Wheat-Flour-Halwa
ବେଳେବେଳେ ଆମକୁ ହଠାତ୍ ମିଠା ଖାଇବାକୁ ଇଚ୍ଛାହୁଏ। ପାଖରେ ସେମିତି କିଛି ମିଠା ଖାଦ୍ୟ ନମିଳିଲେ ମନ ଦୁଃଖ ହୋଇଯାଏ। ଏହି ସମସ୍ୟାର ସମାଧାନ ପାଇଁ ଆମ ପାଖରେ ଅଛି ଅଟା ହାଲୱା। ମିଠା ଅଟା ହାଲୱା ଖୁବ୍ ସ୍ୱାଦିଷ୍ଟ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ବେସି ସମୟ ମଧ୍ୟ ଲାଗେନି। ପିଲାମାନଙ୍କ ପାଇଁ ମଧ୍ୟ ଏହା ସ୍ୱାସ୍ଥକର।
ଆବଶ୍ୟକ ସାମଗ୍ରୀ
ଅଟା, ଘିଅ, ଚିନି, କାଜୁ, ପିସ୍ତା, କିସ୍ମିସ୍,ଗୁଜୁରାତି
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ଏହାପରେ ଅଟାକୁ ସେହି ଗରମ ଘିଅରେ ପକାଇ ଭାଜନ୍ତୁ। ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଲ ଭାବେ ଭାଜି ହେବା ପରେ ସେଥିରେ ଅଟାର ତିନିଗୁଣ ପାଣିଦିଅନ୍ତୁ। ସେଥିରେ ଚିନି ମିଶାଇ ଗୋଳାନ୍ତୁ। ସେ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ଯେ ପର୍ଯ୍ୟନ୍ତ ଅଟା ବିଣ୍ଡଗୁଡା ଫିଟି ନଯିବ। ଏହାପରେ ଏଥିରେ କଟା ଯାଇଥିବା କିସ୍ମିସ୍ ଏବଂ କାଜୁ ପକାନ୍ତୁ। ହାଲୱାକୁ ଲଗାତାର ଚାମଚରେ ଗୋଳାନ୍ତୁ ନହେଲେ ଅଟା କଡାଇରେ ଲାଗିଯିବ। ଯେତେବେଳେ ହାଲୱା ମୋଟା ହୋଇଯିବ ସେଥିରେ ଘିଅ ମିଶାଇ ଭଲ ଭାବେ ଗୋଳାନ୍ତୁ। ହାଲୱା ଗାଢା ହୋଇଯିବ ଓ କଡାଇରେ ଲାଗୁନଥିବ ସେତିକିବେଳେ ଗୁଜୁରାତି ଓ ଆଉ କିଛି ଘିଅ ମିଶାଇ ଦିଅନ୍ତୁ। ଏହାପରେ ହାଲୱାକୁ ବାହାରକୁ କାଢି ସେଥିରେ କିଛି କାଜୁ ଓ ପିସ୍ତା ଦେଇ ସଜାନ୍ତୁ ଓ ଗରମ ଗରମ ଖାଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/12/Wheat-Flour-Halwa-copy.jpg)