାଏ ଦେଇପାରିବେ। ଏହା କିପରି କରିବେ ଆସନ୍ତୁ ଜାଣିବା।

ଅନେକ ସମୟରେ କାର୍ଯ୍ୟବ୍ୟସ୍ତ ଥିବା ଯୋଗୁଁ ଅନ୍‌ଲାଇନ୍‌ ଥାଇ ମଧ୍ୟ ଆମେ ହ୍ୱାଟ୍‌ସାଆପ୍‌ରେ ରିପ୍ଲାଏ ଦେଇ ପାରନ୍ତି ନାହିଁ। ଫଳରେ ଅନେକ ବନ୍ଧୁ ଆମ ଉପରେ ଅଭିମାନ କରନ୍ତି। ରାଗରେ ସେସେଜ୍ ଭି କରନ୍ତି ନାହିଁ। ଯଦି ଆପଣଙ୍କ ସହ ଏପରି ହେଉଥାଏ ତାହେଲେ ଚିନ୍ତା କରନ୍ତୁ ନାହିଁ। ଆମେ ବତାଇବୁ ଏଥିରୁ ମୁକୁଳିବାର ବାଟ। ଯହା ଫଳରେ ମୋବାଇଲ ନ ଛୁଇଁ ମଧ୍ୟ ଆପଣ ଆପଣଙ୍କ ବନ୍ଧୁଙ୍କ ପାଖକୁ ମସେଜ ପଠାଇପାରିବେ।

Advertisment

ଏଥିପାଇଁ ଆପଣଙ୍କୁ ପ୍ଲେଷ୍ଟୋରକୁ ଯାଇ Auto-reply for WhatsApp’ ଆପ୍‌ ଇନଷ୍ଟଲ୍ କରିବାକୁ ପଡ଼ିବ। ଇନ୍‌ଷ୍ଟଲ ହୋଇଗଲା ପରେ ଏହି ଆପ୍ ସହିତ ନିଜର ହ୍ୱାଟ୍‌ସଆପ ଆକାଉଣ୍ଟ ଲିଙ୍କ୍ କରନ୍ତୁ। ଏହାପରେ ସେଥିରେ ଦିଆଯାଇଥିବା କିଛି ସେଟିଂରେ ସାମାନ୍ୟ ପରିବର୍ତ୍ତନ କରି ଆପଣ ମେସେଜ୍‌ର ଅଟୋମେଟିକ୍ ରିପ୍ଲାଏ ଦେଇ ପାରିବେ।

ଏହି ସମ୍ପୂର୍ଣ୍ଣ ଫ୍ରିରେ ପ୍ଲୋଷ୍ଟୋର୍‌ରେ ଉପଲବ୍ଧ ଅଛି। ଏହାକୁ ଇନଷ୍ଟଲ କଲେ ମୋବାଇଲ ଡାଟା ଚଡ଼ା କୌଣସି ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe