nala
ସୁନ୍ଦରଗଡ଼: କଥାରେ ଅଛି,ଏକତା ହିଁ ବଳ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗାଁର ମହିଳାମାନେ। ଗାଁରେ ଥିବା ନାଳ ସଫା କରିବା ପାଇଁ ମହିଳାମାନେ ସରପଞ୍ଚ, ଉପଜିଲ୍ଲାପାଳ ଓ ବିଡିଙ୍କୁ ଜଣାଇଥିଲେ। କିନ୍ତୁ କେହି ସେମାନଙ୍କ କଥା ଶୁଣି ନଥିଲେ । ଶେଷରେ ମହିଳାମାନେ ଏକଜୁଟ ହୋଇ ନାଳ ସଫା କରି ପ୍ରଶାସନର ଅପାରଗତାକୁ ଚାଲେଞ୍ଜ ଦେଇଛନ୍ତି।
ବାରମ୍ବାର ପ୍ରଶାସନର ଦ୍ୱାରସ୍ଥା ହେଲା ପରେ କିଛି ଫଳ ମିଳିଲା ନାହିଁ। ଶେଷରେ ଗାଁର ମହିଳାମାନେ ନିଜେ ନାଳ ସଫା କରିବା ପାଇଁ ନିଷ୍ପତ୍ତି ନେଲେ। ସମସ୍ତେ ହାତରେ କୋଦାଳ ଧରି ନାଳ ସଫା କିରବାକୁ ଲାଗିପଡ଼ିଲେ।
ଗାଁରେ ଥିବା ଦୁଇଟି ନଳକୂଅର ପାଣି ବାହାରକୁ ଯାଇନପାରି ନଳକୂଆ ପାଖରେ ଜମି ରହି ଦୁର୍ଗନ୍ଧ ହେଉଥିଲା। ଏବଂ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଥିଲା। ଗାଁ ଲୋକମାନେ ପାଣି ନେବା ଓ ଗାଧୋଇବା ପାଇଁ ହନ୍ତସନ୍ତ ହେଉଥିଲେ। ପ୍ରଶାସନ ନଶୁଣିବାରୁ ବାଧ୍ୟ ହୋଇ ନିଜେ ହାତରେ ନାଳ ସଫା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us